Celebs News

ପୁଣି ଏକାଠି ହେବେ ଅଲିଉଡର ସୁପରହିଟ ଯୋଡି: ସିଦ୍ଧାନ୍ତ-ରଚନା

ଅଲିଉଡ ସିନେମାର  ସୁପର ହିଟ ଯୋଡି  ପୁଣି ହେବାକୁ ଯାଉଛନ୍ତି। ପୁଣି ଏକା ସାଙ୍ଗରେ  ଦେଖାଦେବେ ରଚନା ଓ ସିଦ୍ଧାନ୍ତ। ଏହି ଯୋଡିକୁ କେତେ ଭଲପାଇବା ମିଳିଛି ତାହା କହିବାର ଆବଶ୍ୟକତା ନାହି। ବେଳଥିଲା ଅଲିଉଡ ସିନେମାରେ କେବଳ ଏହି ଦୁଇ ଜଣଙ୍କୁ ହିଁ ଦେଖିବାକୁ ମିଳିଥିଲା। ତେବେ ରଚନା କୌଣସି କାରଣରୁ ଅଲିଉଡ ସିନେମାରୁ ଦୂରେଇ ଯାଇଥିଲେ। ୦୦୨ ପରଠୁ ପରଦାରୁ ଅଦୃଶ୍ୟ  ହୋଇଗଲା ଏହି ଚର୍ଚ୍ଚିତ ଯୋଡ଼ି। ତେବେ ଖୁବ୍‌ଶୀଘ୍ର ଏଇ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ତେବେ ଏହି ଯୋଡ଼ିଙ୍କ ପୁନଃମିଳନକୁ ମଧ୍ୟ ପୂର୍ବପରି ଭଲପାଇବା ମିଳିବ ବୋଲି ଆଶା।  ନିର୍ମାଣ ଅପେକ୍ଷାରେ ଥିବା ରବୀନ୍ଦ୍ର ନାଥ ଦାସ ଏବଂ ମାଧବ ପରିଡ଼ାଙ୍କ ଚଳଚ୍ଚିତ୍ର ‘ରକ୍ତ ଚି‌ହ୍ନେ ରକ୍ତକୁ ’ ଦୁହିଁଙ୍କୁ ପୁଣି ଏକାଠି କରିବ।

ଏହି ଯୋଡ଼ିଙ୍କୁ ପରଦାରେ ମିଶାଇବାରେ ମୁଖ୍ୟ ସୂତ୍ରଧର ସାଜିଛନ୍ତି ‘ପଶ୍ଚିମବଙ୍ଗ ଚଳଚ୍ଚିତ୍ର ଉନ୍ନୟନ ନିଗମ’ର ମୁଖ୍ୟ ପ୍ରବନ୍ଧକ ଓଡ଼ିଆ ପୁଅ ରବୀନ୍ଦ୍ର ନାଥ ଦାସ। ଏନେଇ ଶ୍ରୀ ଦାସ ରଚନା ବାନାର୍ଜୀଙ୍କ ସହ କଥା ହୋଇ ସହମତି ପାଇ ସାରିଛନ୍ତି। ଏଣେ ସିଦ୍ଧାନ୍ତ ଏବଂ ଅନୁ ଚୌଧୁରୀଙ୍କ ସହ ମଧ୍ୟ ଶ୍ରୀ ପରିଡ଼ା ଏବଂ ଫିଲ୍ମ ୟୁନିଟ୍‌ର କଥାବାର୍ତା ଶେଷ ହୋଇଛି। ତେବେ ଏହି ସିନେମାର କାହାଣୀ ଏବଂ ସଂଗୀତ ରେକର୍ଡିଂ ଶେଷ ହୋଇଛି।ବର୍ତମାନ ସୁଦ୍ଧା ଚଳଚ୍ଚିତ୍ରର ୭ଟି ଗୀତ  ରେକର୍ଡିଂ ସରିଛି। ଗୀତ ଲେଖିବା ସହ ଏଥିରେ ସଂଗୀତ ନିର୍ଦେଶନା ଦେଇଛନ୍ତି ସ୍ବରୂପ ନାୟକ। ୭ ବର୍ଷ ପରେ ଶ୍ରୀ ନାୟକ ସଂଗୀତ ଭାର ନେଇ ବଡ଼ ପରଦାକୁ ଫେରୁଛନ୍ତି। ଗତବର୍ଷ ନଭେମ୍ବର ମାସରେ ରଚନା ଏକ ଭିଡିଓ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ ଯେଉଁତିରେ ସେ କହିଥିଲେ କି ଓଡିଆ ସିନେମାକୁ ମୁଁ ବହୁତ ମିସ କରୁଛି ଯଦି ମତେ ସୁଯୋଗ ମିଳେ ତେବେ ଓଡିଆ ସିନେମା କରିବାକୁ ରାଜି ବୋଲି କହିଥିଲେ। ଏହି ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ଓଡିଆ ସିନେପ୍ରେମୀ  ସନ୍ଦେହରେ ଥିଲାବେଳେ ଏବେ ଏହା ବାସ୍ତବ ରୂପ ନେବାକୁ ଯାଉଛି।
ପଢନ୍ତୁ: ଏପ୍ରିଲ ୧୨ରେ ରିଲିଜ୍‌ ହେବ ମୋଷ୍ଟ ଆୱେଟେଡ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’

Related posts

Sushant Mani,  The Name Itself Enough To Create Some Meaning

Jitendra

Nach Baliye-Season 9ର ବିଶେଷ ପ୍ରତିଯୋଗୀ: ବଲିଉଡର ହିଟ ଯୋଡି ସାହିଦ-ମୀରା ହେବେ ଜଜ୍

Ratnamani Moharana

Ajay Padhi – Successful Ollywood Director Biography & Career Journey

ENO Beuro

Leave a Comment