Entertainment

ଶ୍ରୀଲିଙ୍ଗରାଜ ମନ୍ଦିରରେ ରବିନା ଟଣ୍ଡନଙ୍କ ଭିଡିଓ ଭାଇରାଲ , ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ!

ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ମୋବାଇଲରେ ବଲିଓଡ ହିରୋଇନ ରବିନା ଟଣ୍ଡନଙ୍କ ବିୟୁଟି ଟିପ୍ସ ଓ ଫୋଟୋ ସୁଟକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ମନ୍ଦିର ପରିସରକୁ ମୋବାଇଲ ନେବା କଟକଣା ଥିବା ବେଳେ କିପରି ବିୟୁଟି ଟିପ୍ସ ସୁଟିଙ୍ଗ ହେଲା ତାହା ନେଇ ପ୍ରଶ୍ନ ଉଠିଛି।

ଘଟଣାରୁ ଜଣାଯାଉଛି ରବିନା ଭୂବନେଶ୍ବରରେ ଏକ କାର୍ଯକର୍ମରେ ଯୋଗଦେବାକୁ ରବିବାର ଦିନ ଆସିଥିଲେ। ଏହି ଅବସରରେ ସେ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଦର୍ଶନ ସାରିବା ପରେ ସେ ମନ୍ଦିର ପରିସରରେ ସହଯାତ୍ରୀଙ୍କୁ ବିଯୁଟିଟିପ୍ସ ଦେଇଥିଲେ। ମୋବାଇଲରେ ଯାହାର ଭିଡିଓ ରେକର୍ଡ କରୁଥିଲେ ତାଙ୍କ ସହଯୋଗୀ।

ମନ୍ଦିର  ପରିସରରେ ମଧ୍ୟ ରବିନା ଅନେକ ଫୋଟୋ ଉଠାଇଥିଲେ। ଯାହା ଏବେ ଭାଇରାଲ ହୋଇଛି।

ଏହାକୁ ନେଇ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ମନ୍ଦିରକୁ ମୋବାଇଲ ପ୍ରବେଶ ନିଷେଧ ଥିବାବେଳେ ରବିନଙ୍କ ସହଯୋଗୀ ଏବଂ ଅନ୍ୟମାନେ କେମିତି ଭିଡିଓ ଉଠାଇଲେ ଭକ୍ତ ଏବଂ ସେବାୟତଗଣ ମନ୍ଦିର ପ୍ରଶାସନ ଠାରୁ ଏହାର ଉତ୍ତର ମାଗିଛନ୍ତି।

ପଢନ୍ତୁ;

ଭୁବନେଶ୍ୱରରେ ଆରମ୍ଭ କରାଗଲା ହାପିନାରୀ ବ୍ୟବସ୍ଥା : ରେଳ ଷ୍ଟେସନ୍‌ରେ ଲାଗିଲା ନାପକିନ୍‌ ଭେଣ୍ଡିଂ ମେସିନ୍‌

Related posts

୩୩ ବର୍ଷରେ ପାଦ ଥାପିଲେ ବଲିଉଡ୍‌ ମସ୍ତାନୀ ଦୀପିକା ପାଦୁକୋନ

ENO Beuro

ବିଜିପୁର ନିର୍ବାଚନରେ ରାଜନେତା ଓ ଅଭିନେତାଙ୍କ ପ୍ରମୋସନକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କଲେ “ଅମ୍ଳାନ” ଜାଣନ୍ତୁ କଣ?

ENO Beuro

ଟାଲିନ୍‌ ବ୍ଲାକ ନାଇଟ୍ସ ଫିଲ୍ମ ଫେଷ୍ଟିଭାଲ ଲାଗି ‘ହାଲୋ ଆର୍ସି’ ମନୋନୀତ

ENO Beuro

Leave a Comment