News

ପୁଲଓ୍ୱାମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ସମେତ ୩ ଆତଙ୍କୀଙ୍କୁ ମାରିଲେ ସୁରକ୍ଷାବାହିନୀ

killed 3 terrorist

ପୁଲଓ୍ୱାମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ମୁଦାସିର  ରଚିଥିଲା ଷଡଯନ୍ତ୍ର । ମୁଦାସିର ସହ କାର ମାଲିକ ସାଜ୍ଜାଦ ଭଟ୍ଟ ବି ଥିଲା ସାମିଲ…

ଦକ୍ଷିଣ କାଶ୍ମୀର ପୁଲଓ୍ବାମା ଜିଲ୍ଲା ତ୍ରାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈସ୍-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ରହିଛି ପୁଲଓ୍ୱାମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ମୁଦାସିର  ଓ ଆକ୍ରମଣରେ ବ୍ୟବହୃତ କାର ମାଲିକ ସାଜ୍ଜାଦ ଭଟ୍ଟ । ସୂଚନାମୁତକ ମୁଦାସିର ଖାନ୍ ଆଇଟିଆଇ ରୁ ସ୍ନ୍ନାତକ ପରେ ଏଲେକ୍ଟ୍ରିସିଆନର ବାର୍ଷିକୀୟା ଡିପ୍ଲୋମା  କୋର୍ସ କରିଛି। ସେ ୨୦୧୭ ରେ ପ୍ରଥମଥର ପାଇଁ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ସହଯୋଗ କରିଥିଲା।

pulwama convict killed muddasir
pulwama convict killed

ପୁଲୱାମାର ତ୍ରାଲରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ଗତ ରାତିରେ ସୁରକ୍ଷାକର୍ମୀ  ଅପରେସନ୍ କରିଥିଲେ। ଏଥିସହ ପୂରା ଅଞ୍ଚଳକୁ କର୍ଡନ  କରି ଯାଞ୍ଚ ଚାଲିଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ ମଧ୍ୟ ଜବାବ ଦେଇ ଗୁଳିଚାଳନା କରିଥିଲେ । ଗୁଳି ବିନିମୟ ଫଳରେ ତିନି ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଆତଙ୍କବାଦୀ ଲୁଚି ଥିବା ଘରକୁ ମଧ୍ୟ ସୁରକ୍ଷାକର୍ମୀମାନେ ବୋମା ପକାଇ ଧ୍ବଂସ  କରିଦେଇଥିଲେ ।
ପଢନ୍ତୁ: ଇଥିଓପିଆ ବିମାନ ଦୁର୍ଘଟଣାରେ ୪ ଭାରତୀୟଙ୍କ ସମେତ ୧୫୭ ମୃତ

Related posts

୨୦ରେ ଚନ୍ଦ୍ରର ନିକଟବର୍ତ୍ତୀ ହେବ ଚନ୍ଦ୍ରଯାନ-୨: ଇସ୍ରୋ

Ratnamani Moharana

ପାକିସ୍ତାନ ସହ ଯୁଦ୍ଧ ପାଇଁ ନୌସେନା ଆଇଏନେସର ପ୍ରସ୍ତୁତି

Ratnamani Moharana

ନିର୍ମାଣାଧୀନ ବୋମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ପଣ୍ଡା ଇନଫ୍ରା ସଂସ୍ଥା ମାଲିକ ପ୍ରତାପ କିଶୋର ପଣ୍ଡା ଙ୍କ ଆତ୍ମସମର୍ପଣ

ENO Beuro

Leave a Comment