News

ଶ୍ରୀ ଜଗର୍ନ୍ନାଥ ଧାମ ରେ କଡା ସୁରକ୍ଷା ବ୍ୟବସ୍ଥା, ୧୦୦ ମିଟର ପରିସୀମା ମଧ୍ୟରେ କୌଣସି ଦୋକାନ ରହିବନି

By Krishna Kumar Manoj

October 23, 2017

ଆଗକୁ କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଶ୍ରୀ ଜଗର୍ନ୍ନାଥ ଧାମ ପୁରୀରେ ବେଶ ଗହଳି ଚହଳି ଲାଗି ରହିବ ।  ଦେଶ ଏବଂ ଦେଶ ବାହାରୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେବ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୁରକ୍ଷା ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପ୍ରସ୍ତୁତି। ମନ୍ଦିରର ଚତୁର୍ପାଶ୍ୱରେ ଲାଗି ଥିବା ସିସିଟିଭି କ୍ୟାମେରା, ଡୋର୍‌ ମେଟାଲ ଡିଟେକ୍ଟର୍‌, ମେଘନାଦ ଚାରିପାଖରେ ଲାଗିଥିବା ୱାଚ୍‌ ଟାୱାର୍‌ ଏବଂ ମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଏହା ସହିତ ମନ୍ଦିରରେ ଅଧିକ ମାତ୍ରାରେ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି।

ମନ୍ଦିରର ମେଘନାଦ ପାଚେରୀକୁ ଲାଗି ରହିଥିବା ଜୋତାଷ୍ଟାଣ୍ଡ ଓ ଦୋକାନ ଉଚ୍ଛେଦ ହେବା ନେଇ ପୁରୀ ସିଂହଦ୍ୱାର ଥାନା ପକ୍ଷରୁ ନୋଟିସ ଜାରି କରାଯାଇଛି।  ଅନ୍ୟପକ୍ଷେ ୧୦୦ ମିଟର ପରିସୀମା ମଧ୍ୟରେ କୌଣସି ଦୋକାନ ରଖା ନ ଯିବାକୁ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି) ଜାରିକରିଛି ନୋଟିସ ।

ପୁରୀ ବେଳାଭମି ପାଖରେ ଥିବା ହୋଟେଲ, ଲଜ୍ ଓ ଧର୍ମଶାଳା ମାନଙ୍କରେ ଲୋକଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ଏହି ପ୍ରୀ-ପ୍ଲାନ କରିଛି। ସଂଧ୍ୟା ପରେ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବ ।  ୧୦ ଦନ ମଧ୍ୟରେ ପଞ୍ଜୀକରଣ ସହ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ହୋଟେଲ, ଲଜ ଓ ଧର୍ମଶାଳା ଭଳି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ବାଧ୍ୟତାମୂଳକ ରହିବ । ନଭେମ୍ବର ପହିଲାରୁ ଅନଲାଇନରେ ତଥ୍ୟ ଦେବା ସହ ୧୦ ଦିନ ମଧ୍ୟରେ ବିଦେଶୀ ପର୍ୟ୍ୟଟକଙ୍କ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ମାସକ ମଧ୍ୟରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯିବା ନେଇ ପୁରୀ ଏସପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ପଢନ୍ତୁ, ଉତ୍ତମ ଜୀବନଶୈଳୀରୁ ସୁସ୍ଥ ହୃତପିଣ୍ଡ କିପରି ପାଇବେ ନଜର ପକାନ୍ତୁ