News

ହ୍ୟାଣ୍ଡସମ୍ ଏସପିଙ୍କୁ ଦେଖିବାକୁ ୧୨୦୦ କି.ମି ଯାତ୍ରା କଲେ ଏହି ଯୁବତୀ

ଦିଓ୍ୱାନୀ ହେଲେ ପଞ୍ଜାବର ଯୁବତୀ

ଫିଲ୍ମଷ୍ଟାର କିମ୍ବା କ୍ରିକେଟ ଷ୍ଟାରଙ୍କୁ ଦେଖା କରିବାକୁ ସମର୍ଥକ ଓ ପ୍ରଶଂସକମାନେ ବହୁଦୂର ଯାତ୍ରା କରିବାର ଖବର ଦେଖିବାକୁ କିମ୍ବା ଶୁଣିବାକୁ ମିଳେ। ମାତ୍ର ଜଣେ ଆଇପିଏସ ଅଫିସର(ଏସପି)ଙ୍କ ପାଗଳ ହୋଇ ଜଣେ ମହିଳା ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ୧୨ଶହ କିଲୋମିଟର ଯାତ୍ରାକରିଛନ୍ତି।

ପଞ୍ଜାବର ୨୭ ବର୍ଷୀୟା ମହିଳା ଉଜ୍ଜୟନୀରେ ଏସ୍‌ପି ସଚୀନ ଅତୁଲଙ୍କରଙ୍କ ଫଟୋ ଦେଖି ଆକର୍ଷିତ ହୋଇଥିଲେ। ସେ ତାଙ୍କୁ ଭେଟିବା ପାଇଁ ଉଜ୍ଜୟନୀରେ ପହଞ୍ଚିଛନ୍ତି। ଉଜ୍ଜୟନୀରେ ପହଞ୍ଚିବା ପରେ ପୁଲିସତାଙ୍କୁ ପୁଣି ଥରେ ପଞ୍ଜାବ ଫେରିଯିବା ପାଇଁ ଟ୍ରେନ୍‌ ପାଖକୁ ନେବା ବେଳେ ସେ ଟ୍ରେନ୍‌ରୁ ଡେଇଁ ପଡିବେ ବୋଲି ଧମକାଇଥିଲେ। ସେ ପଞ୍ଜାବର ହୋସିପୁରରୁ ମଧ୍ୟପ୍ରଦେଶର ଉଜ୍ଜୟନୀକୁ ଆସିଥିଲେ। ତାଙ୍କୁ ଏବେ ପୁଲିସ ତାଙ୍କୁ ଏକ ପରାମର୍ଶ କେନ୍ଦ୍ରରେ ରଖି ପରାମର୍ଶ କରୁଛି।

ସେ ୩୪ବର୍ଷୀୟ ଆଇପିଏସ୍ ଅଫିସର ସଚିନ କୁମାର ଅତୁଲକରଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ। ଅତୁଲକର ଏବେ ଉଜ୍ଜୟିନୀରେ ଏସପି ଅଛନ୍ତି। ପୋଲିସ ଏବେବି ଯୁବତୀଙ୍କୁ ବୁଝାଇ-ଶୁଝାଇ ପୁଣି ଫେରାଇବା ପାଇଁ ଚେଷ୍ଟା କରୁଛି।

ସଚିନ ଅତୁଲକରଙ୍କ ସହିତ ଏହି ପୁରା ମାମଲାରେ କଥାବାର୍ତ୍ତା କରିବା ସମୟରେ ସେ କହିଛନ୍ତି ଯେ ଅଫିସ କାର୍ୟ୍ୟ ସମୟରେ ସେ ଯେ କୌଣସି ବ୍ୟକ୍ତିଙ୍କ ସହିତ ଭେଟିବାକୁ ପ୍ରସ୍ତୁତ ମାତ୍ର ବ୍ୟକ୍ତିଗତ ମାମଲାରେ ସେ ନିଜର ଇଚ୍ଛା ବିନା କାହାରିକୁ ଭେଟିବାକୁ ବାଧ୍ୟ ନୁହନ୍ତି। ଅତୁଲକର କହିଛନ୍ତି ଯେ ଯେବେ ମୁଁ ସାଗର ଜିଲ୍ଲାରେ ଏସପି ଥିଲି ସେହି ସମୟରେ ଜଣେ ସାତ ବର୍ଷୀୟ ଶିଶୁର ମାତା-ପିତା ତାଙ୍କୁ ଭେଟିବାକୁ ଆସିଥିଲେ। ମାତା ପିତା କହିଥିଲେ ଯେ ତାଙ୍କ ପୁତ୍ରର ଜିଦ୍ ଏହା ଯେ ଯେ ପର୍ୟ୍ୟନ୍ତ ସେ ଆପଣଙ୍କର ଅଟୋଗ୍ରାଫ ନପାଇଛି ସେ ପର୍ୟ୍ୟନ୍ତ ଖାଦ୍ୟ ଖାଇବ ନାହିଁ। ମୁଁ ସେହି ସମୟରେ ମାତା-ପିତାଙ୍କ କଥାକୁ ସମ୍ମାନ ଜଣାଇଥିଲି।

ପଢନ୍ତୁ; ନେଲ୍‌ ପଲିସ୍‌ ଲଗାଇବା ବେଳେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ

Related posts

କେନ୍ଦ୍ର ସାହିତ୍ୟ ଏକାଡେମିର ନୂଆ ସଭାପତି ଭାବେ ନିର୍ବାଚିତ ହେଲେ ଚନ୍ଦ୍ରଶେଖର କମ୍ବର

ENO Beuro

ବିନା ହେଲମେଟରେ ମନା ଫ୍ଲାଏଓଭର ବ୍ରିଜ

Ratnamani Moharana

ସାନିଆ ଓ ସୋଏବଙ୍କ ପୁଅକୁ ମିଳିବନି ପାକିସ୍ତାନ ନାଗରିକତ୍ୱ

ENO Beuro

Leave a Comment