କିମ୍ବଦନ୍ତୀ ଧାବିକା ପି.ଟି. ଉଷା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ପରବର୍ତ୍ତୀ ସଭାପତି ହେବେ। ରବିବାର ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିନ ଥିବା ବେଳେ ଉଷାଙ୍କୁ ଛାଡ଼ି ଅନ୍ୟ କେହି ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ଫଳରେ ଦୌଡ଼ରାଣୀ ପି.ଟି. ଉଷା ନିର୍ଦ୍ବନ୍ଦ୍ବରେ ଆଇଓଏ ସଭାପତି ନିର୍ବାଚିତ ହେବେ। ଡିସେମ୍ବର ୧୦ରେ ଆଇଓଏର ନିର୍ବାଚନ ଅନୁଷ୍ଠିତ ହେବ।

‘ପାୟୋଲି ଏକ୍ସପ୍ରେସ୍‘ ଭାବେ ପରିଚିତ ୫୮ ବର୍ଷ ବୟସ୍କା ପି.ଟି. ଉଷା ଦେଶର ସଫଳତମା ମହିଳା ଆଥ୍ଲେଟ୍। ସେ ଏସୀୟ କ୍ରୀଡ଼ାରେ ୪ଟି ସ୍ବର୍ଣ୍ଣ ଓ ୮ଟି ରୌପ୍ୟପଦକ ଜିତିଥିବା ଉଷା ୧୯୮୪ ଅଲିମ୍ପିକ୍ସରେ ୪୦୦ ମିଟର ହର୍ଡଲ୍ସ ଫାଇନାଲରେ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ରବିବାର ଆଇଓଏ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିନ ଥିବା ବେଳେ ସଭାପତି ପଦ ପାଇଁ କେବଳ ଉଷା ପାର୍ଥୀ ହୋଇଛନ୍ତି। ହେଲେ ଅନ୍ୟ କିଛି ପଦ ପାଇଁ ନିର୍ବାଚନ ହେବା ନିଶ୍ଚିତ। ଶୁକ୍ରବାର ଓ ଶନିବାର ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ୨ ଦିନରେ କୌଣସି ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ବେଳେ ରବିବାର ଅନ୍ତିମ ଦିନେର େମାଟ ୨୪ଟି ପ୍ରାର୍ଥିପତ୍ର ନିର୍ବାଚନ ଅଧିକାରୀ ଉମେଶ ସିହ୍ନାଙ୍କର ହସ୍ତଗତ ହୋଇଛି। ଉପସଭାପତି (ମହିଳା) ପଦ ପାଇଁ ଜଣେ ଓ ଯୁଗ୍ମ ସମ୍ପାଦକ (ମହିଳା) ପଦ ପାଇଁ ଜଣେ ଲେଖାଏଁ ନିର୍ବାଚିତ ହେବାର ଥିଲେ ହେ ଏକାଧିକ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ମତଦାନ ହେବା ନିଶ୍ଚିତ। ପୁଣି ୪ଟି କାର୍ଯ୍ୟକାରୀ କମିଟି ସଦସ୍ୟ ପଦ ପାଇଁ ୧୨ ଜଣ ଦୌଡ଼ରେ ରହିଛନ୍ତି। ଆଇଓଏର କର୍ମକର୍ତ୍ତାଙ୍କ ମଧ୍ୟରେ ଅଛନ୍ତି ଜଣେ ସଭାପତି, ଜଣେ ବରିଷ୍ଠ ଉପସଭାପତି, ୨ ଜଣ ଉପସଭାପତି (ଜଣେ ପୁରୁଷ, ଜଣେ ମହିଳା), ଜଣେ କୋଷାଧ୍ୟକ୍ଷ, ୨ ଜଣ ଯୁଗ୍ମ ସମ୍ପାଦକ (ଜଣେ ପୁରୁଷ, ଜଣେ ମହିଳା) ଏବଂ ୬ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ। କାର୍ଯ୍ୟକାରୀ ସଦସ୍ୟଙ୍କ ମଧ୍ୟରୁ ୨ ଜଣ (ଜଣେ ପୁରୁଷ, ଜଣେ ମହିଳା) କ୍ରୀଡ଼ାବିତ୍ କମିଶନ୍ର ପ୍ରତିନିଧି ହେବା ବାଞ୍ଛନୀୟ।