SPORTS

ରାଜସ୍ଥାନ ରୟାଲ୍ସକୁ ୬ ୱିକେଟରେ ହରାଇଲା କିଙ୍ଗ୍‌ସ ଏକାଦଶ ପଞ୍ଜାବ!

ତୃତୀୟ ସ୍ଥାନରେ ପଞ୍ଜାବ

ଆଇପିଏଲ୍‌-୧୧ର ୩୮ତମ ମ୍ୟାଚ୍‌ରେ ବିଜୟୀ ହୋଇଛି କିଙ୍ଗ୍‌ସ ଏକାଦଶ ପଞ୍ଜାବ। ରବିବାର ସନ୍ଧ୍ୟାର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସକୁ ୬ ୱିକେଟରେ ପଞ୍ଜାବ ପରାସ୍ତ କରିଛି। ଜୋସ୍‌ ବଟ୍‌ଲରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମୁଜିବ୍‌ ଉର୍‌ ରେହ୍‌ମାନ ୩ଟି ୱିକେଟ ନେବାରୁ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୯ ୱିକେଟ ହରାଇ ୧୫୨ ରନ୍‌ କରି ପାରିଥିଲା। ଜବାବରେ ପଞ୍ଜାବ ୧୫୩ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ୪ ୱିକେଟ୍‌ ହରାଇ ହାସଲ କରିନେଇଛି। ଏହି ମ୍ୟାଚ୍‌ରେ କେଏଲ୍‌ ରାହୁଲଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ରାହୁଲ ମାତ୍ର ୫୪ ବଲ୍‌ରେ ୮୪ ରନ୍‌ର ଇଂନିସ ଖେଳି ପଞ୍ଜାବକୁ ଜିତାଇଥିଲେ। ଏହି ବିଜୟ ସହ ପଞ୍ଜାବ ୧୨ ଅଙ୍କ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି। ସେହିପରି ରାଜସ୍ଥାନ ୯ଟି ମ୍ୟାଚ୍‌ରୁ ୬ଟିରେ ପରାସ୍ତ ହୋଇ ୬ ଅଙ୍କ ସହ ପଏଣ୍ଟ ଟେବୁଲରେ ସବା ତଳେ ଅଛି।

ସୂଚନାଯୋଗ୍ୟ,୧୫୨ ରନ୍‌କୁ ପଶ୍ଚାତଧାବନ କରିଥିବା ପ୍ରୀତି ଜିଣ୍ଟାଙ୍କ ଦଳ ପ୍ରଥମ ୫ ଓଭର ଭିତରେ କ୍ରିସ୍‌ ଗେଲ୍‌ (୮, ୧୧ ବଲ୍‌, ୨ ଚୌକା) ଏବଂ ମୟଙ୍କ ଅଗ୍ରଓ୍ଵାଲ୍‌ (୨)ଙ୍କୁ ହରାଇଥିଲା। ବାର୍ବାଡସ୍‌ ଦ୍ରୁତ ବୋଲର୍‌ ଜୋଫ୍ରା ଆର୍ଚର ନିଜ େଓ୍ଵଷ୍ଟଇଣ୍ଡିଆନ୍‌ ସାଥୀ କ୍ରିସ୍‌ ଗେଲ୍‌ଙ୍କୁ ଅଟକାଇ ପଞ୍ଜାବକୁ ବଡ଼ ଝଟ୍‌କା ଦେଇଥିଲେ। କିନ୍ତୁ ତାଙ୍କ ସାଥୀ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଲୋକେଶ ରାହୁଲ (୮୪*, ୫୪ ବଲ୍‌, ୭ ଚୌକା, ୩ ଛକା) ଏବଂ କରୁଣ ନାୟାର (୩୧, ୨୩ ବଲ୍‌, ୨ ଚୌକା, ୨ ଛକା) ସବୁକିଛି ଓଲଟପାଲଟ କରି ଦେଇଥିଲେ। ରାହୁଲଙ୍କ ସହିତ ମାର୍କସ ଷ୍ଟୋଇନିସ୍‌ (୨୩*, ୧୫ ବଲ୍‌, ୨ ଚୌକା, ୧ ଛକା) ଅତୁଟ ପଞ୍ଚମ ଓ୍ଵିକେଟ୍‌ରେ ୫.୫ ଓଭରରେ ୬୮* ରନ୍‌ ଯୋଡ଼ି ୮ ବଲ୍‌ ପୂର୍ବରୁ ମ୍ୟାଚ୍‌ ଶେଷ କରିଥିଲେ।

ପଢନ୍ତୁ; ପାଟିକୁ ପିତା ଲାଗୁଥିବା ମେଥିରେ ମଧ୍ୟ ଭରି ରହିଛି ଅନେକ ଔଷଧୀୟ ଗୁଣ, ଆସନ୍ତୁ ଜାଣିବା

Related posts

ତୃତୀୟ ରାଉଣ୍ଡକୁ ପ୍ରବେଶ କଲେ ;ଶାରାପୋଭା, ହାଲେପ, ଜୋକୋଭିଚ୍‌, ଫେଡେରର

ENO Beuro

ଭାରତୀୟ ହକିର ଉଦୀୟମାନ ତାରକା ଦୀପସାନ ତିର୍କି ଙ୍କୁ ସମ୍ମାନୀୟ ଏକଲବ୍ୟ ପୁରସ୍କାର

ENO Beuro

ଇତିହାସ ରଚିଛି ବିରାଟ ବାହିନୀ ! ୨୫ ବର୍ଷରେ ପ୍ରଥମ ଥର ଡର୍ବାନରେ ମ୍ୟାଚ ଜିତିଲା ଭାରତ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More