SPORTS

ଆଇପିଏଲ୍‌ : ଚେନ୍ନାଇକୁ ୪ ରନ୍‌ରେ ହରାଇଲା ପଞ୍ଜାବ

ଚେନ୍ନାଇର ପ୍ରଥମ ପରାଜୟ

ଚଳିତ ଆଇପିଏଲ୍‌ର ଦ୍ୱାଦଶ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୪ ରନରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଟସ୍‌ ଜିତି ଚେନ୍ନାଇ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦୁଇ ଓପନର କ୍ରିସ୍‌ ଗେଲ୍‌ ଓ ଲୋକେଶ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ୭ ଉଇକେଟ ହରାଇ ୧୯୭ ରନ ସଂଗ୍ରହ କରିଥିଲା।

୧୯୮ ରନ୍‌ ପିଛା କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୯୩ ରନ୍‌ ସଂଗ୍ରହ କରିଛି। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଲଢୁଆ ବ୍ୟାଟିଂ କରି ମଧ୍ୟ ଦଳକୁ ବିଜୟ ଦେଇ ପାରି ନଥିଲେ। ସେନ୍‌ ଓ୍ଵାଟ୍‌ସନ୍‌ ୧୧, ମୁରଲୀ ବିଜୟ ୧୨, ଅମ୍ବାତି ରାୟଡୁ ୪୯, ସାମ୍‌ ବ୍ଲିଙ୍ଗ ୯, ଏମ୍‌ଏସ୍‌ ଧୋନି ଅପରାଜିତ ୭୯ରନ୍‌, ରବୀନ୍ଦ୍ର ଜାଡେଜା ୧୯। ଚେନ୍ନାଇ ୧୭ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇ ଥିଲା। ୩୯ ରନ୍‌ରେ ୨ୟ, ୫୬ ରନ୍‌ରେ ୩ୟ, ୧୧୩ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ ଓ ୧୬୩ ରନ୍‌ରେ ୫ମ ଓ୍ଵିକେଟ୍‌ ହରାଇଥିଲା।

ପଞ୍ଜାବର ଓପନର ଲୋକେଶ ରାହୁଲ ୩୭ ରନ୍‌, ମୟଙ୍କ ଅଗ୍ରଓ୍ଵାଲ ୩୦ ରନ୍‌, ଯୁବରାଜ ସିଂହ ୨୦ ରନ୍‌ ସଂଗ୍ରହ କରିଥିଲେ। ଆରମ୍ଭରୁ ହିଁ ପଞ୍ଜାବର ଓପନର ଯୋଡ଼ି ଲୋକେଶ ଓ ଗେଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦଳ ୯୬ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇ ଥିଲା। ୧୨୭ ରନ୍‌ରେ ୨ୟ, ୧୪୯ ରନ୍‌ରେ ୩ୟ ଓ ୪ର୍ଥ, ୧୫୭ ରନ୍‌ଷର ୫ମ ଓ୍ଵିକେଟ୍‌, ୧୯୦ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌ ଓ ୧୯୫ ରନ୍‌ରେ ୭ମ ଓ୍ଵିକେଟ୍‌ ହରାଇଥିଲା। ସାଦ୍ଦୁଲ ଠାକୁର ଓ ଇମରାନ ତାହିର ଚେନ୍ନାଇ ପକ୍ଷରୁ ୨-୨ ଓ୍ଵିକେଟ ନେଇଥିଲେ।

ପଢନ୍ତୁ; ତୃତୀୟ ବିଶ୍ୱଯୁଦ୍ଧ: ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିଜ ସେନାକୁ କହିଲା ରୁଷ!

Related posts

ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ : ଧୋନୀ,କୋହଲି, ପାଣ୍ଡ୍ୟାଙ୍କୁ ବିଶ୍ରାମ, ରୋହିତଙ୍କୁ ଅଧିନାୟକ ଦାୟିତ୍ଵ

ENO Beuro

ଯୁବ ବର୍ଗଙ୍କୁ ସୋସିଆଲ୍ ମିଡିଆରୁ ଦୂରେଇ ରହିବାକୁ ମଧ୍ୟ ମରାମର୍ଶ ଦେଇଛନ୍ତି କୋହଲି

ENO Beuro

ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ENO Beuro

1 comment

Leave a Comment