News

ଆର୍.ବାଲକ୍ରିଷ୍ଣନ ହେଲେ ସରକାରଙ୍କ ମୁଖ୍ୟ ପରାମର୍ଶଦାତା

R.-Balakrishnan

ପୂର୍ବତନ ଉନ୍ନୟନ କମିଶନର ଆର୍.ବାଲକ୍ରିଷ୍ଣନଙ୍କୁ ଅବସର ପରେ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି। ସେ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ବାଲକ୍ରିଷ୍ଣନ ସ୍ବତନ୍ତ୍ର ଉନ୍ନୟନ ପରିଷଦ, ଆଦିବାସୀ ସଂଗ୍ରହାଳୟ, କ୍ରାଫ୍ଟ ମିଜ୍ୟୁୟମ୍‌ ଏବଂ ଇନ୍‌ଫୁଟ୍‌ ଟୁ ଐତିହ୍ୟ କ୍ୟାବିନେଟ୍‌ , ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଓଡ଼ିଆ ଭର୍ଟୁଆଲ ଏକାଡେମୀ ଭଳି ବିଭାଗରେ ବାଲକ୍ରିଷ୍ଣନ କାର୍ଯ୍ୟ କରିବେ। ସେ ମୁଖ୍ୟ ଶାସନ ସଚିବ ପାହ୍ୟା ଅଧିକାରୀଙ୍କୁ ମିଳିଥିବା ସମସ୍ତ ସୁବିଧା ସୁଯୋଗ ଉପଭୋଗ କରିବେ। ହେଲେ ବାଲକ୍ରିଷ୍ଣନ ଅବୈତନିକଭାବେ ଏହି କାର୍ଯ୍ୟ କରିବେ ବୋଲି ଜଣାପଡିଛି।

R.-Balakrishnan

ଉଲ୍ଲେଖନୀୟ, ଉନ୍ନୟନ କମିଶନର ପଦରେ ଥିବା ଆର୍ ବାଲକ୍ରିଷ୍ଣନ ସରକାରୀ ଚାକିରିରୁ ଅବସର ନେଇଥିଲେ। ଏହା ପରେ ରାଜ୍ୟ ସରକାର ତାଙ୍କ ଜାହାରେ ଗୃହ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ତଥା ୧୯୮୬ ବ୍ୟାଚ୍ ଆଇଏଏସ୍ ଅସିତ କୁମାର ତ୍ରିପାଠୀଙ୍କୁ ଉକ୍ତ ପଦରେ ନିଯୁକ୍ତି ଦେଇଥିଲେ।

ପଢନ୍ତୁ; ଲୋକସଭାରେ ତିନି ତଲାକ୍ ବିଲ୍ ପାସ୍

Related posts

ଖୋଲାରେ ମଳତ୍ୟାଗ ମୁକ୍ତ ରାଜ୍ୟ ତାଲିକାରେ ଓଡ଼ିଶା ବହୁ ପଛରେ

Ratnamani Moharana

ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦେଶ ଦେଲେ ସୁରେଶ ମହାପାତ୍ର

ରୋଗୀଙ୍କ ମୃତ୍ୟୁ ପରେ ଭୟଭୀତ ହୋଇ ନିଜର ତଣ୍ଟି କାଟିଲେ ଡାକ୍ତର

ENO Beuro

Leave a Comment