February 21, 2019

ନୂଆ ଗାଡି କିଣିବା ପରେ କିଭଳି ପୂଜାର୍ଚ୍ଚନା କଲେ ଦୁର୍ଘଟଣାରୁ ରକ୍ଷା ପାଇବେ ! ଜାଣନ୍ତୁ ସେ ସମ୍ପର୍କରେ

ଆଜିକାଲିର ଯୁବପିଢି ବିନା ଗାଡିରେ ବାହାରକୁ ବାହାରୁନାହାନ୍ତି। ସେଥିଲାଗି ସମସ୍ତେ ନିଜର ବ୍ୟକ୍ତିଗତ ଗାଡି ରଖୁଛନ୍ତି। ଯେଉଁ ମାନେ ନୂଆ ଗାଡି କିଣୁଛନ୍ତି ସେମାନେ କୌଣସି ମନ୍ଦିରକୁ ଯାଇ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଇଥାନ୍ତି। କିନ୍ତୁ କିଭଳି ପୂଜା କରିବା ଉଚିତ?

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଯେବେ ଆପଣ ନୂଆ ଗାଡି କିଣୁଛନ୍ତି ଏହାର ପୂଜାର୍ଚ୍ଚନା କରିବା ବେଳେ ପ୍ରଥମେ ଆମ୍ବ ପତ୍ରରେ ତିନିଥର ଜଳ କାର୍‌ ଉପରେ ସିଞ୍ଚନ କରନ୍ତୁ। ଏହା କରିବା ଦ୍ଵାରା କାର/ଗାଡି ନିଜର ହୋଇଯାଇଥାଏ।
  • ତା’ପରେ ସିନ୍ଦୁର ଓ ଘିଅରେ ପ୍ରସ୍ତୁତ ତିଳକରେ କାର୍‌ରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ । ଏହାଫଳରେ ଯାତ୍ରା ସମୟରେ କୌଣସି ପ୍ରକାରର ବାଧା ବିଘ୍ନ ହୋଇ ନ ଥାଏ।
  • କାର୍‌କୁ ଫୁଲ ମାଳା ପିନ୍ଧାନ୍ତୁ । ତା’ପରେ କାରରେ ତିନି ଥର କଲ୍‌ଓ୍ଵା ବାନ୍ଧନ୍ତୁ । କଲଓ୍ଵା ହେଉଛି ରକ୍ଷା ସୂତ୍ର । ଏହା ବାହାରକୁ ସୁରକ୍ଷା ପ୍ରଦାନ କରିଥାଏ।
  • ତା ପରେ କର୍ପୁରରେ ଆଳତୀ କରନ୍ତୁ । କଳସରେ ଥିବା ଜଳକୁ ଉଭୟ ବାମ ଓ ଦକ୍ଷିଣ ପଟେ ପକାନ୍ତୁ । କର୍ପୁରର ପାଉଁଶରେ ଏକ ତିଳକ ବାହନରେ ଲଗାନ୍ତୁ।
  • ଏହା ପରେ କାର୍‌ ଉପରେ ମିଷ୍ଟାନ୍ନ ରଖନ୍ତୁ । ଏହାପରେ ତାକୁ ଗୋମାତାଙ୍କୁ ଖୁଆଇ ଦିଅନ୍ତୁ । ଏକ ନୂଆ ନଡିଆ ହାତରେ ଧରି କାର୍‌ ଚାରି ପଟେ ସାତ ଥର ପ୍ରଦକ୍ଷିଣ କରି କାର ଆଗରେ ନଡିଆକୁ ଭାଙ୍ଗନ୍ତୁ । ତା’ପରେ ଭଙ୍ଗା ନଡିଆ ଉପରେ ଗାଡ଼ି ଚଳାଇ ଭମ୍ରଣ କରନ୍ତୁ।

ପଢନ୍ତୁ;

ବ୍ରେନ୍ ଟ୍ୟୁମର ପାଇଁ ହୋଇପାରେ ହୃଦ୍ ଘାତ ! ଜାଣନ୍ତୁ ଏହାର ଲକ୍ଷଣ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More