LIFESTYLE

ଆସନ୍ତୁ ଜାଣିବା, ଆଣ୍ଠୁ ଯନ୍ତ୍ରଣାର କାରଣ ଓ ସଠିକ ଖାଦ୍ୟ ଓ ସଠିକ କାର୍ଯ୍ୟ ସମ୍ବନ୍ଧରେ

ଆସନ୍ତୁ ଜାଣିବା, ଆଣ୍ଠୁ ଯନ୍ତ୍ରଣାର କାରଣ ଓ ସଠିକ ଖାଦ୍ୟ ଓ ସଠିକ କାର୍ଯ୍ୟ ସମ୍ବନ୍ଧରେ

ଆଜିକାଲି ପ୍ରାୟ ୨୫% ଲୋକଙ୍କ ଠାରେ ଆଣ୍ଠୁ ଯନ୍ତ୍ରଣା ସମସ୍ୟା ଦେଖା ଦେଉଛି । ଥରେ ଏହି ଯନ୍ତ୍ରଣା ଆରମ୍ଭ ହେଲେ ଶୀଘ୍ର ଏଥିରୁ ମୁକ୍ତି ମିଳେ ନାହିଁ । ଯେତେ ଔଷଧ ଖାଇଲେ କି ଲଗେଇଲେ ମଧ୍ୟ ଉପସମ ମିଳି ନଥାଏ । ମାତ୍ର ସଠିକ ଖାଦ୍ୟ , ବ୍ୟାୟାମ ବା ଯୋଗ ଓ କିଛି ପ୍ରାକୃତିକ ଉପଚାର ଦ୍ଵାରା ସୁଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଆଣ୍ଠୁ ଯନ୍ତ୍ରଣାର କାରଣ , ସଠିକ ଖାଦ୍ୟ ଗ୍ରହଣ ଓ ଉପଚାର ସମ୍ବନ୍ଧରେ :-

କାରଣ

ଅଧିକ ଚାଲିବା, ସିଢ଼ି ଚଢ଼ିବା, ଅଧିକ ସମୟ ଧରି ବୁଲିବା କିମ୍ୱା ଦୌଡ଼ିବା, ଭାରି ଜିନିଷ ଉଠାଇବା, ଭୁଲ ବ୍ୟାୟାମ କରିବା ଓ ଶରୀରର ଓଜନ ବଢ଼ିବା ଦ୍ୱାରା ଆଣ୍ଠୁ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଆଣ୍ଠୁ ଉପରେ ଅଧିକ ଚାପ ପଡ଼ିବା ଭଳି କାର୍ଯ୍ୟ ଗୁଡ଼ିକ ଅଧିକମାତ୍ରାରେ କଲେ ଆଣ୍ଠୁ ଜଏଣ୍ଟରେ ଥିବା କାଟିର୍ଲେଜ୍‌ କ୍ଷୟ ହୋଇଥାଏ। ଫଳରେ ହାଡ଼ଗୁଡ଼ିକ ପରସ୍ପର ସହିତ ଲାଗି ଯାଆନ୍ତି ଅବା ଅଙ୍କାବଙ୍କା ହୋଇଯାଆନ୍ତି ଏବଂ ଆଣ୍ଠୁରେ ଯନ୍ତ୍ରଣା ହୁଏ। ଅଚାନକ ଝଟକା ଲାଗିଲେ ଅବା ମୋଡ଼ି ହୋଇଗଲେ ଆଣ୍ଠୁରେ ଯନ୍ତ୍ରଣା ହୁଏ। ସେହିଭଳି କୌଣସି କାରଣରୁ ଲିଗାମେଟ୍‌ରେ ଆଘାତ ଲାଗିଲେ ମଧ୍ୟ ଆଣ୍ଠୁରେ ଯନ୍ତ୍ରଣା ହୁଏ। ଇନ୍‌ଫେକ୍ସନ୍ ଓ ୟୁରିକ୍ ଏସିଡ୍‌ର ମାତ୍ରା ଅଧିକ ହୋଇଗଲେ ମଧ୍ୟ ଆଣ୍ଠୁରେ ଯନ୍ତ୍ରଣା ହୁଏ।

’ଣ ଖାଇବେ ଓ କ’ଣ ଖାଇବେ ନାହିଁ

  • ଆଣ୍ଠୁ ଯନ୍ତ୍ରଣା ହେଉଥିବା ବ୍ୟକ୍ତି ପାଳଙ୍ଗ ଶାଗ, ଡାଲଚିନି, ଧନିଆ, ହଳଦି, ଅଦା ଓ ମେଥି ଖାଆନ୍ତୁ। ଏଗୁଡ଼ିକ ବେଶ୍‌ ଉପାଦେୟ ହୋଇଥାଏ।
  • ଭିଟାମିନ୍ ଡି, ବି, ଓ ସି ଥିବା ଖାଦ୍ୟ ଅଧିକ ଖାଇବା ଉଚିତ ।
  • ଖାଦ୍ୟପ୍ରେୟ ଉପରେ ଅଧିକ ଧ୍ୟାନ ରଖନ୍ତୁ। ଭେଣ୍ଡି, ଫୁଲ କୋବି, ଆଳୁ, ଭାତ, ଦହି, ଲସି, ରାଜମା, ଓ ଡାଲି ପରି ବାତବର୍ଦ୍ଧକ ଖାଦ୍ୟ ଖାଆନ୍ତୁ ନାହିଁ।
  • ଖାଇବାରେ ଲୁଣ ଓ ଚିନି ମାତ୍ରା କମ୍ କରନ୍ତୁ।

’ଣ କରିବେ ନାହିଁ

  • ଆଣ୍ଠୁ ଭାଙ୍ଗି ହୋଇ ବସନ୍ତୁ ନାହିଁ।
  • ବଜ୍ରାସନ ଓ ସୁଖାସନ ଭଳି ଆସନ ଯେଉଁଗୁଡ଼ିକରେ ଆଣ୍ଠୁ ମୋଡ଼ିବାକୁ ପଡ଼େ ସେଗୁଡ଼ିକୁ କରନ୍ତୁ ନାହିଁ।
  • ଆଣ୍ଠୁ ଉପରେ ଭରା ଦେଇ କୌଣସି କାମ କରନ୍ତୁ ନାହିଁ।
  • ତଳେ ବସି କରିବାକୁ ପଡ଼ୁଥିବା କୌଣସି କାର୍ଯ୍ୟ କରନ୍ତୁ ନାହିଁ।
  • ଅଧିକ ସମୟ ପର୍ଯ୍ୟନ୍ତ ଠିଆ ହୁଅନ୍ତୁ ନାହିଁ।
  • ହାଇ-ହିଲ୍‌ ଥିବା ଚପଲ ଓ ଜୋତା ପିନ୍ଧନ୍ତୁ ନାହିଁ।

’ଣ କରିବେ

  • ବରଫ ଓ ଗରମ ସେକ ଦେଲେ ଯନ୍ତ୍ରଣାରୁ ଆରାମ ଦେଇଥାଏ।
  • ଆଣ୍ଠୁରେ ବ୍ରେସ୍‌ ପିନ୍ଧନ୍ତୁ, ଫଳରେ ଅଧିକ ହଲିନଥାଏ।
  • ଯଦି ଶରୀର ଓଜନ ଅଧିକ ଅଛି, ତେବେ ଓଜନ କମ୍ କରନ୍ତୁ।
  • ଶୋଇବା ସମୟରେ କଡ଼ ଲେଉଟିବା ବେଳେ ଆଣ୍ଠୁ ପାଖରେ ତକିଆ ଦିଅନ୍ତୁ।
  • ଯନ୍ତ୍ରଣା ଲାଘବ କରିବା ପାଇଁ ମିଳୁଥିବା ତେଲ ପ୍ରତିଦିନ ମାଲିସ କରନ୍ତୁ।

ଆସନ୍ତୁ ଜାଣିବା, ଆଣ୍ଠୁ ଯନ୍ତ୍ରଣାର କାରଣ ଓ ସଠିକ ଖାଦ୍ୟ ଓ ସଠିକ କାର୍ଯ୍ୟ ସମ୍ବନ୍ଧରେ

ପଢନ୍ତୁ, ସ୍ମାର୍ଟ ସିଟି ଭୁବନେଶ୍ଵରର ସମସ୍ତ ପବ୍ଲିକ ଶୌଚଳୟର ସୂଚନା ଏବେ ଗୁଗଲରେ ମିଳିବ

Related posts

ତ୍ୱଚାରେ ସୁନ୍ଦରତା ବୃଦ୍ଧି କରିଥାଏ କେଶର! ଆସନ୍ତୁ ଜାଣିବା ଏହାର ବ୍ୟବହାର ସମ୍ପର୍କରେ

ENO Beuro

ଆପଣ ବି ମଦ୍ୟପାନ କରୁଛନ୍ତି କି ? ସାବଧାନ! ହୋଇପାରେ ଚର୍ମ କର୍କଟ

ENO Beuro

ଲିଭର୍ ସମସ୍ୟା ହୋଇଛି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ସବୁ ଜୁସ

ENO Beuro

1 comment

Leave a Comment