News

ଭାର୍ଗବୀ ନଦୀରେ ବନ୍ୟା ଜଳ, ପୁରୀର ବହୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉତ୍କଟ

Puri Flood

ଫୁଲୁଛି ଭାର୍ଗବୀ । ହୀରାକୁଦର ୨୦ଟି ଗେଟ୍‌ ଖୋଲିବା ଦ୍ୱାରା ବନ୍ୟାଜଳ ପୁରୀ ଭାର୍ଗବୀ ନଦୀରେ ପ୍ରବେଶ କରିଛି ।ଫଳରେ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ପୁରୀରେ ବନ୍ୟା ସ୍ଥିତି ଦେଖାଦେଇଛି ।

ପୁରୀ ଉତ୍ତରକଣା ଓ ନୂଆ ଗାଁରେ ବନ୍ୟା

ପୁରୀ ସଦର ଅଂଚଳର ଉତ୍ତରକଣା ଓ ନୁଆଗାଁରେ ବନ୍ୟା ସ୍ଥିତି । ଭାର୍ଗବୀ ନଦୀରେ ବନ୍ୟା ଜଳ ଆସିବା ଫଳରେ ଘାଇ ସୃଷ୍ଟି ହୋଇଛି । ପ୍ରଥମ ବନ୍ୟା ଜଳ ଆସିବା ପରେ ତଳିଆ ଅଂଚଳରେ ପାଣି ପଶି ପ୍ରାୟ ୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଓଡ୍ରାଫ ଟିମ ପହଚିଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଡଙ୍ଗା ସାହାଯ୍ୟରେ ପ୍ରଭାବିତଙ୍କୁ ଉଦ୍ଧାର କରାଯାଉଛି ।

Vlcsnap 2019 08 17 12h53m51s385

କଣାସରେ ବନ୍ୟା

Pipili 2

ସେପଟେ ପୁରୀ ଜିଲ୍ଲା କଣାସ ବ୍ଲକରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦୟା ଓ ରାଜୁଆ ନଦୀରେ ବନ୍ୟା ଜଳ ଆସିବାରୁ ପାଣିରେ ଭାସିଲା ଘରଦ୍ୱାର । କଣାସ ବ୍ଲକର ଦୋକନ୍ଦା, ବଡ଼ାସ, ତରପଡ଼ା, ପାଣ୍ଡିଆକେରା, ବଙ୍କଟଲ, ବଳଭଦ୍ରପୁର ଗାଁରେ ପଶିଛି ପାଣି । ଗାଁ ଦାଣ୍ଡରେ ଜମିଛି ଆଣ୍ଠଏ ଉଚ୍ଚର ପାଣି । ଘରଦ୍ୱାର ଓ ରାସ୍ତା ଘାଟ ବୁଡ଼ିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ବନ୍ୟା ପାଣି ଯୋଗୁଁ ଜଳବନ୍ଦୀ ଜୀବନ କାଟୁଛନ୍ତି ଲୋକେ । ପାଣି ଘେରରେ ଅଛନ୍ତି ଶତାଧିକ ଲୋକ ଓ ଗୃହପାଳିତ ପଶୁ । ଅଚାନକ ବନ୍ୟାପାଣି ମାଡ଼ିଆସିବାରୁ ଲୋକେ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଘରୁ ବାହାର କରିପାରିନାହାଁନ୍ତି । ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସଜାଗ ଥିବା ନେଇ କହିଛନ୍ତି କଣାସ ବ୍ଲକ ବିଡ଼ିଓ ।

ପଢନ୍ତୁ: ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ପୁଣି ବିବାଦରେ ପପୁ ପମପମ୍

Related posts

ରାଜ୍ୟରେ ସାଂଘାତିକ ବିଦ୍ୟୁତ ସଙ୍କଟ: ଆଗକୁ ବ୍ୟାପକ ପାୱାରକଟ୍ ଆଶଂକା

Ratnamani Moharana

ଧାରା ୩୭୭ ଶୁଣାଣି: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ

ENO Beuro

ଆଜି ରାଜ୍ୟବ୍ୟାପି ବସ୍ ଧର୍ମଘଟ : ଯାତ୍ରୀ ହନ୍ତସନ୍ତ

ENO Beuro

Leave a Comment