EnewsOdia.Com

ଆରମ୍ଭ ହେଲା ‘ଥିଲେ ଦିଅ, ନ ଥିଲେ ନିଅ’ ଅଭିଯାନ

‘ଥିଲେ ଦିଅ, ନଥିଲେ ନିଅ।’ କଥାଟା ଶୁଣି ଟିକେ ଖଟ୍‌କା ଲାଗୁଛି ନା ! ହେଲେ ଉଦ୍ଦେଶ୍ୟ ଏହାର ମହାନ। ଗରିବ ଲୋକଙ୍କ ସେବା ଉଦ୍ଦଶ୍ୟରେ ଏମିତି ଏକ ଅଭିଯାନ ଆରମ୍ଭ ହୋଇଛି ଭୁବନେଶ୍ୱରର ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ। ଯେଉଁମାନଙ୍କ ପାଖରେ ଅଧିକ ଅଛି, ସେମାନେ ଏଠାରେ ଦେବେ। ଆଉ ଯେଉଁମାନଙ୍କର ନାହିଁ ସେମାନେ ଏଠାରୁ ନେବେ। ଅଦରକାରୀ ଭାବି ଅନେକ ପୋଷାକପତ୍ର ଲୋକେ ଫୋପାଡ଼ି ଦେଉଛନ୍ତି। କାରଣ ତାଙ୍କ ପାଖରେ ଅଧିକ ଅଛି। ଅନ୍ୟପକ୍ଷେ କିଏ ଭୟଙ୍କର ଶୀତ ବି ଦେହ ଢାଙ୍କିବାକୁ କନା ଖଣ୍ଡେ ପାଉନି। ଶୀତରେ ଥରୁଛି। ତେଣୁ ଥିଲା ଲୋକଙ୍କ ବଳକା  ପୋଷାକ ସଂଗ୍ରହ କରି ଗରିବ ଲୋକଙ୍କୁ ଦେବାପାଇଁ ଏପରି କାର୍ଯ୍ୟକ୍ରମର ଆରମ୍ଭ କରିଛି ଉକ୍ତ ଅନୁଷ୍ଠାନ।

ଏଥିପାଇଁ ଓଡ଼ିଶାରେ ଥିବା ସବୁ ପ୍ୟାରିସ ବେକରି ଆଉଟଲେଟ ଓ ରେଡ ଏଫ୍ଏମ ଅଫିସ ସମୁଖରେ ପୁରୁଣା କିମ୍ବା ନୁଆ ବସ୍ତ୍ର ସଂଗ୍ରହ କରାଯିବା ବ୍ୟବସ୍ଥା ହୋଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବସ୍ତ୍ର ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଏହି ସବୁ ସ୍ଥାନରେ ବସ୍ତ୍ର ଦାନ କରିପାରିବେ । ବୁଧବାର ସଂଧ୍ୟାରେ ଭୁବନେଶ୍ୱର ବାପୁଜିନଗରଠାରେ ଥିବା ପ୍ୟାରିସ ବେକରି ଆଉଟଲେଟରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସିନେ ଅଭିନେତ୍ରୀ ଏଲିନା ସାମନ୍ତରାୟ।

ସମ୍ବନ୍ଧିତ ଖବର

ନୋକିଆ ନାମରେ ସ୍ମାର୍ଟ ଟିଭି ବିକିବ ଫ୍ଲିପ୍‌କାର୍ଟ

Ratnamani Maharana

ତିହାର ଜେଲ୍‌ରେ ଜଲ୍ଲାଦ ପୱନ କୁମାର

Ratnamani Maharana

ଶାହାଙ୍କ ପାଇଁ ନବୀନ ନିବାସରେ ଶୁଦ୍ଧ ଓଡ଼ିଆ ଭୋଜନ

Ratnamani Maharana

ମାମାଲ୍ଲାପୁରମ୍‌ ବେଳାଭୂମିରେ ‘ପ୍ଲଗିଙ୍ଗ୍‌’ କଲେ ପ୍ରଧାନମନ୍ତ୍ରୀ ମୋଦି

Ratnamani Maharana

ଚାରିଟି ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

Ratnamani Maharana

ଜାନୁଆରୀ ୧୫ରେ ରସଗୋଲା ମହୋତ୍ସବ

Ratnamani Maharana