News

ଆଜିଠୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ଆଜି ଠାରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେଉଛି ଧାଡ଼ି ଦର୍ଶନ ବ୍ୟବସ୍ଥା। ଏଥିପାଇଁ ବାଇଶି ପାହାଚରୁ କୀର୍ତ୍ତନ ଚକଡ଼ା ଯାଏଁ ଧାଡ଼ି ଦର୍ଶନର ବ୍ୟବସ୍ଥା ସରିଛି। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ନିକଟରେ ପରିଚାଳନା କମିଟି ବୈଠକରେ ଏହା ଉପରେ ମୋହର ଲାଗିଥିଲା। ଏହାକୁ ପରୀକ୍ଷାମୂଳକ ଭାବେ ପୁଲିସ୍‌ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ସ୍ଥାୟୀ ଭାବେ ଏହି ନିୟମକୁ ପାଳନ କରାଯିବ।

srimandir

ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ ଓ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଗତକାଲି ଶ୍ରୀମନ୍ଦିର ଯାଇ ଧାଡ଼ି ଦର୍ଶନ ବ୍ୟବସ୍ଥା ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ତେବେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଏବଂ ମହିଳାଙ୍କ ପାଇଁ କଣ ବ୍ୟବସ୍ଥା ରହିବ ତା’ର ରୂପରେଖ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଶ୍ରୀମନ୍ଦିରକୁ ପ୍ରତ୍ୟହ ୭୦ ରୁ ୮୦ ହଜାର ଏବଂ ରବିବାର ତଥା ଛୁଟି ଦିନ ଗୁଡ଼ିକରେ ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ଏଥିସହ ପୁରୀ ସହରରେ ପ୍ରାୟ ୧୦ ହଜାର ଲୋକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥାନ୍ତି। ପରୀକ୍ଷାମୂଳକ ଧାଡ଼ି ଦର୍ଶନ ବ୍ୟବସ୍ଥାରେ କଣ ତ୍ରୁଟି ବିଚ୍ୟୁତି ହେଉଛି, ବ୍ୟବସ୍ଥାକୁ କିଭଳି ଅଧିକ ଶୃଙ୍ଖଳିତ କରାଯାଇପାରିବ ତାହା ଆସନ୍ତାକାଲି ଅନୁଧ୍ୟାନ କରାଯିବ।

ବର୍ତ୍ତମାନ ବାଇଶିପାହାଚରେ ପିଣ୍ତଦାନ ଏବଂ ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ଷୋଳ ପୂଜା ଓ ଗୁପ୍ତ ଗୁଣ୍ତିଚା ନୀତି ହେବ। ଏଭଳି ସ୍ଥଳେ ଧାଡ଼ି ଦର୍ଶନ ବ୍ୟବସ୍ଥା କିଭଳି ଫଳପ୍ରଦ ହୋଇପାରିବ ତାହା ଦେଖିବାର କଥା।

ପଢନ୍ତୁ; ଘରର ଆର୍ଥିକ ସମସ୍ୟାରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

Related posts

ଜିଲ୍ଲା ପ୍ରଶାସନଙ୍କ ବିନା ଅନୁମତିରେ ଗଡ୍‌ସେଙ୍କ ମନ୍ଦିର ପାଇଁ ଶିଳାନ୍ୟାସ କଲା ହିନ୍ଦୁ ମହାସଭା

ENO Beuro

ଡିଜେଲ ଓ ପେଟ୍ରୋଲ ପରେ ଏବେ ଏଲପିଜି ସିଲିଣ୍ଡର ଦର ବୃଦ୍ଧି

ENO Beuro

ଜାତୀୟ ପୁଲିସ ସ୍ମାରକୀକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More