Bollywood

ରାମାୟଣ ର ଏହି ରାବଣ ସବୁକିଛି ଛାଡି ଲାଗିଯାଇଛନ୍ତି ରାମଙ୍କ ସେବାରେ, ତାଙ୍କୁ ଏବେ ଚିହ୍ନିବା ବି ଅସମ୍ଭବ

ରାମାୟଣ ର ଏହି ରାବଣ ସବୁକିଛି ଛାଡି ଲାଗିଯାଇଛନ୍ତି ରାମଙ୍କ ସେବାରେ, ତାଙ୍କୁ ଏବେ ଚିହ୍ନିବା ବି ଅସମ୍ଭବ

ଟିଭିରେ ତ ଅନେକ ଶୋ ଆସୁଛି । କିନ୍ତୁ ଦୂରଦର୍ଶନରେ ୧୯୮୬ ରେ ଆରମ୍ଭ ହେଇଥିବା ରାମାୟଣ ଭଳି ଆଜି ପର୍ଯ୍ୟନ୍ତ କୌଣସି ଶୋ ଆସିନାହିଁ । ସ୍ଵର୍ଗୀୟ ରାମାନନ୍ଦ ସାଗରଙ୍କ ଦ୍ଵାରା ଲିଖିତ ଏବୋଂ ନିର୍ଦେଶିତ ରାମାୟଣ ସେତେବେଳେ ଲୋକଙ୍କର ଅତି ପ୍ରିୟର ଧାରାବାହିକ ଥିଲା । ଏହାକୁ ଦେଖିବା ପାଇଁ ସେତେବେଳେ ଲୋକମାନେ ନିଜର ସବୁକାମ ଛାଡି ପୁରା ପରିବାର ସହ ଟିଭି ସାମ୍ନାରେ ବସିଯାଉଥିଲେ । ଟିଭି ସେତେବେଳେ କମ ଲୋକଙ୍କ ଘରେ ଥିଲା । କିନ୍ତୁ ଶୋର ଲୋକପ୍ରିୟତା ଅଧିକ ଥିଲା ।

ଲଙ୍କାଧିପତି ରାବଣ ବିନା ରାମାୟଣ ଅଧୁରା । ରାମାୟଣ ରେ ରାବଣର ଭୂମିକା କରିଥିବା ଅଭିନେତା ଜଣକ ହେଲେ ଅରବିନ୍ଦ ତ୍ରିବେଦୀ । ସେ ଯେଉଂଭଳି ଭାବରେ ଅଭିନୟ କରି କାହାନୀକୁ ଜୀବନ୍ତ କରିଥିଲେ ତାହା ଆଜୀବ୍ୟ ଲୋକମାନଙ୍କ ମନରୁ ଲିଭିନି । ତାଙ୍କର ଏହି ଅଭିନୟ ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା ।

ଏହି ଧାରାବାହିକ ରେ କାମ କରିବା ପରେ ତାଙ୍କ ଜୀବନ ବଦଳିଯାଇଥିଲା । ଲୋକପ୍ରିୟତା ଏବୋଂ ପଇସା ସବୁକିଛି ତାଙ୍କୁ ଏହି ଧାରାବାହିକରୁ ମିଳିଥିଲା ଯାହା ଏକ କଳାକାର ଇଚ୍ଛା କରିଥାଏ । ଏହି ଅଭିନୟ ଦ୍ଵାରା ସେ ଲଙ୍କେଶ ନାମରେ ପରିଚିତ ହେଲେ ।

ମଧ୍ୟପ୍ରଦେଶର ଉଜ୍ଜେନ ସହରରେ ଅରବିନ୍ଦ ତ୍ରିବେଦୀ ଙ୍କ ଜନ୍ମ । କିନ୍ତୁ ତାଙ୍କର କ୍ୟାରିୟର ଗୁଜୁରାତ୍ ରଙ୍ଗମଞ୍ଚ ରୁ ଆରମ୍ଭ ହେଇଥିଲା । ବହୁତ କମ ଲୋକ ଜାଣିଛନ୍ତି ଯେ ସେ ପାଖାପାଖି ୩୦୦ ଟି ସିନେମାରେ କାମ କରିଛନ୍ତି । କିନ୍ତୁ ସେ ରାମାୟଣ ର ରାବଣ ଭୂମିକାରେ ଯେଉଂଭଳି ଲୋକପ୍ରିୟତା ପାଇଥିଲେ ଆଉ କୌ ଚରିତ୍ର ତାଙ୍କୁ ସେଭଳି ଲୋକପ୍ରିୟତା ଦେଇନଥିଲା । ପରେ ପରେ ସେ ଅଭିନୟ ଦୁନିଆରୁ ସଂପୂର୍ଣ୍ଣ ବିଦାୟ ନେଇଗଲେ । ଏବେ ସେ ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ପାଳତିଯାଇଛନ୍ତି । ସେ କହୁଛନ୍ତି ସବୁ କାମ ତ ଏଠି ହେଇଯିବ କିନ୍ତୁ ଭବସାଗରରୁ କେବଳ ଏକ ସେ ପ୍ରଭୁ ହିଁ ପାରିକରିପାରିବ ।

ରାମାୟଣର ଏହି ରାବଣ ସବୁକିଛି ଛାଡି ଲାଗିଯାଇଛନ୍ତି ରାମଙ୍କ ସେବାରେ, ତାଙ୍କୁ ଏବେ ଚିହ୍ନିବା ବି ଅସମ୍ଭବ

ପଢନ୍ତୁ, ବଲିଉଡର ଏହି ୫ଜଣ ଲୋକପ୍ରିୟ ଅଭିନେତା ସେମାନଙ୍କର ଅଙ୍ଗରକ୍ଷୀ କୁ କେତେ ଦରମା ଦେଉଛନ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

Related posts

TV Actress Nikita Dutta Makes Her Big Bollywood Debut With Movie “Gold”

ENO Beuro

Salman Khan Will Again Share Screen Space With Jacqueline Fernandez

ENO Beuro

Zaira Wasim Is Still Confused To Become A Full Time Actor

ENO Beuro

1 comment

Leave a Comment