News

ଆଜି ଦୋଳ : ମହାପ୍ରଭୁଙ୍କ ସୁନାବେଶ

ଦୋଳ ବେଦିରେ ଝୁଲିବେ ଠାକୁର..

ଦୋଳପୂର୍ଣିମା ପାଇଁ ଗତକାଲିଠାରୁ ଶ୍ରୀକ୍ଷେତ୍ରରେ  ଭିଡ ଜମିଲାଣି। ଗୁରୁବାର ପୁର୍ଣିମାରେ ଶ୍ରୀମନ୍ଦିରରେ ଦାରୁଦେବତାଙ୍କୁ ସୁନାବେଶରେ   ବିଭୂଷିତ ହେବେ। ବେଶରେ ଥାଇ ଠାକୁରମାନେ ଅବିର ଓ ଝିମିରି ଫଗୁ ଲାଗି ହେବ। ବଡ ଠାକୁରଙ୍କ ସୁନାବେଶ ବର୍ଷକରେ ୪ ଥର  ପାଳନ କରାଯାଇଥାଏ। ବିଜୟା ଦଶମୀ,ବାହୁଡ଼ା ଯାତ୍ରା ପରଦିନ, କାର୍ତ୍ତିକ ପୂର୍ଣ୍ଣିମା ଓ ଦୋଳପୂର୍ଣ୍ଣିମା।

ତେବେ ହୋଲିର ପୂର୍ବଦିନରେ ବଡ ଦେଉଳରେ ସୁନାବେଶ ଅନୁଷ୍ଠିତ ହେଉଥିବାରୁପୁରୀରେ ଭକ୍ତଙ୍କ ଭିଡ ଦେଖାଯିବ । ତେଣୁ ଭକ୍ତଙ୍କ ସମାବେଶ ଦେଖି ସେଠାରେ ସୁରକ୍ଷା ବ୍ୟବସ୍ଥା    କଡାକଡି କରାଯାଇଛି। ତେବେ ଶ୍ରୀ ମନ୍ଦିରରେ ଭକ୍ତ ବଡଠାକୁରଙ୍କ ଦୋଳପୂର୍ଣିମା ନୀତି ଓ ମହାପ୍ରଭୁଙ୍କ ସୁନାବେଶରେ ଚତୁର୍ଦ୍ଧାମୂର୍ତିଙ୍କ  ଦର୍ଶନ ପାଇପାରିବେ ବୋଲି ଶ୍ରୀ ମନ୍ଦିର କର୍ତୁପକ୍ଷ ଜଣାଇଛନ୍ତି।
ପଢନ୍ତୁ: ଆସ୍ଥା ଭୋଟ୍‌ ଜିତିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

Related posts

ଚୀନ ବିରୋଧ ନକଲେ ଅନ୍ତଃରାଷ୍ଟ୍ରୀୟ ଆତଙ୍କୀ ଘୋଷିତ ହୋଇପାରେ ମସୁଦ ଆଜହର

ENO Beuro

ରାଜସ୍ଥାନରେ ଧୂଳି ଝଡର ତାଣ୍ଡବ, ୨୭ ମୃତ !

ENO Beuro

ଅଭିଜିତ ଆୟାରଙ୍କ ମାମଲା ପ୍ରତ୍ୟାହାର କରିବେ ସରକାର

ENO Beuro

Leave a Comment