ଓଡିଶାର ଷ୍ଟାର ପାରା ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ସଫଳତମ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡି ହୋଇଛି। ଥାଇଲାଣ୍ଡ ପାରାବ୍ୟାଡ୍ମିଣ୍ଟନ ଇଣ୍ଟରନ୍ୟାଶନାଲ-୨୦୧୮ରେ ଭାରତରୁ ପ୍ରତିନିଧିତ୍ୱ କରି ଓଡ଼ିଶାର ପ୍ରମୋଦ ଭଗତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଷ୍ଟାଣ୍ଡିଙ୍ଗ ଲୋୟର-୩ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ଅନ୍ୟତମ ଭାରତୀୟ ଖେଳାଳି ମନୋଜ ସରକାରଙ୍କୁ ୨୧-୧୮, ୨୧-୯ ପଏଣ୍ଟରେ ହରାଇ ଏହି ସଫଳତା ପାଇଛନ୍ତି। ତାଙ୍କୁ ଏହି ମ୍ୟାଚ ଜିତିବାକୁ ୨୬ ମିନିଟ ଲାଗିଥିଲା।
ଏହି ଖୁସିରେ ଓଡ଼ିଶା ପାରା ବ୍ୟାଡ୍ମିଣ୍ଟନ ଆସୋସିଏଶନ ଓ କ୍ରୀଡ଼ା ମହଲରେ ଖୁସିର ଲହରି ଖେଳି ଯାଇଛି। ମେଣ୍ଟର ଶିବପ୍ରସାଦ ଦାସ, ଓଡ଼ିଶା ପାରାଅଲିମ୍ପିକ୍ସ ଆସୋସିଏଶନ ସମ୍ପାଦକ ବିଷ୍ଣୁ ଚରଣ ସାହୁ, ଓଡ଼ିଶା ପାରାବ୍ୟାଡ୍ମିଣ୍ଟନ ଆସୋସିଏଶନ, ଓଡ଼ିଶା ପାରା ପ୍ଲେୟର୍ସ ଫୋରମ ପକ୍ଷରୁ ପ୍ରମୋଦଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।