• Home
  • News
  • ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ପଡ଼ିଲା ମହଙ୍ଗା
News

ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ପଡ଼ିଲା ମହଙ୍ଗା

ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇଲେ ଯୁବକଙ୍କୁ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ଏକ ଗାଁରେ ଜଣେ ଯୁବକ ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ନେଇ ଖୁବ ମହଙ୍ଗା ପଡ଼ିଛି । ପରବର୍ତ୍ତୀ ମୁହୂର୍ତ୍ତରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଯୁବକକୁ ମହିଳାଙ୍କ ପାଦ ଧରି ଭୁଲ ମାଗିବାକୁ ବାଧ୍ୟ କରିବା ସହିତ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇଛନ୍ତି । ମହିଳାଙ୍କ ସ୍ୱାମୀ ଘରଠାରୁ ଅଳ୍ପଦୂରରେ ଚିଙ୍ଗୁଡ଼ି ଘେରିକୁ ଯାଇଥିବା ବେଳେ ଯୁବକ ଜଣକ ଏହାର ସୁଯୋଗରେ ମହିଳାଙ୍କୁ ଅସଦାଚରଣ କରିଥିଲା। ତେବେ ମହିଳାଙ୍କ ପାଟିଶୁଣି ତାଙ୍କ ସ୍ୱାମୀ ଦୌଡ଼ି ଆସିଥିଲେ । ମହିଳାଙ୍କ ସ୍ୱାମୀ ଏ ନେଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହା ପରେ ଗାଁ ଲୋକେ ଚଗୁଲୁକୁ ପୀଡ଼ିତା ମହିଳାଙ୍କ ଗୋଡ଼ ଧରି ଭୁଲ ମଗାଇଥିବା ବେଳେ ଦଣ୍ଡ ସ୍ୱରୂପ ଗାଁଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇ ନେଇଥିଲେ ।

ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ପଡ଼ିଲା ମହଙ୍ଗା ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ପଡ଼ିଲା ମହଙ୍ଗା Chandbali 2 640x430

ପଢନ୍ତୁ : ଘୂର୍ଣ୍ଣିବଳୟ ଦୁର୍ବଳ ହେଲା

Related posts

ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କ ଦେହାନ୍ତ

Krishna Kumar Manoj

୨୧ରେ ପୁଣି ଲଘୁଚାପ,ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Krishna Kumar Manoj

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଜୋତା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରୁଛନ୍ତି ସରକାର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More