SPORTS

ଆହତ ପୃଥ୍ବୀ ସ’ପ୍ରଥମ ଟେଷ୍ଟରୁ ବାଦ୍

pruthi

ଆସନ୍ତା ୬ ତାରିଖରୁ ଭ୍ରମଣକାରୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହା ପୂର୍ବରୁ ଟିମ ଇଣ୍ଡିଆକୁ ଶକ୍ତ ଝଟକା ଲାଗିଛି। କାରଣ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ ସମୟରେ ପୃଥ୍ୱୀ ଓ ଆଘାତ ପାଇଛନ୍ତି ।

pruthi

ପୃଥ୍ବୀଙ୍କ ଆହତ ଓ ବାଦ୍‌ ପଡ଼ିବା ଭାରତୀୟ ଦଳ ପାଇଁ ଶକ୍ତ ଝଟ୍‌କା ଲାଗିଛି। କାରଣ ଲୋକେଶ ରାହୁଲ୍‌ ଫର୍ମରେ ନଥିଲା ବେଳେ ପୃଥ୍ବୀ ହିଁ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ଶୃଙ୍ଖଳାରେ ପାଳି ଆରମ୍ଭ କରିବାର ପ୍ରଥମ ପସନ୍ଦ ଥିଲେ। ହେଲେ ତାଙ୍କ ଆହତ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ର ସମସ୍ୟା ବଢ଼ାଇ ଦେଇଛି। ତଥାପି ଯଦି ପୃଥ୍ବୀଙ୍କ ବଦଳ ଖେଳାଳି ଆଣିବା ପାଇଁ ଭାରତ ନିଷ୍ପତ୍ତି ନିଏ, ତାହାଲେ ଦଳରୁ ବାଦ୍‌ ପଡ଼ିଥିବା ବାମହାତୀ ଶିଖର ଧାୱନ୍‌ କିମ୍ବା ନବାଗତ ମୟଙ୍କ ଅଗ୍ରୱାଲଙ୍କୁ ଡାକିବାର ସମ୍ଭାବନା ଅଧିକ ରହିଛି।

ସୂଚନାଯୋଗ୍ୟ,ନୂଆ ବଲ୍‌ ଯୋଡ଼ି ଉମେଶ ଯାଦବ ୮୧ରନ ବିନିମୟରେ ଗୋଟିଏ ଉଇକେଟ ଅକ୍ତିଆର କରିଥିବାବେଳେ ମହମ୍ମଦ ଶାମି ୬୭ ରନ ବିନିମୟରେ ୩ଟି ସଫଳତା ପାଇଥିଲେ। ୧୫ତମ ଓଭରରେ ଆର. ଅଶ୍ୱିନଙ୍କ ବୋଲିଂ ବେଳେ ବ୍ରାଏଣ୍ଟ ମିଡ୍‌ ଉଇକେଟ ଅଞ୍ଚଳକୁ ଏକ ଛକା ମାରିଥିଲେ। ବଲ୍‌କୁ ଧରିବାକୁ ଯିବାବେଳେ ଶ’ ଆଘାତପ୍ରାପ୍ତ ହୋଇଥିଲେ। ତାଙ୍କୁ ପଡ଼ିଆରୁ ହସ୍ପିଟାଲ ନିଆଯାଇ ତାଙ୍କର ସ୍କାନ କରାଯାଇଥିଲା। ତାଙ୍କ ବାମ ଗୋଇଠିରେ ଲିଗାମେଣ୍ଟ ସମସ୍ୟାା ଦେଖା ଦେଇଥିବା ଜଣାପଡ଼ିଛି। ତାଙ୍କ ବଦଳରେ ଟେଷ୍ଟ ଦଳରେ କାହାରିକୁ ନିଆଯିବ ଟିମ୍‌ ମ୍ୟାନେଜମେଣ୍ଟ ତରଫରୁ ତାହା ସ୍ପଷ୍ଟ କରାଯାଇ ନାହିଁ।

ପଢନ୍ତୁ; ଜେଲ ଗଲେ ଅଭିନେତା ରାଜପାଲ ଯାଦବ

Related posts

ସୁଶୀଲ କୁମାର – ନାସନାଲ ରେସଲିଙ୍ଗରେ ମାତ୍ର ୧ ମିନଟି ୩୩ ସେକେଣ୍ଡ ଲଢି ସ୍ଵର୍ଣ୍ଣପଦକ ଜିତିଲେ

ENO Beuro

ହକି ବିଶ୍ଵକପ ୨୦୧୮ : ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ

ENO Beuro

ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ସୌରଭ ଚୌଧୁରୀ,ଭାରତ ପାଇଁ ଆଣିଲେ ତୃତୀୟ ସ୍ୱର୍ଣ୍ଣ ପଦକ

ENO Beuro

Leave a Comment