EnewsOdia.Com

କାଳିଆ ଦୁଆରେ ଭିକ ମାଗୁଛନ୍ତି, କୋଠା ଘରେ ରାତି କାଟୁଛନ୍ତି

ପେଟ ପାଇଁ ଦାନା ଦିମୁଠା ଯୋଗାଡ କରିବାକୁ କିଏ ଭିକ୍ଷା ବୃତ୍ତି କରିଥାଏ ତ କିଏ ପରିସ୍ଥିତିରେ ପଡି ଭିକ୍ଷା ବୃତ୍ତିକୁ ଆପଣେଇଥାଏ । ଆଉ କିଛି ଲୋକ କୁଷ୍ଠ ଭଳି ମାରତ୍ମକ ବ୍ୟାଧିରେ ଆକ୍ରାନ୍ତ ହେବା ପରେ ଏହାକୁ ପେଶା ଭାବେ ଗ୍ରହଣ କରି ନେଇଛନ୍ତି । ଏପରିକି ସୋମାନଙ୍କର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଏହାକୁ ଛାଡି ପାରିନାହାଁନ୍ତି । ପୁରୀ ସହରରେ ଥିବା ଜୀବନରାମ ବସ୍ତି ଅନ୍ୟ ବସ୍ତିଠାରୁ ବେଶ ଭିନ୍ନ । ଏ ଏମିତି ଏକ ବସ୍ତିି ଯେଉଁଠି କୋଠା ଘରେ ରହନ୍ତି ଭିକାରୀ । ରହିବା ପାଇଁ କୋଠା ଘର ସାଙ୍ଗକୁ ଚଳିବା ପାଇଁ ରହିଛି ସବୁ ପ୍ରକାର ସୁବିଧା । ଏପରିକି ଏହି ସବୁ ପରିବାରର କେହି କେହି ସରକାରୀ ଚାକିରି କରି ବାହାରେ ମଧ୍ୟ ରହୁଛନ୍ତି । ହେଲେ ଏମାନେ ଭିକ୍ଷା ବୃତ୍ତିକୁ ଛାଡି ପାରି ନାହାଁନ୍ତି । ଆଜି ବି ରାତି ପାହିଲେ ବଡ ଦାଣ୍ଡକୁ ଚାଲି ଆସନ୍ତି ଓ ଥାଳ ଧରି ଭିକ ମାଗନ୍ତି ।

ଦିନ ଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ନିର୍ମାଣ କରୁଥିଲେ ରତ୍ନାକର । ହେଲେ କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ପରେ ବଦଳି ଯାଇଛି ରତ୍ନାକରଙ୍କ ଠିକଣା । ହାତ ଗୋଡର ଆଙ୍ଗୁଠି ଛିଡି ଗଲା ପରେ ଭିକ୍ଷା ବୃତ୍ତିକୁ ଆଦରି ନେବା ସହ ଜୀବନରାମ ବସ୍ତି ହୋଇଛି ତାଙ୍କର ନୂଆ ଠିକଣା । ଏବେ ରୋଗ ଭଲ ହୋଇ ଯାଇଥିଲେ ବି ସମ୍ପର୍କୀୟ ଗ୍ରହଣ ନକରିବାରୁ ଘରକୁ ନଫେରି ଭିକ ମାଗି ପେଟ ପୋଷୁଛନ୍ତି । ସେହିପରି ନୟାଗଡ ହରିବନ୍ଧୁ ବାରିକ୍ । କୁଷ୍ଠରୋଗ ହେବା ପରେ ଘର ଛାଡି ଆସି ରହୁଛନ୍ତି ଏହି ବସ୍ତିରେ । ବଡ ଦାଣ୍ଡରେ ମାଗୁଛନ୍ତି ଭିକ ।

ପଢନ୍ତୁ: କାହାକୁ ଭେଣ୍ଡି ତ  କାହାକୁ ଫୁଲକୋବି ମିଳିଲା ନିର୍ବାଚନୀ ଚିହ୍ନ

ସମ୍ବନ୍ଧିତ ଖବର

ଘନ କୁହୁଡ଼ି ସହ ଥରାଉଛି ଶୀତ

Ratnamani Maharana

ଓଡିଶା ପୋଲିସର ସବୁଠାରୁ ବୁଦ୍ଧିଆ କୁକୁର ‘କାଜଲ’

Ratnamani Maharana

ମାମାଲ୍ଲାପୁରମ୍‌ ବେଳାଭୂମିରେ ‘ପ୍ଲଗିଙ୍ଗ୍‌’ କଲେ ପ୍ରଧାନମନ୍ତ୍ରୀ ମୋଦି

Ratnamani Maharana

ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ ୨୦୨୦ ପାଇଁ ଫିଲ୍ମ ଆହ୍ୱାନ ଆରମ୍ଭ

Ratnamani Maharana

ପୁଣି ଅଡ଼ୁଆରେ ସାଂସଦ ଅନୁଭବ ମହାନ୍ତି

Ratnamani Maharana

ଟ୍ୱିଙ୍କଲ୍‍ଙ୍କୁ ପିଆଜ କାନଫୁଲ ଉପହାର ଦେଲେ ଅକ୍ଷୟ

Ratnamani Maharana