News

ଆଜି ତିନି ରଥ ନେବେ ଦକ୍ଷିଣମୋଡ

Untitled 1

ଆଡପମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର । ଆଜିଠୁ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ରଥଯାତ୍ରାଠାରୁ ଉତ୍ତରମୁହାଁ ହୋଇ ରହିଥିବା ତିନି ରଥର ଆଜି ଦକ୍ଷିଣମୋଡ  କରାଯାଇ ନାକଚଣା ଦ୍ୱାରରେ ଲଗାଯିବ।  ମହାପ୍ରଭୂଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ ନେଇ ଶରଧାବାଲିରେ ବାହୁଡା ପାଇଁ ପ୍ରସ୍ତୁତ ହୋଇ ରହିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ସେପଟେ ମହାପ୍ରଭୁ ସାଙ୍ଗରେ ଆଣିନଥିବାରୁ ଅଭିମାନରେ ରଥ ଭାଙ୍ଗିଛନ୍ତି ମା ଲକ୍ଷ୍ମୀ।

ପରମ୍ପରା ଅନୁସାରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ ପାଇଁ ଶରଧାବାଲିକୁ ନିଆଯିବ। ଏହାପରେ ତାଳଧ୍ୱଜ ଓ ନନ୍ଦିିଘୋଷ ରଥକୁ ଟାଣି ଦକ୍ଷିଣାମୁଖୀ ରଖାଯିବ। ଗତକାଲି ରାତିରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହୋଇଛି। ଅଭିମାନିନୀ ମାଆ ଲକ୍ଷ୍ମୀ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗିବା ସହ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦକ୍ଷିଣମୋଡ଼ ପାଇଁ ନିର୍ଘଣ୍ଟ ନୀତି  ଅନୁଯାୟୀ, ଆସନ୍ତାକାଲି ଭୋର ୪ଟାରେ ଦ୍ବାରଫିଟା, ସାଢ଼େ ୪ଟାରେ ଭିତରଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ-ତଡ଼ପଲାଗି, ୬ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ। ସାଢ଼େ ୬ଟାରୁ ସାଢ଼େ ୭ଟା ସାହାଣମେଲା ଦର୍ଶନ ପରେ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ନୀତି ହୋଇ ବେଶ ଶେଷ ହେବ। ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ହେବ।

ପଢନ୍ତୁ: ରାଜ୍ୟରେ ଜାରି ରହିବ କୋହଲା ପାଗ ! କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

Related posts

ଭାରତ ସରକାରଙ୍କ ଦ୍ଵାରା ଖେଚୁଡିକୁ ଜାତୀୟ ଖାଦ୍ୟର ମାନ୍ୟତା ପ୍ରାପ୍ତି ହୋଇଛି

ENO Beuro

ଆଗକୁ ବଢ଼ିବ ବିଦ୍ୟୁତ ଦର!

Ratnamani Moharana

କୁଆଖାଇ ମର୍ଡର : ଖୋଲିଲା ବହୁ ଚର୍ଚ୍ଚିତ ଉନ୍ମୟ ପାଢୀଙ୍କ ହତ୍ୟା ରହସ୍ୟ !

ENO Beuro

Leave a Comment