EnewsOdia.Com

ଦିଲ୍ଲୀ ଏନସିଆରରେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା, ମାସ୍କ ବିନା ଘରୁ ବାହାରିବା କଷ୍ଟକର

ଜହର ବଳୟରେ ପରିଣତ ହୋଇଛି ଦିଲ୍ଲୀ । ରାଜଧାନୀରେ ବଢୁଥିବା ପ୍ରଦୂଷଣକୁ ନଜରରେ ରଖି ସୁପ୍ରିମକୋର୍ଟର ଏକ ପ୍ୟାନେଲ ଦିଲ୍ଲୀ ଓ ଏନସିଆରରେ ନଭେମ୍ବର ୬ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଜନିତ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି ।  ବର୍ତ୍ତମାନ ଦିଲ୍ଲୀର ପ୍ରଦୂଷଣ ‘ସିଭିୟର ପ୍ଲସ’ ଶ୍ରେଣୀରେ ପହଞ୍ଚି ଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆସନ୍ତା ୫ ତାରିଖ ଯାଏ ରାଜ୍ୟରେ ଥିବା ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ନଭେମ୍ବର ୫ ପର୍ଯ୍ୟନ୍ତ ହଟ୍‌ ମିକ୍ସ ପ୍ଲାଣ୍ଟ ଏବଂ କ୍ରଶର ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।

ପ୍ରଦୂଷିତ ବାୟୁ ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଉଛି । କୁନି କୁନି ସ୍କୁଲ ପିଲାଙ୍କ ସ୍ୱାସ୍ୟବସ୍ଥା ଭଲ ରହୁନାହିଁ । ମୁଣ୍ଡ ବ୍ୟଥ, ଆଖି ପୋଡ଼ିବା, ବାନ୍ତି, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି କୁନି କୁନି ପିଲା । ଏହି କାରଣରୁ ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ । ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ପ୍ରାୟ ଛୋଟ ଛୋଟ ପିଲାମାନଙ୍କର ଆସ୍ଥମା ସମସ୍ୟା ରହିଛି ।

ଦୀପାବଳି ପରେ ରାଜଧାନୀ ଦିଲ୍ଲୀରେ ବାୟୁ ଅଧିକ ପ୍ରଦୂଷିତ ହୋଇଛି ।  ଦୀପାବଳିରେ ଧୂଆଁମୟ ହୋଇଯାଇଥିଲା ପରିବେଶ । ବୁଧବାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୯ ଥିଲା । ଗୁରୁବାର ୪୧୦ ରେକର୍ଡ କରାଯାଇଥିଲା । ଜରୁରିକାଳୀନ ସେବାଗୁଡ଼ିକୁ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ଜେନେରେଟର ବନ୍ଦ ରଖିବାକୁ କୁହାଯାଇଛି। ସେହିପରି ଦକ୍ଷିଣ ଦିଲ୍ଲୀ ନଗର ନିଗମ ପକ୍ଷରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦେଶ ଜାରି କରିଛି।

ପଢନ୍ତୁ: କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

ସମ୍ବନ୍ଧିତ ଖବର

WHO ରିପୋର୍ଟ ଚୀନ୍ ଲ୍ୟାବରେ କୌଣସି କରୋନାଭାଇରସ୍ କରାଯାଇ ନାହିଁ

admin

ହାତରେ ଦା’ ଧରି ଖେତରେ ଚାଷ କରୁଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ

Ratnamani Maharana

ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ପ୍ରତାପ ଷଢଙ୍ଗୀ

Ratnamani Maharana

ଇଣ୍ଡିଗୋ ଏୟାରଲାଇନ୍ସର ଭାଲେଣ୍ଟାଇନ ଡେ’ ସ୍ପେଶାଲ ଅଫର

Ratnamani Maharana

ସାଟେଲାଇଟରେ ଆସିଲା ଚୀନର ସାଂଘାତିକ ଚିତ୍ର

Ratnamani Maharana

ସୁପର ଓଭରରେ ଟିମ ଇଣ୍ଡିଆର ସୁପର ବିଜୟ

Ratnamani Maharana