News

ପ୍ରସିଦ୍ଧ ପଞ୍ଜାବୀ ଗାୟକ ପରମିଶ ବର୍ମାଙ୍କୁ ଗୁଳି କଲେ କିଛି ଅଜ୍ଞାତ ବ୍ୟକ୍ତି!

ପରମିଶ ବର୍ମାଙ୍କୁ ଗୁଳି

ପଞ୍ଜାବର ନାମୀ ଗାୟକ ପରମେଶ ବର୍ମାଙ୍କୁ କିଛି ଅଜଣା ବ୍ୟକ୍ତି ଗୁଳି ମାରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମୋହାଲିର ସେକ୍ଟର ୯୧ରେ ବିଳମ୍ବିତ ରାତିରେ ଗାୟକ ପରମେଶ ବର୍ମାଙ୍କ ଉପରକୁ କିଛି ଅଜଣା ବ୍ୟକ୍ତି ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ।

ଏଥିରେ ଗୁରୁତର ହୋଇଥିବା ପରମିଶଙ୍କୁ ଫୋର୍ଟିସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୋଲିସ ଏସଏସପି କୁଲଦୀପ ସିଂହ ଚହଲ କହିଛନ୍ତି କି ଘଟଣାର ତଦନ୍ତ କରାଯାଉଛି। ଏହା ପଛରେ ଥିବା ପ୍ରକୃତ ତଥ୍ୟା ଜଣାପଡିବା ପାଇଁ ସେ କିଛି ବ୍ୟକ୍ତିଙ୍କୁ ପଚରା ଉଚରା କରିଛନ୍ତି। କେଉଁ କାରଣରୁ ପରମେଶ ବର୍ମାଙ୍କ ଉପରକୁ ଗୁଳିମାଡ କରାଯାଇଛି ତାହା ଏଯାଏ ଜଣାପଡିନାହିଁ ।ପୂର୍ବ ଶତ୍ରୁିତା କିମ୍ବା ଅନ୍ୟ କିଛି ତାହା ପରମେଶଙ୍କ ଠାରୁ ଜଣା ପଡିବ। ପରମେଶଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ହେବା ପରେ ପୋଲିସ ତାଙ୍କୁ ପଚରା ଉଚରା କରି ତଦନ୍ତକୁ ଆଗକୁ ବଢାଇବେ। ତେବେ ପରମିଶ ‘ଗାଲ ନି କଡନୀ’ ଗୀତ ଜରିଆରେ ପ୍ରସିଦ୍ଧି ପାଇଥିବା ବେଳେ ନିକଟରେ ତାଙ୍କ ସଙ୍ଗୀତ ‘ସାଡା’ ହିଟ୍‌ ସାବ୍ୟସ୍ତ ହୋଇଛି।

ପଢନ୍ତୁ; ଠିକ ଅଛି ତ ଆପଣଙ୍କ ବେଡରୁମର ବାସ୍ତୁ ? ନଚେତ ବିଗିଡି ପରେ ଆପଣଙ୍କ ସମ୍ପର୍କ

Related posts

କେନ୍ଦ୍ରାପଡା ରାଜନଗର: ନଦୀରେ ଗାଧୋଇଲା ବେଳେ ବାଳକକୁ ଟାଣି ନେଲା କୁମ୍ଭୀର!

ENO Beuro

ଆନ୍ଧ୍ର ପ୍ରଦେଶ:ଗୋଦାବରୀ ନଦୀରେ ଡଙ୍ଗାବୁଡ଼ି ୨୩ ନିଖୋଜ

ENO Beuro

ପୁରୀରେ ସଡକ ଦୁର୍ଘଟଣା: ଭାରସାମ୍ୟ ହରାଇ ନାଳକୁ ଖସି ପଡିଲା ବୋଲେରୋ ,୫ ମୃତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More