News

ଅଶାନ୍ତ କାର୍ଗିଲ: ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି

Untitled 1

କାରଗିଲ୍‌ରେ ବିକ୍ଷୋଭ

ଧାରା ୩୭୦ ଉଚ୍ଛେଦ   କରିବା ପରେ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଏବେ ସାମ୍ନକୁ ଆସିଛି।  ଜମ୍ମୁ କଶ୍ମୀର ରାଜ୍ୟ ଭାଙ୍ଗି ଏହାକୁ ଦୁଇଭାଗ କରିବା ଏବଂ ଲଦାଖ୍‌କୁ କେନ୍ଦ୍ର ଶାସିତ ଅଞ୍ଚଳ କରିବାନେଇ ଭାରତ ସରକାରଙ୍କ ନିଷ୍ପତ୍ତିକୁ କାରଗିଲ୍‌ରେ ମୁସ୍‌ଲିମ ସଂପ୍ରଦାୟ ପକ୍ଷରୁ ବିରୋଧ କରାଯାଇଛି। ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି କାରଗିଲ୍‌ରେ ଲଗାତାର ୩ ଦିନ ଧରି ବନ୍ଦ ପାଳନ ହୋଇଥିଲା। ତେବେ ଆଜି କାରଗିଲ୍‌ରେ ବିକ୍ଷୋଭ ଆରମ୍ଭ ହୋଇଛି।

Page3 2 2
kargil

ଜେଏସି (ଜଏଣ୍ଟ୍‌ ଆକ୍ସନ୍‌ କମିଟି) ଦ୍ବାରା କାରଗିଲ୍‌ରେ ଆନ୍ଦୋଳନ କରାଯାଇଛି। କାରଗିଲ୍‌ ଜିଲ୍ଲା ପ୍ରଶାସନ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ସମସ୍ତ ସ୍କୁଲ୍‌ ଓ କଲେଜ୍‌ ଗୁଡ଼ିକୁ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜମ୍ମୁ-କଶ୍ମୀରରେ ସରକାର ୧୪୪ ଧାରା  ଜାରି କରାଯାଇଛି। ଅର୍ଥାତ ଏଠାରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଲଦାଖର କାର୍ଗିଲ, ଡ୍ରାସ ଓ ସାନକୋଠାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ପରବର୍ତ୍ତୀ ନୋଟିସ୍‌ ଯାଏ ଏଭଳି ନିୟମ ଏଠାରେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।ତଥାପି ପୁଞ୍ଚରେ କାଲି ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା। ଆଜି କାର୍ଗିଲରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି ଶତାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ।ଏହା ସହ ମୋବାଇଲ, ଇଣ୍ଟରନେଟ୍‌  ସେବା ଓ ଲ୍ୟାଣ୍ଡଫୋନ୍‌କୁ ବନ୍ଦ କରି ଦିଆଯାଇଛି।

ପଢନ୍ତୁ: କର୍ତ୍ତବ୍ୟ ଆଗରେ ଫିକା ପଡିଲା ସଂପର୍କ ! ଭାଇ ହାତରୁ ଗୁଳିମାଡ ଖାଇ ନିହତ ଭଉଣୀ

Related posts

ହିମାଚଳ ପ୍ରଦେଶରେ ସ୍କୁଲ ବସ୍ ଖାତକୁ ଖସି ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି !

ENO Beuro

ସରକାରୀ କର୍ମଚାରୀଙ୍କ ହାତରେ ଜୋତାର ଫିତା ବନ୍ଧାଇଲେ ମନ୍ତ୍ରୀ

Ratnamani Moharana

କେନ୍ଦ୍ର ସରକାରଙ୍କ ପଶୁ ସଞ୍ଜିବନୀ ଯୋଜନା! ୪ କୋଟି ଗାଈଙ୍କ ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା

ENO Beuro

Leave a Comment