News

ଆଜି ପୁରୀରେ ଜଳିବ ଆଲୁଅ !

ଆଜିଠାରୁ ପୁରୀରେ ଆରମ୍ଭ ହେବ ବିଦ୍ୟୁତ ଯୋଗାଣ

ବାତ୍ୟା ଫନି‘  ପରଠାରୁ ଅନ୍ଧାରରେ ଥିବା ପୁରୀ ସହରକୁ ଆଜିଠାରୁ ଆରମ୍ଭ ହେବାବକୁ ଯାଊଛି ବିଜୁଳି  ଯୋଗାଣ। ତେବେ ଏନେଇ ଅନିଶ୍ଚିତତା ଲାଗି ରହିଛି। କାରଣ ଶକ୍ତି ବିଭାଗ କଥାରେ କୌଣସି ତାଳମେଳ ରହୁନାହି। ଗତ ୧୨ ତାରିଖ ସୁଦ୍ଧା ଶ୍ରୀମନ୍ଦିର ଓ ବଡଦାଣ୍ଡଙ୍କ ବିଜୁଳି ସଂଯୋଗ ଦିଆଯିବ ବୋଲି କୁହାଯାଇଥିଲାବେଳେ ଏବେ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନାହି।

ତେବେ  ଗତକାଲି ବିଳମ୍ବିତ ରାତିରେ ବାଲିଘାଟ ଗ୍ରୀଡ୍‌କୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଏହାପରେ ଆଜି ସକାଳେ ଶ୍ରୀରାମନଗର ସବ୍ ଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ତେବେ କୌଣସି ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନାହିଁ। ଆଜି ପ୍ରଥମେ ବଡ଼ଦାଣ୍ଡକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ। ତା’ପରେ କଚେରୀ, ଅଠରନଳା, ଚାରିନଳା ଓ ବଳିଆପଣ୍ଡା ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଜଣାପଡ଼ିଛି।

ପଢନ୍ତୁ: ପୁରୀରେ ଚାଲିଛି ୧୦ ଏଟିଏମ ବସ

Related posts

ଭୁବନେଶ୍ଵର ଯୁବତୀଙ୍କୁ ପିଛା କରି ଛାତ୍ରୀଙ୍କଠାରୁ ଛେଚା ଖାଇଲେ ରୋଡ ରୋମିଓ

Ratnamani Moharana

ରାଜଧାନୀରେ ରଙ୍ଗ ବେରଙ୍ଗୀ ଫ୍ୟାନସୀ ଶୀତ ପୋଷାକ ର ଭରପୁର ସମ୍ଭାର

ENO Beuro

ଆଜିଠୁ ଆରମ୍ଭ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

Ratnamani Moharana

Leave a Comment