SPORTS

ଆଇପିଏଲ୍‌ ୧୧: ଗେଲ୍‌ ଝଡ଼,କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ୧୫ ରନ୍ ରେ ବିଜୟୀ

ହାଇଦ୍ରାବାଦକୁ ହରାଇଲା ପଞ୍ଜାବ

ଚଳିତ ଆଇପିଏଲର ୧୬ତମ ମ୍ୟାଚରେ ଘରୋଇ କିଙ୍ଗସ୍‌ ଏକାଦଶ ପଞ୍ଜାବ ୧୫ ରନରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ଏଥିସହିତ ପଞ୍ଜାବ ତୃତୀୟ ବିଜୟ ହାସଲ କରିଥିବା ବେଳେ ହାଇଦ୍ରାବାଦ କ୍ରମାଗତ ତୃତୀୟ ବିଜୟ ପରେ ପ୍ରଥମ ପରାଜୟ ବରଣ କରିଛି। ସ୍ଥାନୀୟ ମୋହାଲି ଷ୍ଟାଡିୟମରେ ଗତକାଲି ଟସ୍‌ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଅଭିଜ୍ଞ ଓପନର କ୍ରିସ୍‌ ଗେଲଙ୍କ ଧୂଆଁଧାର ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୯୩ ରନ ସଂଗ୍ରହ କରିଥିଲା। ଜବାବରେ ହାଇଦ୍ରାବାଦ ୪ ଉଇକେଟ ହରାଇ ୧୭୮ ରନରେ ସୀମିତ ରହିବା ସହ ମ୍ୟାଚ ହାତଛଡ଼ା କରିଥିଲା। ଅପରାଜିତ ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଗେଲ୍‌ ମ୍ୟାନ୍‌ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ପ୍ରଥମ ଇନିଂସରେ କ୍ରିସ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ କରି ଅପରାଜିତ ଶତକ (୧୦୪ ରନ୍‌, ୬୩ ବଲ, ୩ଟି ଚୌକା, ୧୧ଟି ଛକା) ହାସଲ କରିଥିଲେ। କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଆଇପିଏଲର ୧୬ତମ ମ୍ୟାଚ୍‌ରେ ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୯୪ ରନ୍‌ ଟାର୍ଗେଟ ଦେଇଥିଲା। ମୋହାଲିର ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ୧୯୩ ରନ୍‌ ସଂଗ୍ରହ କରିଥିଲା।

ପଞ୍ଜାବର ଲୋକେଶ ରାହୁଲ ୧୮ ରନ୍‌, କ୍ରିସ୍‌ ଗେଲ ୧୦୪ ରନ୍‌, ମୟଙ୍କ ଅଗ୍ରଓ୍ଵାଲ ୧୮ ରନ୍‌, କରୁଣ ନାୟାର ୩୧ ରନ୍‌, ଅରୁଣ ଫିଞ୍ଚ ଅପରାଜିତ ୧୪ ରନ୍‌ ସଂଗ୍ରହ କରିଥିଲେ। ପଞ୍ଜାବ ୫୩ ରନ୍‌ରେ ପ୍ରଥମ ଓ୍ଵିକେଟ୍‌, ୮୩ ରନ୍‌ରେ ୨ୟ ଓ୍ଵିକେଟ୍‌, ୧୬୮ ରନ୍‌ରେ ୩ୟ ଓ୍ଵିକେଟ୍‌ ପଡ଼ିଥିଲା। ଭୁବନେଶ୍ୱର କୁମାର, ରସିଦ ଖାଁ ଓ ସିଦ୍ଧାର୍ଥ କାଉଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।

ପଢନ୍ତୁ; ବୟସ ଅନୁସାରେ କେତେ ସମୟ ଶୋଇବା ଆପଣଙ୍କ ଶରୀର ପାଇଁ ଭଲ ଜାଣନ୍ତୁ ?

Related posts

ଆଇପିଏଲ୍‌ରୁ ଓହରିଲେ ଷ୍ଟେନ

Ratnamani Moharana

ପାକିସ୍ତାନକୁ ଧୋଇଲା ୱେଷ୍ଟଇଣ୍ଡିଜ୍

Ratnamani Moharana

ଭାରତ ଏସିଆ କପ୍‍ ଚମ୍ପିଅନ, ବାଂଲାଦେଶକୁ ୩ୱିକେଟରେ ହରାଇଲା

ENO Beuro

1 comment

Leave a Comment