ସଫଳ ପ୍ରଯୋଜିକା ଭାବେ ଅନୁଷ୍କା ‘ଦାଦା ସାହେବ ଫାଲ୍‌କେ ଏକ୍ସିଲେନ୍ସି ଆଓ୍ବାର୍ଡ- ୨୦୧୮’ରେ ସମ୍ମାନିତ ହେବେ

ସଫଳ ପ୍ରଯୋଜିକା ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଅନୁଷ୍କା

ବଲିଉଡ ନାୟିକା ଅନୁଷ୍କା ଶର୍ମା ।  ଏବେ ଜଣେ ସଫଳ ପ୍ରଯୋଜିକା ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।  ଖୁବ୍‌ଶୀଘ୍ର ସେ ‘ଦାଦା ସାହେବ ଫାଲ୍‌କେ ଏକ୍ସିଲେନ୍ସି ଆଓ୍ବାର୍ଡ- ୨୦୧୮’ରେ ସମ୍ମାନିତ ହେବାକୁ ଯାଉଛନ୍ତି ।  ଖୁବ୍‌ କମ ବୟସରେ ସେ ପ୍ରଯୋଜନା ଦାୟିତ୍ୱକୁ ଭଲ ଭାବରେ ତୁଲାଇ ପାରିଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବା ବୋଲି ଜଣା ପଡ଼ିଛି ।

ଦାଦା ସାହେବ ଫାଲ୍‌କେ ଫାଉଣ୍ଡେଶନ ନାମକ ସଂସ୍ଥା ଏହି ପୁରସ୍କାର ପ୍ରଦାନ କରିବ । ୨୫ ବର୍ଷ ବଯସରେ ସେ ନିଜ ପ୍ରଯୋଜନା ସଂସ୍ଥା କରିବା ଆରମ୍ଭ କରିଥିବା ବେଳେ ଏବେ ସେଥିରେ ସେ ସଫଳ ହୋଇଛନ୍ତି । ଅନୁଷ୍କା ଅଭିନୟ ମାଧ୍ୟମରେ ବଲିଉଡରେ ଜଣେ ଆଗଧାଡିର ନାୟିକାର ପରିଚୟ ପାଇଥିବା ବେଳେ ତାଙ୍କ ପ୍ରଡକଶନ୍‌ ବ୍ୟାନରରେ ଏଯାବତ୍‌ ସେ ୩ଟି ଫିଲ୍ମ ନିର୍ମାଣ କରିସାରିଛନ୍ତି ।

ପ୍ରଥମେ ସେ ଫିଲ୍ମ ଏନ୍‌ଏଚ୍‌୧୦ରୁ ନିଜର ପ୍ରଯୋଜନା ଆରମ୍ଭ କରିଥିଲେ ଏବଂ ଏଥିରେ ତାଙ୍କ ସାଥ୍‌ ଦେଇଥିଲେ ତାଙ୍କ ଭାଇ କର୍‌ନେସ୍‌ ଶର୍ମା । ଏହି ଫିଲ୍ମରେ ଅନୁଷ୍କା ପ୍ରଯୋଜକ ଥିବା ସହ ଅଭିନୟ ମଧ୍ୟ କରିଥିଲେ । ଏତେ କମ ବୟସରେ ଭଲ କାହାଣୀ ଥିବା ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଦାଦା ସାହେବ ଫାଲ୍‌କେ ସଂଗଠନ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି ।

ଏବେ ଏବେ ବିବାହ କରିଥିବା ଅନୁଷ୍କା ନିଜ ପ୍ରଡ଼କ୍ସନ ସଂସ୍ଥା ଦ୍ୱାରା ଏ ପର୍ଯ୍ୟନ୍ତ ୩ଟି ଫିଲ୍ମ କରି ସାରିଛନ୍ତି । ପ୍ରଥମଟି ‘ଏନ୍‌ଏଚ୍‌୧୦’ ଥିବା ବେଳେ ଦ୍ୱିତୀୟରେ ‘ଫିଲୋରୀ’ ଏବଂ ତୃତୀୟରେ ରହିଛି ଏବେ ରିଲିଜ ହୋଇଥିବା ଫିଲ୍ମ ‘ପରୀ’ । ୩ଟି ଫିଲ୍ମରେ ଅଲଗା ଅଲଗା କାହାଣୀ ଥିବା ବେଳେ ତାହା ବକ୍ସ ଅଫିସରେ ଭଲ ସଫଳତା ମଧ୍ୟ ହାସଲ କରିଥିଲା ।

ପଢନ୍ତୁ ;

ହିମାଚଳ ପ୍ରଦେଶରେ ସ୍କୁଲ ବସ୍ ଖାତକୁ ଖସି ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି !

 ଖୁବ୍‌ଶୀଘ୍ର ସେ ‘ଦାଦା ସାହେବ ଫାଲ୍‌କେ ଏକ୍ସିଲେନ୍ସି ଆଓ୍ବାର୍ଡ- ୨୦୧୮’ରେ ସମ୍ମାନିତ ହେବାକୁ ଯାଉଛନ୍ତି - 90%

90%

ପ୍ରଥମଟି ‘ଏନ୍‌ଏଚ୍‌୧୦’ ଥିବା ବେଳେ ଦ୍ୱିତୀୟରେ ‘ଫିଲୋରୀ’ ଏବଂ ତୃତୀୟରେ ରହିଛି ଏବେ ରିଲିଜ ହୋଇଥିବା ଫିଲ୍ମ ‘ପରୀ’ - 88%

88%
89%

Very Good!

ସଫଳ ପ୍ରଯୋଜିକା ଭାବେ ଅନୁଷ୍କା ‘ଦାଦା ସାହେବ ଫାଲ୍‌କେ ଏକ୍ସିଲେନ୍ସି ଆଓ୍ବାର୍ଡ- ୨୦୧୮’ରେ ସମ୍ମାନିତ ହେବେ

ବଲିଉଡ ନାୟିକା ଅନୁଷ୍କା ଶର୍ମା ।  ଏବେ ଜଣେ ସଫଳ ପ୍ରଯୋଜିକା ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।  ଖୁବ୍‌ଶୀଘ୍ର ସେ ‘ଦାଦା ସାହେବ ଫାଲ୍‌କେ ଏକ୍ସିଲେନ୍ସି ଆଓ୍ବାର୍ଡ- ୨୦୧୮’ରେ ସମ୍ମାନିତ ହେବାକୁ ଯାଉଛନ୍ତି ।  ଖୁବ୍‌ କମ ବୟସରେ ସେ ପ୍ରଯୋଜନା ଦାୟିତ୍ୱକୁ ଭଲ ଭାବରେ ତୁଲାଇ ପାରିଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବା ବୋଲି ଜଣା ପଡ଼ିଛି ।

No Votes Yet

You're not rated yet