POLITICALS

ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

maharathi

ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ମନ୍ତବ୍ୟର ପ୍ରତିବାଦ କରିଛି ମହିଳା କଂଗ୍ରେସ । ମନ୍ତ୍ରୀ ମହାରଥୀଙ୍କ ବାସଭବନ ଘେରାଉ କରିଛନ୍ତି ମହିଳା କଂଗ୍ରେସ କର୍ମୀ । ଏହା ସହ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା,ଟମାଟୋ ଓ ଝାଡୁ ମାଡ କରିଛନ୍ତି ।

ଏପରିକି ଛାଞ୍ଚୁଣି ଧରି ମହିଳା କଂଗ୍ରେସର ଆନ୍ଦୋଳନକାରୀ ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ମଧ୍ୟ କରିଥିଲେ। ତେବେ ଏତିକି ବେଳେ ଉପସ୍ଥିତ ଥିବା ପୁଲିସ୍‌ଙ୍କ ସହ ମହିଳା କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

maharathi

ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ପ୍ରଦୀପ ମହାରଥୀଙ୍କ ଏଭଳି ବୟାନ ନିନ୍ଦନୀୟ। ତେଣୁ ଏଭଳି ବୟାନରୁ ସେ ନିବୃତ ରୁହନ୍ତୁ। ନ ହେଲେ ଆଗାମୀ ଦିନରେ ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଉକ୍ତ ମାମଲାରେ ବୟାନ ଦେଇ ମହାରଥୀ କହିଥିଲେ, ପୀଡିତାଙ୍କୁ ନ୍ୟାୟ ମିଳିଛି। ପାଣିକୁ ପାଣି ଓ କ୍ଷୀରକୁ କ୍ଷୀର ହୋଇଛି। କୋର୍ଟଙ୍କ ରାୟକୁ ସେ ସ୍ବାଗତ କରୁଛନ୍ତି ବୋଲି କହିଥିଲେ।

ପଢନ୍ତୁ; ଆଇଏସ୍‌ ମୋଡ୍ୟୁଲ ପର୍ଦ୍ଦାଫାଶ ଘଟଣା: ମାଷ୍ଟରମାଇଣ୍ଡ ଥିଲା ମୁଫ୍‌ତି ସୋହେଲ

Related posts

ଆଇଏଏସ ଆଇପିଏସ ଲଢେଇରେ ଆଇଏଏସ ଅପରାଜିତା ଷଡଙ୍ଗୀ ଆଗରେ

Ratnamani Moharana

ହିଞ୍ଜିଳି ଓ ଭଣ୍ଡାରୀପୋଖରୀରୁ ଲଢିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Ratnamani Moharana

କର୍ଣ୍ଣାଟକରେ ଟଳମଳ ମେଣ୍ଟ ସରକାର

Ratnamani Moharana

Leave a Comment