EnewsOdia.Com

ସକାଳୁ ଉଠିବା ପରେ ୨ ମିନିଟ୍ କରନ୍ତୁ ଧ୍ୟାନ

ସ୍କୁଲ୍‌ କଲେଜ୍‌, ଅଫିସ୍‌ ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ସକାଳୁ ଯିବାର ଥିଲେ ଆପଣ ସକାଳୁ ଉଠି ଶୀଘ୍ର କାମ ସାରି ବାହାରି ଯାଆନ୍ତି। ସକାଳେ ପ୍ରାୟ ବହୁତ ଲୋକଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ଦେବାକୁ ସମୟ ନ ଥାଏ। ସେମାନେ ଯୋଗ ବା ୱାର୍କଆଉଟ୍‌ ଇତ୍ୟାଦି କରିପାରନ୍ତି ନାହିଁ। ଏହା ସହ ସେମାନେ ଦେବାଦେବୀଙ୍କୁ ମଧ୍ୟ ମନେ ପକାଇବା ପାଇଁ ସମୟ ନଥାଏ। ଏଥିପାଇଁ ସେହି ବ୍ୟକ୍ତିମାନେ ମାନସିକ ସ୍ତରରେ ବହୁତ ଚିନ୍ତାରେ ରହିଥାନ୍ତି। ସବୁ କାମରେ ଚିଡ୍‌ଚିଡା ଅନୁଭବ କରନ୍ତି।

ଆପଣ ଯଦି ଏହିପରି ଅନୁଭବ କରୁଛନ୍ତି ତାହାଲେ, ଆମେ ଆପଣଙ୍କୁ କିଛି ସହଜ ଧ୍ୟାନ ବିଷୟରେ କହିବୁ। ଯାହାକୁ ଆପଣ ସକାଳୁ ଉଠିବା ସମୟରେ କରିପାରିବେ। ଜାଣନ୍ତୁ କ’ଣ କରିବେ।

ଯେତେବେଳେ ଆପଣ ସକାଳେ ନିଦରୁ ଉଠିବେ, ସେତେବେଳେ ବିଛଣାରେ ଆଖି ବନ୍ଦ କରି ବସି ଯାଆନ୍ତୁ। ହାତକୁ ଆଣ୍ଠୁ ଉପରେ ରଖି  ୨ ମିନିଟ୍‌ ଯାଏ ଧ୍ୟାନ କରନ୍ତୁ। ଏହିପରି କଲେ ଆପଣଙ୍କ ଦିନ ଭଲରେ କଟିବ।

ଏହା ପରେ ଆପଣ ଯେତେବଳେ ବେଡ୍‌ରୁ ଉଠି ପାଣି ପିଇବାକୁ ଯିବେ ନିଜକୁ ହାଲ୍‌କା କରି ଯାଆନ୍ତୁ। ଚିଡ୍‌ଚିଡ଼ା ହୁଅନ୍ତୁ ନାହିଁ, କି କାମ ଅଛି ବୋଲି  ଶୀଘ୍ର ଉଠି ପଳାନ୍ତୁ ନାହିଁ। ଏହା କଲେ ଆପଣ ମାନସିକ ସ୍ତରରେ ଦୃଢ ହେବେ। ଆପଣ ସହଜରେ କଠିନ ପରିସ୍ଥିତିକୁ ସାମ୍ନା କରିପାରିବେ। ଯଦି ଆପଣ ତରତର ହୋଇ ବାହାରକୁ ଯିବେ ତାହାଲେ କାମ ମଧ୍ୟ ବିଗିଡ଼ି ପାରେ।

ଏହା ପରେ ଆପଣ ଯେତେବେଳେ ନିତ୍ୟକର୍ମ ସାରି କାର୍ଯ୍ୟ କ୍ଷେତ୍ରକୁ ବାହାରିବେ ସେତେବଳେ ଯେମିତି ହେଲ ଆପଣ ଭଗବାନଙ୍କୁ ଦର୍ଶନ କରି ଯାଆନ୍ତୁ। ଏହ କଲେ ଆପଣଙ୍କ ସବୁ କାମରେ ଠାକୁରଙ୍କ ଆଶୀର୍ବାଦ ରହିବ।

ପଢନ୍ତୁ: ଯଦି ବାଟରେ ବିଲେଇ ଆପଣଙ୍କ ରାସ୍ତା କାଟେ, ତାହେଲେ ଜାଣନ୍ତୁ କଣ କହୁଛି ଶାସ୍ତ୍ର

ସମ୍ବନ୍ଧିତ ଖବର

ପରିବାରରେ ସର୍ବଦା ଖୁସି ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

Ratnamani Maharana

ଅଫିସ୍‌ରେ ସମସ୍ୟା ଲାଗିରହୁଥିଲେ ଆପଣାନ୍ତୁ କେତେକ ବାସ୍ତୁ ଟିପ୍ସ

Ratnamani Maharana

ଜାଣନ୍ତୁ କେଉଁ ରାଶିର ଲୋକେ ସୁନା ଧାରଣ କଲେ ମିଳିଥାଏ ଶୁଭଫଳ

Ratnamani Maharana

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଜାଣନ୍ତୁ କିପରି

Ratnamani Maharana

ଘରର ଏହି କୋଣରେ ଲଗାନ୍ତୁ ଧୂପକାଠି ଶୀଘ୍ର ପ୍ରସନ୍ନ ହୋଇଯିବେ ମା’ ଲକ୍ଷ୍ମୀ

Ratnamani Maharana

କାହିଁକି କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ? ଜାଣନ୍ତୁ

Ratnamani Maharana