News

ଗଞ୍ଜାମ ଜିଲ୍ଲାରେ ଭୁଶୁଡ଼ିକି ଧୂଳିସାତ ହେଲା ପୁରୁଣା ରାଧାକୃଷ୍ଣ ମନ୍ଦିର

ଗଞ୍ଜାମ ଜିଲ୍ଲାରେ ବୁଧବାର ଏକ ପୁରୁଣା ମନ୍ଦିର ଭୁଶୁଡ଼ିଛି । ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଭଂଗା ମନ୍ଦିର ଭିତରେ ଆହୁରି କିଛି ଲୋକ ଫଶିରହିଥିବା ଆଶଙ୍କା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସାହସପୁର ପଞ୍ଚାୟତ ତିତିଖଣ୍ଡି ଗ୍ରାମରେ ଥିବା ଶହେରୁ ଅଧିକ ବର୍ଷର ପୁରୁଣା ରାଧାକୃଷ୍ଣ ଏକ ୪୦ ଫୁଟର ମନ୍ଦିରଟି ସନ୍ଧ୍ୟା ୭ଟା ୪୫ରେ ହଠାତ ଭୁଶୁଡ଼ି ପଡ଼ିଛି । ସନ୍ଧ୍ୟା ଆଳତି ସାରି ପୂଜକ ଚୈତନ୍ୟ ପାଣିଗ୍ରାହୀ ଓ ଅନାମ ମହାପାତ୍ର ଠାକୁରଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ଏହି ମର୍ମନ୍ତୁଦ ଘଟଣା ଘଟିଛି । ଗାଁ ମଝିରେ ଥିବା ୪୦ ଫୁଟର ବିଶାଳ ମନ୍ଦିର ଭୁଶୁଡ଼ିବା ବେଳେ ବଡ଼ ଶବ୍ଦ ହୋଇଥିଲା । ଲୋକମାନେ ଚମକି ପଡ଼ି ଘର ଭିତରୁ ବାହାରି ପଡ଼ିଥିଲେ । ସେତେବେଳକୁ ଗାଁର ପରଂପରା ସହିତ ଜଡ଼ିତ ଥିବା ମନ୍ଦିର ତଳେ ପଡ଼ି ଚୂରମାର ହୋଇ ସାରିଥିଲା ।

ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ଉଦ୍ଧାର ଜାରି ରହିଛି । ଘଟଣାସ୍ଥଳରେ ବ୍ଲକ ପ୍ରଶାସନ ଓ ପାଟପୁର ପୋଲିସ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଗୁରୁତ୍ତରଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
ଗ୍ରାମବାସୀଙ୍କ କହିବା ଅନୁସାରେ ବହୁ ଦିନରୁ ଅବହେଳିତ ଅବସ୍ଥାରେ ଥିବା ଏହି ମନ୍ଦିରଟି ବିପଦସଂକୁଳ ଅବସ୍ଥାରେ ଥିଲା । ମନ୍ଦିରରୁ ବୁଧବାର ଚୂନମାଟି ମାଟି ଧସି ପଡ଼ିଥିଲା । ୨ଜଣ ଟ୍ରଷ୍ଟି ମନ୍ଦିରର ପରିଚାଳନା କରୁଥିଲେ ।

ଗଞ୍ଜାମ ଜିଲ୍ଲାରେ ଭୁଶୁଡ଼ିଲା ମନ୍ଦିର, ଦୁଇ ଜଣ ଆହତ ହେଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି  ଗଞ୍ଜାମ ଜିଲ୍ଲାରେ ଭୁଶୁଡ଼ିକି ଧୂଳିସାତ ହେଲା ପୁରୁଣା ରାଧାକୃଷ୍ଣ ମନ୍ଦିର

ପଢନ୍ତୁ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଟକ୍କର, ବିଜେପିର ପ୍ରେମ ଧୂମଲ ନା କଂଗ୍ରେସର ବୀରଭଦ୍ର ସିଂ ଅକ୍ରିରୁ

Related posts

ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ସ୍ଥାନରେ ବର୍ଷା ସମ୍ଭାବନା , ବଢିବ ଶୀତ

ENO Beuro

କେରଳରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ,୨୨ ମୃତ

ENO Beuro

ଗଜପତିରେ ତିତ୍‌ଲି ତାଣ୍ଡବ: ଗୁମ୍ଫା ଧସି ୧୨ ମୃତ ,କାନ୍ଥ ପଡି ୫

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More