Entertainment

ଏହି ଅଭିନେତ୍ରୀଙ୍କ ସହ କ’ଣ ସତରେ ଡେଟିଂ କରୁଛନ୍ତି ରବି ଶାସ୍ତ୍ରୀ?

sastri

କ୍ରିକେଟ ଓ ବଲିଉଡ ଜଗତର ଚର୍ଚ୍ଚିତ ବ୍ୟକ୍ତିତ୍ୱ ମାନଙ୍କ ସମ୍ପର୍କକୁ ନେଇ ସବୁ ସମୟରେ ଚର୍ଚ୍ଚା ଜୋର ଧରିଥାଏ। ମିଳିଥିବା ଖବର ଅନୁସାରେ ଭାରତୀୟ କ୍ରିକେଟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ବଲିଉଡ ଅଭିନେତ୍ରୀ ନିମରତ କୌରଙ୍କ ମଧ୍ୟରେ ଦୀର୍ଘ ଦୁଇ ବର୍ଷ ଧରି ସମ୍ପର୍କ ରହିଆସିଛି। ୨୦୧୫ରେ ଜର୍ମାନୀ କମ୍ପାନୀର ଏକ କାରର ଉନ୍ମୋଚନରେ ରବି ଶାସ୍ତ୍ରୀ ଓ ନିମରତ କୌରଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲା।

କିନ୍ତୁ ଏହି ଖବରକୁ ନେଇ ନିମରତ କୌର ଟୁଇଟ କରି କହିଥିଲେ ଯେ, ଏହା ସମ୍ପୁର୍ଣ୍ଣ ମନଗଢା କାହାଣୀ, ଏଥିରେ କୌଣସି ସତ୍ୟତା ନାହିଁ। ଇଂଲଣ୍ଡ ଗସ୍ତରେ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

rabi

ଏହାପୂର୍ବରୁ ରବି ଶାସ୍ତ୍ରୀ ଅଭିନେତା ସୈଫ ଅଲ୍ଲି ଖାନଙ୍କ ପ୍ରଥମ ପତ୍ନୀ ଅମୃତା ସିଂହ ସହ ସମ୍ପର୍କକୁ ନେଇ ଗୁଜବ ଉଠିଥିଲା। ସେହି ସମୟରେ ଅମୃତା ଷ୍ଟାଡିୟମରେ ରବି ଶାସ୍ତ୍ରୀଙ୍କୁ ଉତ୍ସାହିତ ମଧ୍ୟ କରୁଥିଲେ। ଏକ ମାଗାଜିନରେ ରବି ଶାସ୍ତ୍ରୀ ଓ ଅମୃତାଙ୍କ କଭର ଫଟୋ ଆସିବା ପରେ ଖବରର ସତ୍ୟତା ଲୋକଲୋଚନକୁ ଆସିଥିଲା।

ପରେ ରବି ଶାସ୍ତ୍ରୀ ୧୯୯୦ରେ ରିତୁ ସିଂ ସହ ବିବାହ କରିଥିଲେ ଓ ଅମୃତା ସିଂହ ସୈଫ ଅଲ୍ଲି ଖାନଙ୍କୁ ବିବାହ କରିଥିଲେ। ୮୦ ଦଶକରେ ଭାରତୀୟ କ୍ରିକେଟ ଦଳର ସଦସ୍ୟ ରବି ଶାସ୍ତ୍ରୀଙ୍କୁ ଅନେକ ଝିଅ ମାନେ ପସନ୍ଦ କରୁଥିଲେ।

ପଢନ୍ତୁ;ହାଇଦ୍ରାବାଦ ବୋମା ବିସ୍ଫୋରଣ ମାମଲା:୨ ଜଣ ଦୋଷୀ ସାବ୍ୟସ୍ତ

Related posts

ସିଲ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କୁ ଇଡିର ସମନ !

ENO Beuro

ରିଲିଜ ହେଲା ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର ୨’ର ମୋଶନ ପୋଷ୍ଟର !

ENO Beuro

ବିଜୟ ମାଲ୍ୟାଙ୍କ ଉପରେ ହେବ ସିନେମା ‘ରଙ୍ଗିଲା ରାଜା’ !

ENO Beuro

Leave a Comment