News

ରତ୍ନଭଣ୍ଡାର ସବକମିଟିର ନିଷ୍ପତ୍ତି : ରତ୍ନ ଭଣ୍ଡାରରେ ରତ୍ନ ଆକଳନ ହେବନି

ଭଣ୍ଡାରଘର ବାହାରପଟ ଯାଞ୍ଚ କଲା ଏଏସଆଇ

ରତ୍ନ ଭଣ୍ଡାର ଖୋଲି ମରାମତି ହେବ । ହେଲେ ରତ୍ନକୁ ଛୁଇଁବେନି । ରତ୍ନ ସିନ୍ଧୁକୁ ଖୋଲା ଯିବ ନାହିଁ । ତାହାକୁ କେହି ଦେଖିବେ ନାହିଁ । କେବଳ ଛାତ ଓ କାନ୍ଥର ସ୍ଥିତି ଯାଞ୍ଚ ହେବ ଓ ଆବଶ୍ୟକ ହେଲେ ମରାମତି ହେବ । ଭିତର ଭଣ୍ଡାର ଘର ଖୋଲିବାକୁ ସରକାରୀ ଅନୁମତି ମିଳି ନାହିଁ । ବାହାର ଭଣ୍ଡାର ଖୋଲିବା ପୂର୍ବରୁ ଛତିଶା ନିଯୋଗ ଅନୁମତି ନିଆଯିବ ବୋଲି ନିସ୍ପତି ନେଇଛି ରତ୍ନ ଭଣ୍ଡାର ସବକମିଟି ।

ଏନେଇ ଆଜି ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପରିଚାଳନା କମିଟି ଅଧୀନ ରତ୍ନଭଣ୍ଡାର ସବ୍‌ କମିଟି ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା । ବୈଠକ ପରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି ଯେ, ଏଏସ୍‌ଆଇ କର୍ତ୍ତୃପକ୍ଷ ଏବଂ କେତେଜଣ ସେବାୟତ ରତ୍ନଭଣ୍ଡାରରୁ ପାଣି ଗଳୁଥିବା ନେଇ ଜଣାଇଥିଲେ ।

ରତ୍ନଭଣ୍ଡାର ଗୃହ ସ୍ଥିତି ୨୬ ଓ ୨୭ ତାରିଖ ଦୁଇଦିନ ଯାଞ୍ଚ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରତ୍ନ ଅଳଙ୍କାର ଆକଳନ ଲାଗି କୌଣସି ନିର୍ଦ୍ଦେଶ ନାହିଁ। ରତ୍ନ ଅଳଙ୍କାର ଯାଞ୍ଚ ପାଇଁ କୌଣସି ପ୍ରଚେଷ୍ଟା ମଧ୍ୟ ହେବ ନାହିଁ। ହାଇକୋର୍ଟଙ୍କ ରାୟକୁ ମାନିବା ସହ ଭକ୍ତଙ୍କ ଭାବାବେଗ, ବିଧି ବ୍ୟବସ୍ଥାକୁ ନଜରରେ ରଖି ଯାଞ୍ଚ ତାରିଖ ଧାର୍ଯ୍ୟ ହେବ। ଯାଞ୍ଚ ବେଳେ ସ୍ବଚ୍ଛତା ବଜାୟ ରଖାଯିବ। ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇ କୌଣସି କାର୍ଯ୍ୟ କରାଯିବ ନାହିଁ ।

ଭିତର ରତ୍ନଭଣ୍ଡାର ଖୋଲିବାକୁ ହେଲେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଅନୁମତି ଆବଶ୍ୟକ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ରାଜ୍ୟ ସରକାର ଅନୁମତି ଦେବା ବେଳେ ସର୍ତ୍ତ ରଖିପାରିବେ ।

ଅନୁମତି ଆସିବା ମଧ୍ୟରେ ଛତିଶା ନିଯୋଗ ବୈଠକ ଡକାଯିବ। ବୈଠକରେ ସମସ୍ତ ବିଷୟ ଆଲୋଚନା କରାଯିବ। ଶ୍ରୀମନ୍ଦିର ନିକଟରେ ଥିବା ଦଲିଲରେ ବାହାର ଓ ଭିତର ରତ୍ନଭଣ୍ଡାର ସମ୍ପର୍କରେ ସୂଚନା ରହିଛି। ରତ୍ନ ଭଣ୍ଡାରରେ ତୃତୀୟ ଓ ଚତୁର୍ଥ ଗୃହ ଥିବା ନେଇ ଶ୍ରୀମନ୍ଦିର ନିକଟରେ ଥିବା କାଗଜପତ୍ରରେ କୌଣସି ସୂଚନା ନାହିଁ ।

ତେଣୁ ଏହାକୁ ନେଇ ବିଭ୍ରାନ୍ତି ନ ହେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି। ସୂଚନାଯୋଗ୍ୟ, ସରକାରଙ୍କ ଅନୁମତି ମିଳି ନ ଥିବାରୁ ଭିତର ରତ୍ନଭଣ୍ଡାର ଯାଞ୍ଚ ହୋଇପାରିନାହିଁ। କେବଳ ରତ୍ନଭଣ୍ଡାର ବାହାର ପାର୍ଶ୍ୱ ଯାଞ୍ଚ କରାଯାଇଛି। ଆସନ୍ତା ୨୯ତାରିଖରେ ହାଇକୋର୍ଟର ଏହାର ଶୁଣାଣି ରହିଛି। ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଦାଖଲ କରିବା ସହ ଯାଞ୍ଚ ସମୟ ମାଗିବ ବୋଲି କୁହାଯାଉଛି ।

ରତ୍ନଭଣ୍ଡାର ସବକମିଟିର ନିଷ୍ପତ୍ତି : ରତ୍ନ ଭଣ୍ଡାରରେ ରତ୍ନ ଆକଳନ ହେବନି News 1

ପଢନ୍ତୁ ;

ଆଳୁ ଆମ ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

Related posts

ଆପ୍‌ର ୨୦ଜଣ ବିଧାୟକଙ୍କ ଭାଗ୍ୟ ବିପଦରେ : ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ନିର୍ବାଚନ ଆୟୋଗ

ENO Beuro

ମୋଦିଙ୍କୁ ଚୋର କହି ଫସିଲେ କଂଗ୍ରେସର ପୂର୍ବତନ ସାଂସଦ ଦିବ୍ୟା ସ୍ପନ୍ଦନା

ENO Beuro

ସୁପ୍ରିମକୋର୍ଟ : କଟକ ଧର୍ମାନୁଷ୍ଠାନ ସମ୍ପର୍କିତ ଉଚ୍ଛେଦ ମାମଲାର ଆଜି ଶୁଣାଣି

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More