News

ସ୍ୱର୍ଣ୍ଣପଦକର ସ୍ଵପ୍ନ ଦେଖୁଥିବା ଶିକ୍ଷାର୍ଥୀମାନେ ଶାକାହାରୀ ହେବା ପାଇଁ ବାଧ୍ୟ : ପୁଣେ ବିଶ୍ୱବିଦ୍ୟାଳୟ

ବିଦ୍ୟାର୍ଥୀଙ୍କୁ ନିଜ ସାମର୍ଥ୍ୟ ପାଇଁ ସ୍ଵର୍ଣ୍ଣପଦକ ମିଳିବା କିଛି ବିଚିତ୍ର କଥା ନୁହେଁ । ମାତ୍ର ସ୍ୱର୍ଣ୍ଣପଦକ ପାଇବା ନିମନ୍ତେ ବିଦ୍ୟାର୍ଥୀମାନେ ଶାକାହାରୀ ହେବା ସହ ମଦିରା ପାନ କରୁ ନ ଥିବା ଆବଶ୍ୟକ, ଏକଥା ନିଶ୍ଚିତ ଭାବରେ ବିଚିତ୍ର । ବିଶ୍ଵାସ ନା ହେଉଥିଲେ ମଧ୍ୟ ଏକଥା ସଂପୂର୍ଣ୍ଣ ସତ୍ୟ । ଜଣେ ଯୋଗଗରୁଙ୍କ ଦ୍ୱାରା ପରିଚାଳିତ ଏକ ଟ୍ରଷ୍ଟ୍‍ ଦ୍ୱାରା ପୁଣେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦିଆଯାଉଥିବା ସ୍ୱର୍ଣ୍ଣପଦକ ପାଇବା ପାଇଁ ଏହି ଯୋଗ୍ୟତା ଥିବା ଅନିର୍ବାର୍ଜ୍ୟ ବୋଲି ପ୍ରତିଷ୍ଠାନ ତରଫରୁ ଘୋଷଣା ହୋଇଛି ।

ସାବିତ୍ରିବାଈ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟରେ ଯୋଗ ମହର୍ଷି ରାମଚନ୍ଦ୍ର ଗୋପାଳ ଶେଲାର ଓରଫ୍‌ ଶେଲାର ମାମାଙ୍କ ନାମରେ ନାମିତ ଏହି ସ୍ୱର୍ଣ୍ଣପଦକ ଅଣବିଜ୍ଞାନ ପାଠ୍ୟକ୍ରମର ଶିକ୍ଷାର୍ଥୀଙ୍କୁ ୨୦୧୬-୧୭ ବର୍ଷ ପାଇଁ ପ୍ରଦାନ କରାଯିବ। ସର୍କୁଲାରରେ ଆହୁରି ୧୦ ସର୍ତ୍ତ ବି ଦିଆଯାଇଛି । ଏଥିରେ ପ୍ରମୁଖ ରହିଛି ନିଶା ଦ୍ରବ୍ୟ ସେବନ ନ କରିବା, ଯୋଗ ଓ ପ୍ରାଣାୟମ କରିବା । ଏହା ବ୍ୟତିରେକେ,ଶିକ୍ଷାର୍ଥୀ ଭାରତୀୟ ସଂସ୍କୃତି, ପରମ୍ପରାରେ ବିଶ୍ୱାସ କରିବା ସହ ସେସବୁ ନିଜର ଦୈନନ୍ଦିନ ଜୀବନରେ ଲାଗୁକରୁଥିବେ ଏବଂ ନୃତ୍ୟ, ଗାୟନ, ଭାଷଣ ଏବଂ ଲିଖନ ଏବଂ ଥିଏଟର୍‌ ଆଦି କାର୍ଯ୍ୟକଳାପରେ ପାରଙ୍ଗମ ହୋଇଥିବେ।

ସର୍କୁଲାରକୁ ଶିବସେନା ଓ ଏନସିପି କଡା ବିରୋଧ କରିଛନ୍ତି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ କହିଛନ୍ତି ଯେ , ଏହି ମାମଲା ଟ୍ରଷ୍ଟ ସମ୍ମୁଖରେ ରଖାଯିବ ।

ସ୍ୱର୍ଣ୍ଣପଦକର ସ୍ଵପ୍ନ ଦେଖୁଥିବା ଶିକ୍ଷାର୍ଥୀମାନେ ଶାକାହାରୀ ହେବା ପାଇଁ ବାଧ୍ୟ - ପୁଣେ ବିଶ୍ୱବିଦ୍ୟାଳୟ

ପଢନ୍ତୁ, ନାସା ଦ୍ଵାରା ମିଳିଛି ଆଶ୍ଚର୍ଯ୍ୟଜନିତ ସୂଚନା : ମହାକାଶ ରୁ ଆସୁଛି ଅଦ୍ଭୁତ ଶବ୍ଦ

Related posts

ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ !

ENO Beuro

ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର୍ ଉପରେ ମାଡ଼ି ଗଲା ଟ୍ରକ୍‌,ଗୋଟିଏ ପରିବାରର ୩ ମୃତ

ENO Beuro

ଜୋର ଧରିଲା “ମି ଠୁ” ଅଭିଯାନ,କୋର୍ଟ ଗଲେ କେନ୍ଦ୍ରମନ୍ତ୍ରୀ ଏମ୍‌. ଜେ. ଆକବର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More