ପୁଲ୍‌ଓ୍ଵାମା: ସିନ୍ଧୁଙ୍କ ବିବାଦୀୟ ବୟାନ,ଆଲୋଚନା ଦ୍ୱାରା ସମାଧାନ କରିବା ଆବଶ୍ୟକ

sidhu

ପାକିସ୍ତାନ ଦାୟୀ ନୁହେଁ: ସିନ୍ଧୁ

ପୁଲଓ୍ବାମାରେ ହୋଇଥିବା ଆତଙ୍କି ଆକ୍ରମଣକୁ ନେଇ ସାରା ବିଶ୍ବରେ ସମବେଦନା ପ୍ରକାଶ ପାଉଥିବା ବେଳେ ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଆତଙ୍କି ଆକ୍ରମଣ ପାଇଁ ନିର୍ଦ୍ଦିଷ୍ଟ ଦେଶକୁ ଦାୟୀ କରାଯିବା ଠିକ୍‌ ନୁହେଁ । ଆତଙ୍କବାଦର କୌଣସି ଜାତି ବା ଧର୍ମ ନ ଥାଏ।

ଆଉ ମଧ୍ୟ କହିଛନ୍ତି ଆଲୋଚନା ମାଧ୍ୟମରେ ଏହାର ସମାଧାନ ଆବଶ୍ୟକ ଅଟେ। ପୂର୍ବରୁ ମଧ୍ୟ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଶପଥ ସମାରୋହରେ ଯୋଗଦେଇ ସେନା ମୁଖ୍ୟଙ୍କ ସହ ଆଲିଙ୍ଗନକୁ ନେଇ ବିବାଦ ଘେରକୁ ଆସିଥିଲେ ସିଦ୍ଧୁ।

ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଗୁରୁବାର ହୋଇଥିବା ବର୍ବର ଆତଙ୍କୀ ଆକ୍ରମଣରେ ଦେଶର ୪୦ ବୀର ପୁତ୍ର ସହୀଦ ହୋଇଗଲେ । ଏଥିରେ ୨ଜଣ ଓଡିଆ ଯବାନ ମଧ୍ୟ ରହିଛନ୍ତି।

ପଢନ୍ତୁ; ଦିଲ୍ଲୀଠାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More