EnewsOdia.Com

ଅଦରକାରୀ ଶିଶୁଙ୍କୁ ଫୋପାଡିବା ପାଇଁ ଝୁଲା ବ୍ୟବସ୍ଥା କରି ଅଡୁଆରେ ପୁରୀ ସିଡିଏମଓ

କିଛି ନୂଆ ଓ ଭିନ୍ନ କରିବା ନାଁରେ ପୁରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) ଅଦରକାରୀ ପିଲାଙ୍କୁ ଫୋପାଡିବା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଝୁଲାର ବ୍ୟବସ୍ଥା କରିଥିଲେ। କେବଳ ସେତିକି ନୁହେଁ ଗତ ନଭେମ୍ବର ମାସ ୨୨ ତାରିଖରେ ଜିଲା ଶିଶୁ କଲ୍ୟାଣ ସମିତି (ସିଡବଲ୍ୟୁସି)ର ସଦସ୍ୟ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅଧିକାରୀମାନଙ୍କୁ ଡାକି ଏହାର ଉଦଘାଟନ ମଧ୍ୟ କରିଥିଲେ । ଏମିତି ଏକ ଅଦ୍ଭୁତ ଓ ଅମାନବୀୟ ପଦକ୍ଷେପ ତାଙ୍କ ପାଇଁ ଏବେ ଅଡୁଆ ସୃଷ୍ଟି କରିଛି ।

ଏହା ନବଜାତ ଶିଶୁ ବିଶେଷକରି କନ୍ୟା ସନ୍ତାନମାନଙ୍କୁ ଅବହେଳିତ ଭାବେ ଫୋପାଡିଦେବାକୁ ପ୍ରୋତ୍ସାହନ କରିବା ସହିତ ଶିଶୁ ଅଧିକାରକୁ ଉଲଂଘନ କରୁଥିବା ଦର୍ଶାଇ ମାନବିକ ଅଧିକାର କର୍ମୀ ଅଖଣ୍ଡ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ କରିଥିଲେ ।ଏହାକୁ ବିଚାର କରି କମିଶନ ପୁରୀ ଜିଲା ହସ୍ପିଟାଲ୍ ଅଧିକ୍ଷକଙ୍କୁ ନୋଟିସ୍ ଜାରି କରିବା ସହ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୪ ସପ୍ତାହ ମଧ୍ୟରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ କମିଶନ କହିଛନ୍ତି ।

ପଢନ୍ତୁ: ଓଡ଼ିଶା ଅଣାଯିବ ବିଜୁ ବାବୁଙ୍କ ଡାକୋଟା ବିମାନ

ସମ୍ବନ୍ଧିତ ଖବର

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହଂସରାଜ ଭାରଦ୍ୱାଜ୍

Ratnamani Maharana

Netflix ଦେଲା ଭାରତୀୟ ୟୁଜର୍ସଙ୍କୁ ଝଟକା

Ratnamani Maharana

ନୂଆବର୍ଷ ପାଇଁ ରାତି ଗୋଟାଏରୁ ଦର୍ଶନ ଦେବେ ଶ୍ରୀ ଜଗନ୍ନାଥ

Ratnamani Maharana

କମିଶନରେଟ୍ ପୁଲିସ୍‌ ମୁଖ୍ୟାଳୟ ହେବ ‘ପୁଲିସ ସେବା ଭବନ’

Ratnamani Maharana

ଜେମ୍ସ ବଣ୍ଡ ଅବତାରରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

Ratnamani Maharana

ଆର୍‌ଟିଓରେ ୨୨ଟଙ୍କିଆ ଲୁଟ୍‌ !

Ratnamani Maharana