EnewsOdia.Com

ବୈବାହିକ ଜୀବନରେ ଫାଟ, ଜାଣନ୍ତୁ ବାସ୍ତୁ ଟିପ୍ସ ଆପଣାଇ କିପରି ଆଣିବେ ସୁଧାର

ବୈବାହିକ ଜୀବନରେ ସବୁବେଳେ ଲାଗୁ ରହୁଛି ମନାନ୍ତର, ମତାନ୍ତର। ଦୂର ହେଉନି ଅଶାନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ, ଭଲ ପାଇବା ବଦଳରେ ବଢି ଯାଇଛି ରାଗରୁଷା, ମାନ ଅଭିମାନ। ଯେତେ ଚେଷ୍ଟା କଲେ ବି ସମ୍ପର୍କ ସୁଧୁରିବା ନାଁ ଧରୁନି। କାହାକୁ ଏହାର ଦୋଷ ଦେବେ । ବାସ୍ତୁଶାସ୍ତ୍ର ଅନୁଯାୟୀ, ବେଡରୁମ୍‌ରେ ଯଦି ସବୁ ଜିନିଷ ବାସ୍ତୁ ଅନୁଯାୟୀ ସ୍ଥାନିତ ହୋଇ ନ ଥାଏ, ତା’ ହେଲେ ସମ୍ପର୍କରେ ଦେଖାଦିଏ ଫାଟ। ଆସନ୍ତୁ ଜାଣିବା, କ’ଣ କଲେ ସମ୍ପର୍କରେ ଆସିବ ସୁଧାର, ଭରିଯିବ ମଧୁରତା।

ଝରକା ଥିବା ଜରୁରୀ

ବେଡରୁମ୍‌ ଘରର ମୁଖ୍ୟ ଅଂଶ ହୋଇଥାଏ। ତେଣୁ ସକାଳର ସୂର୍ଯ୍ୟକିରଣ ଏହି ରୁମ୍‌ରେ ପଡ଼ିବା ନିହାତି ଜରୁରୀ। ଏହାଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ ଓ ସକରାତ୍ମକ ଚିନ୍ତାଧାରା ମନକୁ ଆସିଥାଏ। ବାସ୍ତୁ ଅନୁଯାୟୀ ମଧ୍ୟ ବେଡରୁମ୍‌ରେ ଝରକା ରହିବା ନିହାତି ଜରୁରୀ। ଏହାବ୍ୟତୀତ ଧ୍ୟାନ ରଖିବେ, ଶୋଇବା ସମୟରେ ଆପଣଙ୍କ ପାଦ ଯେପରି ବେଡରୁମ୍‌ର ପ୍ରବେଶ ପଥ ଆଡକୁ ନ ରୁହେ।

 ୨ଟି ସୁନ୍ଦର ଫୁଲ ପାତ୍ର ରଖନ୍ତୁ

ବାସ୍ତୁ ଅନୁଯାୟୀ, ପ୍ରେମର ପ୍ରତୀକ ସ୍ୱରୂପ  ସ୍ୱାମୀସ୍ତ୍ରୀ ବେଡରୁମ୍‌ରେ ୨ଟି ସୁନ୍ଦର ଫୁଲ ଭର୍ତ୍ତି ପାତ୍ର ରଖିବା ଜରୁରୀ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରେମ ବଢିଥାଏ। ଏହାବ୍ୟତୀତ ଏକ ସୁନ୍ଦର ବାଉଲରେ କ୍ରିଷ୍ଟଲ ରଖନ୍ତୁ। ସେଥିରେ ଅଳ୍ପ ଚାଉଳ ପକାଇ ଦିଅନ୍ତୁ। ଆପଣ ଲକ୍ଷ୍ୟ ରଖିବେ, ଆପଣଙ୍କ ମଧ୍ୟରେ ଥିବା ସମସ୍ତ ଟେନସନ୍‌ ଦୂରେଇ ଯିବ।

ଲାଲ ରଙ୍ଗର ମହମବତୀ ଜଳାନ୍ତୁ

ଯଦି ଦମ୍ପତିଙ୍କ ମଧ୍ୟରେ ଦୂରତା ବଢ଼ି ବଢ଼ି ଯାଉଛି, ତେବେ ଏହାକୁ ଦୂର କରିବାକୁ ୨ଟି ଲାଲ ମହମବତି ବେଡରୁମ୍‌ରେ ଜଳାନ୍ତୁ। ଏହାବ୍ୟତୀତ କାଚର ସେରାମିକ୍‌ ପାତ୍ରରେ ଛୋଟ ଛୋଟ ପଥର ରଖି ପାରିବେ। ଏହାଦ୍ୱାରା ରୁମ୍‌ରେ ସକରାତ୍ମକ ଉର୍ଜ୍ଜା ଆସିଥାଏ ଓ ଉଭୟଙ୍କ ମଧ୍ୟରେ ପ୍ରେମ ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଅଛି।

ଲାଇଟ୍‌ ପ୍ରତି ଧ୍ୟାନ ଦିଅନ୍ତୁ

ବାସ୍ତୁ ଅନୁଯାୟୀ, ବେଡରୁମ୍‌ରେ ଲାଲ୍‌ ରଙ୍ଗର ଲାଇଟ୍‌ ଲଗାନ୍ତୁ। ଏହାବ୍ୟତୀତ ରୁମ୍‌ର ପରଦା, କୁସନ କଭର ବି ଏହି ରଙ୍ଗର  ବ୍ୟବହାର କରନ୍ତୁ। ଆପଣଙ୍କୁ ଯଦି ଲାଗୁଛି, ଲାଲ ରଙ୍ଗର ବ୍ୟବହାର ଟିକେ ଅଧିକା ହୋଇଯାଉଛି, ତା’ ହେଲେ ଗୁଲାପ ରଙ୍ଗର ବି ପ୍ରୟୋଗ କରି ପାରିବେ।

ପ୍ରେମର ପ୍ରତୀକ ଭାବେ ବାଛନ୍ତୁ ପକ୍ଷୀଙ୍କ ଫଟୋ

ବାସ୍ତୁ କହୁଛି, ବେଡରୁମ୍‌ରେ ପାଣି ଥିବା କୌଣସି ଛବି ଲଗାନ୍ତୁ ନାହିଁ। ଏହା ପରିବର୍ତ୍ତେ ଆପଣ କୌଣସି ରୋମାଣ୍ଟିକ ଫଟୋକୁ ଜାଗା ଦେଇ ପାରିବେ। ଆପଣ ଚାହିଁଲେ ପକ୍ଷୀ ଫଟୋ ମଧ୍ୟ ଲଗାଇ ପାରିବେ। କିନ୍ତୁ ଧ୍ୟାନ ରଖିବେ, ଗୋଟିଏ ନୁହେଁ, ୨ଟି ପକ୍ଷୀଙ୍କ ଫଟୋ ଲଗାନ୍ତୁ। ଏହାଦ୍ୱାରା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କେବେ ବି ପ୍ରେମ କମି ନ ଥାଏ।

ପଢନ୍ତୁ: ୬ ଦିନରେ ଭାଗ୍ୟ ଚମକାଇବ ଲୁଣର ଏହି ୬ ଟି ଉପାୟ, ଆଜି ହିଁ କରି ଦେଖନ୍ତୁ

ସମ୍ବନ୍ଧିତ ଖବର

ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରେ ମୟୂର ପର

Ratnamani Maharana

ଶନିବାର ଏହି ଦ୍ରବ୍ୟ କିଣିଲେ ଆସେ ର୍ଦୁଭାଗ୍ୟ

Ratnamani Maharana

କାହିଁକି କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ? ଜାଣନ୍ତୁ

Ratnamani Maharana

ପରିବାରରେ ସର୍ବଦା ଖୁସି ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

Ratnamani Maharana

୬ ଦିନରେ ଭାଗ୍ୟ ଚମକାଇବ ଲୁଣର ଏହି ୬ ଟି ଉପାୟ, ଆଜି ହିଁ କରି ଦେଖନ୍ତୁ

Ratnamani Maharana

ପକେଟରେ ତୁଳସୀ ପତ୍ର ରଖନ୍ତୁ ଓ ଦେଖନ୍ତୁ କେମିତି ବଦଳୁଛି ଆପଣଙ୍କ ଭାଗ୍ୟ

Ratnamani Maharana