ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଅତୁଳନୀୟ ଅଭିନୟ ଦ୍ଵାରା ନିଜର ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଅଭିନେତା ଆର ମାଧବନ। ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII)ର ସଭାପତି ସହ ପରିଚାଳନା ପରିଷଦର ଅଧ୍ଯକ୍ଷ ଭାବେ ମନୋନୀତ ହୋଇଛନ୍ତି ମାଧବନ ।ଆର ମାଧବନ ଫିଲ୍ମ ନିର୍ମାତା ସେଖର କପୁରଙ୍କ ପରେ ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସଭାପତି ହେବେ । ସେଖର କପୁରଙ୍କ ଆକ୍ଟୋବର୩୦ରେ କାର୍ଯ୍ୟକାଳ ପୂରଣ ହେଉଥିବା ବେଳେ ଏହି ପଦ ପାଇଁ ଆର ମଧାବନ ମନୋନୀତ ହୋଇଛନ୍ତି । ନିକଟରେ ମାଧବନଙ୍କ ନିର୍ଦ୍ଦେଶିତ ତାଥା ତାଙ୍କର ପ୍ରଥମ ନିର୍ଦ୍ଦେଶନା ଦ୍ବାରା ନିର୍ମିତି ଫିଲ୍ମ ରକେଟ୍ରୀକୁ ବେଷ୍ଟ ଫିଚର ଫିଲ୍ମର ପାଇଁ ଜାତୀୟ ପୁରସ୍କାର ମିଳିଛି ।