POLITICALS

ସମ୍ବିତଙ୍କୁ ମହଙ୍ଗା ପଡିଲା ଜଗନ୍ନାଥ ମୂର୍ତ୍ତି ଧରି ରୋଡ୍ ଶୋ ; କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲାପାଳ

ବିବାଦରେ ସମ୍ବିତ ପାତ୍ରଙ୍କ ରାଲି, ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ..

ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ବାଛିଥିଲା ବିଜେପି। ନିର୍ବାଚନୀ ପ୍ରଚାର ଆରମ୍ଭରୁ ଫସିଗଲେ ସଂବିତ ପାତ୍ର। ସୋମବାର ଦିନ ଖୋଲା ଜିପ୍ ରେ ଜଗନ୍ନାଥଙ୍କୁ ଧରି ସମ୍ବିତ ଯେଉଁ ରୋଡ୍ ଶୋ  କରିଥିଲେ, ହିନ୍ଦୁତ୍ବ କାର୍ଡ  ଖେଳିବାକୁ ପ୍ରୟାସ କରିଥିଲେ, ତାହା ହିଁ ତାଙ୍କ ପାଇଁ ଅଡ଼ୁଆ ଡାକି ଆଣିଛି । ଉତ୍ତରାରୁ ପୁରୀ  ପର୍ଯ୍ୟନ୍ତ ଶୋଭାଯାତ୍ରା ପାଇଁ ଅନୁମତି ନ ନେଇ ଶୋଭାଯାତ୍ରା କରିଥିବାରୁ ନୋଟିସ୍  ଜାରି ହୋଇଛି।

ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣଂ ଅଫିସର  ତଥା ଜିଲ୍ଲାପାଳ ତାଙ୍କୁ ନୋଟିସ ପଠାଇଛନ୍ତି । ଅନ୍ୟପଟେ ସମ୍ବିତ ପାତ୍ର କୌଣସି ନୋଟିସ ପାଇନଥିବା କହିଛନ୍ତି । ନୋଟିସ ପାଇଲେ ସେ ଉତ୍ତର ରଖିବେ ବୋଲି କହିଛନ୍ତି । ସେ ପୁରୀ ଶ୍ରୀଜୀଉଙ୍କ ଦର୍ଶନ  ପାଇଁ ଯାଇଥିଲେ, କୌଣସି ରାଜନୈତିକ ରାଲି କରିନାହାନ୍ତି । ଫେରିବା ସମୟରେ ପିପିଲର ଜଣେ ବୃଦ୍ଧ ତାଙ୍କୁ ଜଗନ୍ନାଥଙ୍କ ମୂର୍ତ୍ତି ଦେଇଥିଲେ । ସେ ଏହାକୁ ମୁଣ୍ଡ ଓ ଛାତିରେ  ଲଗାଇଥିବା କହିଛନ୍ତି ।

ପଢନ୍ତୁ: ଭୋଟରଙ୍କ ପାଇଁ ପ୍ରସ୍ତୁତ ହେଲା ୨୬ ଲକ୍ଷ ବୋତଲ କାଳୀ

Related posts

ସଂସଦରେ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ENO Beuro

ସହିଦଙ୍କ ମରଶରୀରରେ ଦଳୀୟ ପତାକା ଦେଇ ଅଡୁଆରେ ବିଜେଡ଼ି

Ratnamani Moharana

ଭାରତରେ ଅଛନ୍ତି ପାକିସ୍ତାନର ଅନେକ ସମର୍ଥକ

Ratnamani Moharana

Leave a Comment