EnewsOdia.Com

ଟିକଟକରେ ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡ଼ିଓ

ପୁରୀ ଶ୍ରୀମନ୍ଦିର ଚତୁର୍ପାଶ୍ୱର ଭିଡିଓ ଡ୍ରୋନରେ କଏଦ୍ ହେବା ଘଟଣାର ୨୪ ଘଣ୍ଟା ନପୁରୁଣୁ ପୁଣି ଏକ ବିବାଦୀୟ ଭିଡିଓ ସାମ୍ନାକୁ ଆସିଛି । ଏଥର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଭିତର ବେଢ଼ାର ଦୃଶ୍ୟ କଏଦ୍ ହୋଇଛି କ୍ୟାମେରାରେ । ଟିକଟକ ଏ ଦୁଇଟି ଭିଡିଓକୁ କେହି ଜଣେ ସେୟାର କରିବା ପରେ ଏହା ଭାଇରାଲ୍ ହୋଇଛି । ଶ୍ରୀମନ୍ଦିର ଭିତର ଭିଡିଓ ସହ ଆନନ୍ଦ ବଜାରରେ ଅବଢ଼ା ଖାଉଥିବା ଦୃଶ୍ୟ ଏଥିରେ ରହିଛି ।

ସେହିଠାରୁ ହିଁ କେହି ଭିଡିଓ କରିଥାଇପାରେ ବୋଲି ଅନୁମାନ୍ କରାଯାଉଛି । କେହି ଭିତରକୁ ମୋବାଇଲ୍ ନେଇ ଏଭଳି କରିଥିବା ଜଣାପଡ଼ିଛି । ଶ୍ରୀମନ୍ଦିରକୁ ମୋବାଇଲ୍ ଫୋନ୍ ବ୍ୟାନ୍ ଥିବା ବେଳେ ମନ୍ଦିର ଭିତରକୁ ମୋବାଇଲ୍ ଗଲା କେମିତି ? ଶ୍ରୀମନ୍ଦିରର ଚାରି ଦ୍ୱାରରେ ପୋଲିସ ମୋବାଇଲ୍ ଫୋନ୍ ନେବାକୁ ବାରଣ କରିବା ସହ ଜୋରଦାର ଚେକିଂ କରୁଥିବା ବେଳେ ଏଭଳି ଭିଡିଓ ହେଲା କିଭଳି ? ପୋଲିସର ଢିଲା କାରଣରୁ ଏଭଳି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ମନ୍ଦିର ଭିତରର ଦୃଶ୍ୟ କ୍ୟାମେରାରେ କଏଦ୍ ହେବା ପରେ ସୁରକ୍ଷା ବ୍ୟବସ୍ଥା ସହ ଭିନ୍ନ ଭିନ୍ନ ଦିଗକୁ ଅଙ୍ଗୁଳି ଉଠୁଛି । ବାରମ୍ବାର ପୁରୀରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ରହୁନଥିବା ଭଳି ମନେହେଉଛି । ପୁରୀକୁ ସବୁବେଳେ ଆତତାୟୀ ଓ ଆତଙ୍କବାଦୀ ଟାର୍ଗେଟ କରୁଥିବା ବେଳେ ସୁରକ୍ଷା ସର୍ବଦା ପ୍ରାଥମିକତା ହୋଇଛି ।

ଏଭଳି ସ୍ଥିତିରେ ଟିକଟକରେ ମନ୍ଦିରର ଭିତର ଭିଡିଓ ଆସିବା ଏବଂ ଡ୍ରୋନରେ ପୁରା ମନ୍ଦିରର ଚତୁର୍ପାଶ୍ୱ କଏଦ ହେବା ବହୁ ପ୍ରଶ୍ନ ସୃଷ୍ଟି କରୁଛି । ତେବେ ଏହାକୁ ତୁରନ୍ତ ହଟାଯିବା ସହ ସିସିଟିଭି ଯାଞ୍ଚ କରି କିଏ ଏଭଳି କରିଛି ତାର ତଦନ୍ତ କରିବାକୁ ଦାବି ହୋଇଛି ।

ପଢନ୍ତୁ: ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି-ଶିବସେନା ମଧ୍ୟରେ ଛିଣ୍ଡୁନାହିଁ ଅଙ୍କ !

ସମ୍ବନ୍ଧିତ ଖବର

ବିଷାକ୍ତ କେମିକାଲରେ ତିଆର ହେଉଛି ‘ମଦ’, ଢ଼ୋକେ ପିଇଲେ ପାଞ୍ଚ ମିନିଟରେ ହେବ ମୃତ୍ୟୁ

Ratnamani Maharana

ଫେବ୍ରୁଆରି ୨୨ରୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା

Ratnamani Maharana

ଗୁଟ୍‌ଖା ନିଷେଧକୁ ୭ ବର୍ଷ: ଗଳାବାଟରେ ମାଲାମାଲ୍ ଗୁଟ୍‌ଖା କମ୍ପାନି

Ratnamani Maharana

ବିରଳ ହର୍ସସୁ କଙ୍କଡା ଉଦ୍ଧାର, ଜଣେ ଗିରଫ

Ratnamani Maharana

ଭୁବନେଶ୍ୱର ହୋଟେଲରେ ଦେହ ବ୍ୟବସାୟ

Ratnamani Maharana

ପାକିସ୍ତାନ ଯୁଦ୍ଧ ସଂଗ୍ରାହଳୟରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଷ୍ଟାଚ୍ୟୁ

Ratnamani Maharana