News

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ :୨ଜଣ ସାବାଳକଙ୍କ ବିବାହ ନିଷ୍ପତ୍ତିିରେ କେହି ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ

By Krishna Kumar Manoj

February 05, 2018

ଖାପ୍‌ ପଞ୍ଚାୟତର ଆକ୍ରମଣରୁ ଦମ୍ପତିଙ୍କୁ ସୁରକ୍ଷା

ଖାପ ପଞ୍ଚାୟତଗୁଡ଼ିକ ଆଇନିକୁ  ହାତକୁ ନେଉଛନ୍ତି। ବିଶେଷ କରି ଭିନ୍ନ ଜାତି, ସମ୍ପ୍ରଦାୟ ଓ ଧର୍ମାବଲମ୍ବୀ ସାବାଳକସାବାଳିକା ବିବାହ କ୍ଷେତ୍ରରେ ଖାପ ପଞ୍ଚାୟତର ନିଷ୍ପତ୍ତି ଯୋଗୁଁ ଅନର କିଲିଂ ଭଳି ଘଟଣା ଘଟୁଥିବାରୁ ଏନେି ର୍ସର୍ବୋଚ୍ଚ ନ୍ୟାୟଳୟ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଏହିପରି ଦମ୍ପତିଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ  ବିଚାରପତି ଶ୍ରୀ ଦୀପକ ମିଶ୍ର କହିଛନ୍ତି ସେ ଅଭିଭାବକ ହୁଅନ୍ତୁ କି ଅନ୍ୟ କୌଣସି ବ୍ୟକ୍ତି, କେହି ମଧ୍ୟ ଏହି ମାମଲାରେ ଦଖଲ ଦେଇ ପାରିବେ ନାହିଁ। କେହି ମଧ୍ୟ ବ୍ୟକ୍ତିଗତ କିମ୍ବା ସାମୂହିକ ଭାବେ ସାବାଳକଙ୍କ ବିବାହରେ ଦଖଲ ଦେବାର ଅଧିକାର ନାହିଁ। ଅଣ ଲାଭକାରୀ ସଂଗଠନ ଶକ୍ତି ବାହିନୀ ଉଚ୍ଚତମ ନ୍ୟାୟାଳୟ ଯାଚିକା ଦାୟର କରି ଖାପ ପଞ୍ଚାୟତ ପରି ସ୍ଵୟମ୍ଭୁଙ୍କ ଉପରେ କଟକଣା ଜାରି କରିବାକୁ ଅଦାଲତରେ ଦାବି କରିଥିଲେ।

ଶକ୍ତି ବାହିନୀ ନିଜର ଯାଚିକାରେ ଦର୍ଶାଇଛନ୍ତି ଯେ ମଧ୍ୟ କାଳରେ ନିଜର କଥିତ ପରମ୍ପରାର ରକ୍ଷା ନାମରେ ପ୍ରେମୀ ଯୁଗଳଙ୍କୁ ହତ୍ୟା କରାଯାଇ ପାରିବ ନାହିଁ। ଖାପ ପଞ୍ଚାୟତ ପକ୍ଷରୁ ହାଜର ଓକିଲ କହିଛନ୍ତି ଯେ ଆମେ ଏହି ଧରଣର ହତ୍ୟା ବିରୋଧରେ ଅଛୁ। ଅଦାଲତ କହିଛନ୍ତି ଯେ ଆମକୁ ଖାପ ପଞ୍ଚାୟତର ଅଧିକାରକୁ ନେଇ ଚିନ୍ତିତ ନାହୁଁ। ଆମକୁ କେବଳ ବିବାହ କରୁଥିବା ଯୋଡ଼ିକୁ ନେଇ ଚିନ୍ତିତ। ସାବାଳକ ଯୋଡିଙ୍କ ବିବାହ ଭଲ ହେଉ କି ମନ୍ଦ ହେଉ ଏଥିରୁ ସମସ୍ତଙ୍କୁ ବାହାରେ ରହିବା ଉଚିତ୍।

ପଢନ୍ତୁ ;

ବୟସ ଅନୁସାରେ କିପରି ନେବେ ପିଲାମାନଙ୍କ ଖାଦ୍ୟପେୟର ଯତ୍ନ ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ କିଛି କଥା