EnewsOdia.Com

ପଦୋନ୍ନତିରୁ ବଞ୍ଚିତ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ଅଦାଲତ

ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପଦୋନ୍ନତି ଅଦାଲତ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଭିଯୋଗ ଶୁଣାଣି ଏକାଥରେ ୬ଟି ସ୍ଥାନରେ ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ କାରଣରୁ ପଦୋନ୍ନତିରୁ ବଂଚିତ ହୋଇଥିବା ସରକାରୀ କର୍ମଚାରୀଙ୍କ ଅଭିଯୋଗର ଶୁଣାଣି ଚାଲିଛି । ପ୍ରମୋସନରୁ ବଂଚିତ ହୋଇଥିବା କର୍ମଚାରୀମାନେ ଆସି ତାଙ୍କ ସମସ୍ୟା ରଖୁଛନ୍ତି । ପଦୋନ୍ନତିରୁ ବଂଚିତ କର୍ମଚାରୀଙ୍କ ପାଇଁ ପ୍ରଥମ ଥର ପାଇଁ ଏଭଳି ଏକ ଅଦାଲତର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ୬ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶୁଣାଣି କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୮୯୦୯ ଅଭିଯୋଗ ମଧ୍ୟରୁ ୨ହଜାର ୨୭୩ ଅଭିଯୋଗର ଶୁଣାଣି ହେବ । ଅବଶିଷ୍ଟ ଦରଖାସ୍ତ ଫେବ୍ରୁଆରିରେ ହେବାକୁ ଥିବା‌ ଦ୍ବିତୀୟ ରାଉଣ୍ଡ୍‌ ଅଦାଲତରେ ବିଚାର ହେବ।

ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତିରେ ବିଳମ୍ବ ହେଉଥିବା ନେଇ ବହୁ ସମୟରେ ଅଭିଯୋଗ ଆସେ। ଉପଯୁକ୍ତ ସମୟରେ ପଦୋନ୍ନତି ମିଳୁ ନ ଥିବାରୁ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରୁଥିଲେ।ଏହି ସମସ୍ୟାର ସମାଧାନ ପାଇଁ ପ୍ରତି ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପଢନ୍ତୁ: କରୋନା ଭାଇରସ ରୋଗୀଙ୍କୁ ଦିଆଯାଉଛି HIV ମେଡିସିନ

 

ସମ୍ବନ୍ଧିତ ଖବର

OTET ଅନିୟମିତତାକୁ ନେଇ ତେଜିଲେ ଛାତ୍ରଛାତ୍ରୀ

Ratnamani Maharana

ଫାଶୀ ପୂର୍ବରୁ ପରିବାର ସହ ଶେଷ ସାକ୍ଷାତ ପାଇଁ ନିର୍ଭୟା ଦୋଷୀମାନଙ୍କୁ ଚିଠି

Ratnamani Maharana

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ମତଦାନ ଜାରି

Ratnamani Maharana

ଏବେ ପାସପୋର୍ଟରେ ଦେଖିବାକୁ ମିଳିବ ପଦ୍ମ ଚିହ୍ନ

Ratnamani Maharana

ଏସପ୍ଲାନେଡ ମଲରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ୨୪ ଘଣ୍ଟା ଭିତରେ ୩ ଗିରଫ

Ratnamani Maharana

ରାଜନୀତି କରିବେ ସାଇନା ନେହୱାଲ

Ratnamani Maharana