News

ପୁରୀ ଶ୍ରୀମନ୍ଦିରର ସୁରକ୍ଷା ନେଇ ପୁଣି ଥରେ ଉଠିଲା ପ୍ରଶ୍ନ, ଗର୍ଭଗୃହର ଫଟୋ ଭାଇରାଲ

ପୁରୀ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଫେସ୍‌ବୁକ୍‌ରେ ଭାଇରାଲ ହେବା ପରେ ଖପ୍ପା ହୋଇଛନ୍ତି ସେବାୟତ ଓ  ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଲାଗିଛି । ଭାଇରାଲ ହୋଇଥିବା ଫଟୋ ରଥଯାତ୍ରା ବେଳେ ଜଗମୋହନ ମରାମତି ବେଳର ଦୃଶ୍ୟ ରହିଛି । ଶ୍ରୀମନ୍ଦିର ପରଂପରା ଅନୁସାରେ ପ୍ରତିବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବେଳେ ଏଏସ୍‌ଆଇ ଓ ଅନ୍ୟ ସଂସ୍ଥା ଗର୍ଭଗୃହର ଅନୁଧ୍ୟାନ କରିଥାନ୍ତି । ଫଟୋଟି ସେହି ସମୟର ହୋଇଥିବା ଅନୁମାନ କରାଯାଉଛି। ମାତ୍ର କିଏ କେମିତି କେଉଁ ପରିସ୍ଥିତିର ଫଟୋ ଉଠାଇ ଭାଇରାଲ କରିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ପୁରୀ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି। କେତେବେଳେ ଶ୍ରଦ୍ଧାଳୁ ମୋବାଇଲ ନେଇ ଭିତରକୁ ପ୍ରବେଶ କରି ଯାଉଛନ୍ତି ତ କେତେବେଳେ ଭକ୍ତଙ୍କୁ ମନ୍ଦିର ଭିତରେ ସେବାୟତଙ୍କ ଦ୍ଵାରା ଆକ୍ରମଣ ହେଉଛି। ବେଳେବେଳେ ସିଂହ ଦ୍ଵାରରେ ପ୍ରବେଶ ସମୟରେ ହେଉଥିବା ଯାଞ୍ଚରେ ଢିଲାପଣ ନେଇ ମଧ୍ୟ ବିବାଦ ଦେଖାଯାଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଫଟୋ ଭାଇରାଲ ହେବା ନେଇ ପଚରାଯିବାରୁ ସେ କହିଛନ୍ତି, ଘଟଣା ସମ୍ପର୍କରେ ମୋର ଧାରଣା ନାହିଁ କିନ୍ତୁ ମୋ ଦୃଷ୍ଟିକୁ ଆସିଲେ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେବାୟତ ମାନେ ଦାବି କରିଛନ୍ତି ।

ପୁରୀ ଶ୍ରୀମନ୍ଦିରର ସୁରକ୍ଷା ନେଇ ପୁଣି ଥରେ ଉଠିଲା ପ୍ରଶ୍ନ, ଗର୍ଭଗୃହର ଫଟୋ ଭାଇରାଲ

ପଢନ୍ତୁ, ନୋ ପାର୍କିଂ ରେ ରଖାଯାଇଥିବା ଗାଡିର ଫଟୋ ଉଠାଇ ପଠାନ୍ତୁ ଓ ପୁରସ୍କାର ଜିତନ୍ତୁ

Related posts

ଫାଶରେ ଫସିଲା ବାଘୁଣୀ “ସୁନ୍ଦରୀ” ,ଆସିବ ନନ୍ଦନକାନନ

ENO Beuro

ଇସ୍ରୋ ମିଶନକୁ ଆଉ ଏକ ଧକ୍କା: ସାଟେଲାଇଟ ଜି ସାଟ-ସିକ୍ସ ଏ ସହ ଯୋଗାଯୋଗ ହେଲା ବିଚ୍ଛିନ୍ନ

ENO Beuro

ଉପଗ୍ରହ “ଆଇଆରଏନଏସଏସ-୧ଏଚ” କୁ ଭାରତ ପ୍ରଥମ ଥର ପାଇଁ ଇସ୍ରୋ ଉତକ୍ଷେପଣ କରିବ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More