EnewsOdia.Com

ସ୍ବର୍ଗଦ୍ବାରର ହେବ ନବକଳେବର, ବିଜୁଙ୍କ ସମାଧି ଭାଙ୍ଗିବାକୁ ନବୀନଙ୍କ ଘୋଷଣା

ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଉଚ୍ଛେଦ ଓ ବିକାଶ ପରେ ରାଜ୍ୟ ସରକାର ଏବେ ପୁରୀ ସ୍ବର୍ଗଦ୍ବାରର ନବ କଳେବର କରିବାକୁ ପାଗ ଭିଡ଼ିଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁଇଟି ବଡ଼ ନିଷ୍ପତ୍ତି ହୋଇଛି। ପ୍ରଥମତଃ, ସ୍ବର୍ଗଦ୍ବାରର ବିକାଶ ହେବ ଓ ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୫କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ। ଦ୍ବିତୀୟତଃ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ବିଜୁବାବୁଙ୍କ ସମାଧି ପୀଠକୁ ସ୍ବର୍ଗଦ୍ବାରରୁ ହଟାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି।

ଦେଶରେ ପ୍ରମୁଖ ରାଜନୈତିକ ବ୍ୟକ୍ତିଙ୍କର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସମାଧିସ୍ଥଳ କରିବା ‌ନେଇ ପ୍ରତିଯୋଗିତା ଚାଲିଥିବାବେଳେ ନିଜ ବାପାଙ୍କର ସମାଧିକୁ ସ୍ବର୍ଗଦ୍ବାରର ବିକାଶ ପାଇଁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେବା ଘଟଣା ବିଭିନ୍ନ ମହଲକୁ ଆଚମ୍ବିତ କରିଛି। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି, ବିଜୁ ବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି। ସ୍ବର୍ଗଦ୍ବାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା, ସେ ସବୁ ଏବେ ଓଡ଼ିଶାବାସୀଙ୍କ ସେବାରେ ଲାଗିବ। ସ୍ବର୍ଗଦ୍ବାରକୁ ବିଶ୍ବାସର ପବିତ୍ର ଭୂମି ଭାବେ ବର୍ଣ୍ଣନା କରି ଏହାର ବିକାଶରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ପଢନ୍ତୁ: ଏଣିକି ସବୁ RTOରୁ ମିଳିପାରିବ ଡିଏଲ୍

ସମ୍ବନ୍ଧିତ ଖବର

ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି-ଶିବସେନା ମଧ୍ୟରେ ଛିଣ୍ଡୁନାହିଁ ଅଙ୍କ !

Ratnamani Maharana

ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଲେ ୟୁରୋପୀୟ ପ୍ରତିନିଧି

Ratnamani Maharana

ଚିଦାମ୍ବରମଙ୍କୁ ମିଳିଲା ଜାମିନ୍‌, ହେଲେ ଜେଲ୍‌ରେ ରହିବେ

Ratnamani Maharana

ପାକିସ୍ତାନୀ ରାଜନେତା ଓ ସସ୍ମିତ୍ ପାତ୍ରଙ୍କ ମଧ୍ୟରେ ଟ୍ୱିଟର ଯୁଦ୍ଧ

Ratnamani Maharana

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ମତଦାନ ଜାରି

Ratnamani Maharana

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନବୀସ

Ratnamani Maharana