ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ନାକାମ କରିଦେଇଛି ଭାରତୀୟ ସୁରକ୍ଷା ବାହିନୀ

ଗଣତନ୍ତ୍ର ଦିବସରେ ସାରାଦେଶରେ ଲୋକମାନେ ଉତ୍ସବ ମନାଉଥିବାବେଳେ ଆକ୍ରମଣ କରି ଏହି ଆନନ୍ଦରେ ଭଟ୍ଟା ପକାଇବାକୁ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ନାକାମ କରିଦେଇଛି ଭାରତୀୟ ସୁରକ୍ଷା ବାହିନୀ । ଗତକାଲି ରାତିରେ ଜାମ୍ମୁ ଓ କଶ୍ମୀରରେ ଜଣେ ମହିଳା ଆତ୍ମଘାତି ଆତଙ୍କବାଦୀ ଗିରଫ ହେବା ପରେ ପୁଲିସ ଓ ଗୁଇନ୍ଦା ବାହିନୀକୁ ଏକ ବଡ଼ ସଫଳତା ମିଳିଛି ।

ଏହି ମହିଳା ଆତଙ୍କବାଦୀର ନାଁ ସାଦିୟା ଅନଓ୍ଵର ଶେଖ୍ ଓ ତାହାର ବୟସ ମାତ୍ର ୧୮ ବର୍ଷ । ଜାମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି ଯେ ,ପୁନେର ଅଧିବାସୀ ଏହି ମହିଳା ଗତ କିଛି ବର୍ଷ ଧରି ଆଇଏସର ସଂପର୍କରେ ଥିଲା। ସେ ଜାନୁୟାରୀ ୨୬ରେ ରାଜ୍ୟରେ ଗଣତନ୍ତ୍ର ଦିବସ ଉତ୍ସବକୁ ଭଣ୍ଡୁର କରିବା ଲକ୍ଷ୍ୟରେ ଆତ୍ମଘାତି ବୋମା ବିସ୍ପୋରଣ କରିଥାନ୍ତା ବୋଲି ଜଣାପଡିଛି ।

ତେବେ ଆତଙ୍କବାଦୀଙ୍କ ଏପରି ଏକ ଷଡ଼ଯନ୍ତ୍ର ବିଷୟରେ ଭାରତୀୟ ଗୁଇନ୍ଦା ବିଭାଗ ପୂର୍ବରୁ ସୁରାକ ପାଇଥିଲା । ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସେନା ଓ ପୁଲିସକୁ ସତର୍କ କରିଦିଆଯାଇଥିଲା । ଫଳରେ ଗତକାଲି ଏକ ସ୍ୱତନ୍ତ୍ର ଅପରେସନ ପରେ ଦକ୍ଷିଣ କାଶ୍ମୀରରୁ ଶେଖକୁ ଗିରଫ କରାଯାଇଥିଲା ।ଗତ ୨୦୧୫ରେ ଏହି ଯୁବତୀକୁ ମହାରାଷ୍ଟ୍ରର ଏଟିଏସ ଗିରଫ କରି ପଚରା ଉଚୁରା କରିଥିଲା । ଏଥିରୁ ଜଣାପଡିଥିଲା ଯେ ସେ ସିରିୟା ଯିବାକୁ ଯୋଜନା କରୁଥିଲା । ଏହା ପରେ ତାକୁ ଥଇଥାନ କେନ୍ଦ୍ରକୁ ପଠାଇଦିଆଯାଇଥିଲା ।

ପଢନ୍ତୁ ;

ଘରର ଏହି ଜାଗାରେ ଗଛ ରଖିଲେ ହୋଇଥାଏ ଅଶୁଭ ! ତାସହ ମଧୁମେହ ରୋଗରେ ଶିକାର ମଧ୍ୟ ହୋଇପାରନ୍ତି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More