ୟୁକ୍ରେନ୍ ସହ ଋଷିଆର ଯୁଦ୍ଧ ପ୍ରାୟ ୭ ମାସରେ ପହଞ୍ଚିଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସବୁଠାରୁ ବଡ଼ ଧମକ ଦେଇଛନ୍ତି। ନିଜ ଦେଶର ଅଖଣ୍ଡତା ଓ ଲୋକଙ୍କ ସୁରକ୍ଷା ପାଇଁ ପୁଟିନ ସବୁ ପ୍ରକାରର ବିକଳ୍ପ ବ୍ୟବହାର କରିବାକୁ ଘୋଷଣା କରିଛନ୍ତି। ଏପରି କି ସେ ୟୁକ୍ରେନ ଓ ପଶ୍ଚିମ ଦେଶଗୁଡ଼ିକ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଧମକ ଦେବା ପରେ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି।
ଦେଶବାସୀଙ୍କୁ ସମ୍ବୋଧନ କରିବାବେଳେ ପୁଟିନ୍ କହିଛନ୍ତି, ଆମକୁ ହାଲୁକା ଭାବେ ନିଅ ନାହିଁ । ପଶ୍ଚିମ ଦେଶ ଗୁଡିକ ରୁଷିଆକୁ ଧ୍ୱଂସ କରିବାକୁ ଷଡଯନ୍ତ୍ର କରୁଛନ୍ତି । ସେମାନେ ୟୁକ୍ରେନରେ ଶାନ୍ତି ଫେରୁ ବୋଲି ଚାହୁଁନାହାନ୍ତି । ବୁଧବାର ଦେଶବାସୀଙ୍କୁ ସମ୍ବୋଧନ କରି ପୁଟିନ୍ ଘୋଷଣା କରିଛନ୍ତି କି, ୟୁକ୍ରେନକୁ ଆହୁରି ସୈନ୍ୟ ପଠାଇବ ରୁଷିଆ । ତାଙ୍କ ପାଖରେ ରିଜର୍ଭ ଥିବା ୯ ମିଲିୟନ ସେନାକୁ ୟୁକ୍ରେନ ପଠାଇବା ସହ ନିଜ ଦେଶର ସୀମା ସୁରକ୍ଷା ବଢାଇବା ପାଇଁ କହିଛନ୍ତି ପୁଟିନ୍ । ଫେବୃୟାର ୨୪ ରୁ ଆରମ୍ଭ ହୋଇଥିବା ରୁଷିଆ–ୟୁକ୍ରେନ ଯୁଦ୍ଧ ଏବେ ବି ଜାରି ରହିଛି । ଯୁଦ୍ଧ ଭିତରେ ପାଶ୍ଚାତ୍ୟ ଦେଶ ଗୁଡିକ ରୁଷକୁ ଦୁର୍ବଳ କରି ଧ୍ୱଂସ କରିବାକୁ ଚାହୁଁଛନ୍ତି । ନିଜ ମାତୃଭମି ଓ ଅଖଣ୍ଡତାର ରକ୍ଷା ପାଇଁ ପାଶ୍ଚାତ୍ୟ ଦେଶକୁ ଏଭଳି ଚେତାବନୀ ଦିଆଯାଉଥିବା କହିଛନ୍ତି ରୁଷିଆ ରାଷ୍ଟ୍ରପତି ।
ରୁଷ୍ ବାହରକୁ ଛୁଟିଲା ବିମାନର ସୁଅ
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ କରି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ‘ମୋବିଲାଇଜେସନ୍’ (ସୈନ୍ୟ ଏକତ୍ର) ଘୋଷଣା କରିବାର ଦିନକ ପରେ ରୁଷ୍ରୁ ବାହାରି ଯିବା ନିମନ୍ତେ ‘ୱାନ୍-ୱେ’ ବିମାନ ଟିକେଟ୍ ଶୀଘ୍ର ଶୀଘ୍ର ବିକ୍ରି ହେବା ସହ ଟିକେଟ୍ ଦର ମଧ୍ୟ ଅତିରିକ୍ତ ବୃଦ୍ଧି ପାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତିଙ୍କ ଉପରୋକ୍ତ ଘୋଷଣା ପରେ ଆଶଙ୍କା ଉପୁଜିଛି, ସମ୍ଭବତଃ ‘ମାର୍ସାଲ୍ ଲ’ ଜାରି ହେବ ଏବଂ ଯୁଦ୍ଧ କରିବା ପାଇଁ ସମର୍ଥ ବ୍ୟକ୍ତିମାନଙ୍କୁ ରୁଷ୍ ଛାଡ଼ି ଯିବାକୁ ଅନୁମତି ମିଳିବ ନାହିଁ।
ସୂଚନାଯୋଗ୍ୟ, ୟୁକ୍ରେନ୍ ଆକ୍ରମଣ କଠୋର କରିବା ଲାଗି ଗତକାଲି ୩୦୦,୦୦୦ ରିଜର୍ଭ ସୈନ୍ୟଙ୍କୁ ଏକତ୍ର କରିବା ଲାଗି ପୁଟିନ୍ ‘ପାର୍ସିଆଲ୍ ମୋବିଲାଇଜେନ୍’ ଘୋଷଣା କରିଥିଲେ।
ବୁଧବାର ଦିନ ଜାତି ଉଦ୍ଦେଶ୍ୟରେ ଟେଲିଭିନ୍ରେ ପ୍ରସାରିତ ଉଦ୍ବୋଧନରେ ପୁଟିନ୍ କହିଲେ, ଆମ ଦେଶର ଅଖଣ୍ଡତା ପ୍ରତି ବିପଦ ଦେଖାଦେଲେ, ରୁଷ୍ ଓ ରୁଷ୍ବାସୀଙ୍କ ସୁରକ୍ଷା ନିମନ୍ତେ ଆମ ପାଖରେ ଥିବା ସବୁ ପ୍ରକାର ସମ୍ବଳ ଆମେ ନିଶ୍ଚୟ ବ୍ୟବହାର କରିବୁ। ଏଇଟା ମିଥ୍ୟା ନୁହେଁ।