• Home
  • News
  • ଆନନ୍ଦ ବଜାରରେ ଶୃଙ୍ଖଳା, ମହାପ୍ରଭୁଙ୍କ ମହାପ୍ରସାଦରେ ବ୍ୟବହାର ହେବ ଖାଂଟି ଗୁଆ ଘିଅ
News

ଆନନ୍ଦ ବଜାରରେ ଶୃଙ୍ଖଳା, ମହାପ୍ରଭୁଙ୍କ ମହାପ୍ରସାଦରେ ବ୍ୟବହାର ହେବ ଖାଂଟି ଗୁଆ ଘିଅ

ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ପ୍ରଶାସନ ବ୍ୟଗ୍ର । ମହାପ୍ରଭୁଙ୍କ ମହାପ୍ରସାଦରେ ଏଣିକି ବ୍ୟବହାର ହେବ ଖାଂଟି ଗୁଆ ଘିଅ । ମହାପ୍ରସାଦରେ ବ୍ୟବହାହେଉଥିବା ବନସ୍ପତି ଘିଅ ସ୍ଥାନରେ ର ଖାଂଟି ଗାଇ ଘିଅ ବ୍ୟବହାର କରିବା ନେଇ ଆଲୋଚନା ଆରମ୍ଭ ହୋଇଛି । କିଛିଦିନ ଆଗରୁ ଦୀପରେ ଘିଅ ମିଶ୍ରିତ ନେଇକି ଚର୍ଚା ଚାଲିଥିଲା । ଏବେ ମହାପ୍ରସାଦର ପାଳି । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ।

ପ୍ରଥମେ ଆନନ୍ଦ ବଜାରକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ କରାଯିବାକୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଓ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ମିଳିତ ଚଢ଼ଉ କରିଛନ୍ତି ।

ଚଢଉ ବେଳେ ଅନେକ ଅନୀତି ନଜରକୁ ଆସିଥିଲା ଯେପରିକି, ଅନେକ ମହାପ୍ରସାଦ ବିକ୍ରେତା ଧାର୍ଯ୍ୟ ଜାଗାରୁ ଅଧିକ ଦଖଲ କରିଛନ୍ତି, ଜଣେ ଜଣେ ଚାରି ଚାରିଟା ଦୋକାନ ଖୋଲିଥିବା ବେଳେ ନିର୍ଦ୍ଧାରିତ ଘରକୁ ଗୋଦାମ କରି ବାହାରେ ବିକ୍ରି କରୁଥିବା ଦେଖାଯାଇଛି। ଆଗକୁ ବେଆଇନ ଭାବେ ବିକ୍ରି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି ।

ସେହିପରି ଶ୍ରଦ୍ଧାଳୁମାନଙ୍କ ଅବଢ଼ା ସେବନ ପାଇଁ ତିଆରି ହୋଇଥିବା ଛାତ ତଳେ ବେପାର ଚାଲିଥିବା  ଦେଖି ଉଭୟ ଜିଲ୍ଲାପାଳ ଓ ମୁଖ୍ୟ ପ୍ରଶାସକ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟ ଏକ ଘଟଣାରେ ମଧ୍ୟ ଉଭୟ ଅଧିକାରୀ ଖପ୍ପା ହୋଇଛନ୍ତି। କେତେକ ସୁଆର ପ୍ରତିଦିନ ଆବଶ୍ୟକ ଠାରୁ ବହୁ ପରିମାଣରେ ଅଧିକ କୁଡ଼ୁଆ ଗଦା କରି ରଖିବାରୁ ତାହା ଜାଗା ମାଡ଼ି ବସିବା ସହ ପରିବେଶ ଖରାପ କରୁଛି। ଏଣୁ ଆଗକୁ ଏପରି ଦେଖାଗଲେ କୁଡୁଆ ଜବତ କରାଯିବା ସହ ସମ୍ପୃକ୍ତ ସୁଆରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ କିଛିଦିନ ପୂର୍ବରୁ ଜଗନ୍ନାଥଙ୍କ ପାଖରେ କେବଳ ବିଶୁଦ୍ଧ ଘିଅ ଲାଗିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିଲା ।  ବନ୍ଦ ହେବ ଦୂଷିତ ଘିଅର ବ୍ୟବହାର । ଏନେଇ ଲାଗୁ କଟକଣା ଲାଗୁ ହୋଇଥିଲା । ଆଉ ଏହାର ତଦାରଖ ପାଇଁ ଏକ କମିଟି ଗଠନ କରାଯାଇଛି । ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ଭଲ ଘିଅର ବ୍ୟବହାର ହେବ ବୋଲି ନିଷ୍ପତି ହୋଇଥିଲା  । ଦୀପ ଦୋକାନୀମାନେ ସେହି ଷ୍ଟଲରୁ ଭଲଘିଅ ନେଇ ଦୀପ ବିକ୍ରୀ କରିବେ । ଏପରିକି ଶ୍ରୀମନ୍ଦିର ପରିସରରେ ଓମଫେଡ ପକ୍ଷରୁ ଗୋଟିଏ ଦୋକାନ ମଧ୍ୟ ଖୋଲିବାର ବ୍ୟବସ୍ଥା ହେଉଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା ।

 

ଆନନ୍ଦ ବଜାରରେ ଶୃଙ୍ଖଳା, ମହାପ୍ରଭୁଙ୍କ ମହାପ୍ରସାଦରେ ବ୍ୟବହାର ହେବ ଖାଂଟି ଗୁଆ ଘିଅ  ଆନନ୍ଦ ବଜାରରେ ଶୃଙ୍ଖଳା, ମହାପ୍ରଭୁଙ୍କ ମହାପ୍ରସାଦରେ ବ୍ୟବହାର ହେବ ଖାଂଟି ଗୁଆ ଘିଅ

ପଢନ୍ତୁ, ଆଜି ଗୁରୁ ଦିବସ

Related posts

ଛାତ୍ରବାସରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ, ରାଜସ୍ଥାନ ସରକାର

Krishna Kumar Manoj

ଏୟାର ଇଣ୍ଡିଆ ପକ୍ଷରୁ ପ୍ରସ୍ତାବ: ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡ଼ାଣ ହେବ

Krishna Kumar Manoj

ସେଲ୍ଫି ନେଉଥିବାବେଳେ ଅଘଟଣ:ପାହାଡରୁ ସମୁଦ୍ରକୁ ଖସି ପଡିଲେ ଭାରତୀୟ ଛାତ୍ର

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More