News

କୁଳ ଲଙ୍ଘୁଛି ସମୁଦ୍ର, ଉଠାଦୋକାନୀକୁ ନିଜ ଗର୍ଭ ମଧ୍ୟକୁ ନେଇଗଲା

Belabhumi Re Juara Atanka 17 750x430

ଗତ କିଛି ଦିନ ଧରି ପୁରୀଠୁ ଚନ୍ଦ୍ରଭାଗା  ଯାଏ ସମୁଦ୍ର ଉଗ୍ର ହେବାରେ ଲାଗିଛି। ଢ଼େଉ ପରିମାଣ ବଢ଼ିବା ସହ ବହୁ ଉଚ୍ଚରେ ଲହଡ଼ି ଆସି କୂଳ ଲଙ୍ଘୁଛି। ସମୁଦ୍ରର ଏହି କରାଳ ରୂପ ଦେଖି କେବଳ ପର୍ଯ୍ୟଟକ ନୁହନ୍ତି, ସ୍ଥାନୀୟ ବାସିନ୍ଦା ବି ଶଙ୍କାରେ ପଡ଼ିଲେଣି।  ସମୁଦ୍ର ଯେଉଁଠି ୨୦ରୁ ୩୦ ଫୁଟ୍ ଦୂରରେ ଥିଲା, ସେଠି ମାତ୍ର ୧୦ ଫୁଟ୍ ଦୂରରେ ଲହଡ଼ି ଭାଙ୍ଗିଛି। ସ୍ବର୍ଗଦ୍ବାର ସମ୍ମୁଖରେ ମାତ୍ର ୧୦ ଫୁଟ୍ ଦୂରରେ ସୁଉଚ୍ଚ ଜୁଆର ଲହଡ଼ି ଭାଙ୍ଗିଥିବା ବେଳେ କିଛି ଉଠା ଦୋକାନ ସମୁଦ୍ର ଗର୍ଭକୁ ଚାଲିଯାଇଛି। ଲାଇଟ୍ ହାଉସଠାରୁ ଷ୍ଟର୍ଲିନ୍ ଆଡ଼କୁ ସଂଯୋଗ କରୁଥିବା ବେଳାମାର୍ଗ ରାସ୍ତାକୁ ଛୁଇଁଛି ଜୁଆର। ସକାଳେ ଓ ମଧ୍ୟାହ୍ନରେ ସମୁଦ୍ର ଆହୁରି ଭୟଙ୍କର ହେଉଛି।thumbright=”yes” number=”2″ style=”grid” align=”none” displayby=”cat” orderby=”random”]

ତିନି ମାସ ତଳେ ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ପ୍ରତ୍ୟକ୍ଷ କରିଥିବା ପୁରୀବାସୀ ସମୁଦ୍ରର ଏପରି ଅଶାନ୍ତ ରୂପ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି। ପ୍ରଶାସନିକ କଟକଣା ଏବଂ ସତର୍କ ସୂଚନା ସତ୍ତ୍ବେ ଅଶାନ୍ତ ସମୁଦ୍ର ଭିତରେ ପର୍ଯ୍ୟଟକମାନେ ପୂର୍ବବତ ସ୍ନାନ କରୁଥିବା ଦେଖିବାକୁ ମିଳୁଛି। ଗତ ବର୍ଷ ବି ସମୁଦ୍ର ଏପରି ଅଶାନ୍ତ ରୂପ ଦେଖାଇଥିଲା। କିନ୍ତୁ ବେଳାମାର୍ଗ ରାସ୍ତା ଛୁଇଁ ନଥିଲା। ଚଳିତ ବର୍ଷ ରାସ୍ତାକୁ ସମୁଦ୍ର ଜୁଆର ଛୁଇଁବା ଆତଙ୍କର ବାତାବରଣ ସୃଷ୍ଟି କରିଛି।
ପଢନ୍ତୁ: ଏୟାର ହୋଷ୍ଟେସ୍‍ ସାଜିବା ପାଇଁ ଚାଲିଛି ଶ୍ରଦ୍ଧାଙ୍କ ଜୋରଦାର ପ୍ରସ୍ତୁତି

Related posts

ଡକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ବିପିୟୁଟି)ର ନୂତନ କୁଳପତି

ENO Beuro

ଆମେରିକାନ୍‌ ଟଏଲେଟ୍‌ରେ ହିନ୍ଦୁ ଦେବଦେବୀଙ୍କ ଫଟୋର ବ୍ୟବହାର

Ratnamani Moharana

ଘାଟି ତଳକୁ ଓଲଟିଲା ଟ୍ରକ: ୧୦ ମୃତ, ୩୨ ଆହତ

ENO Beuro

Leave a Comment