News

ଗଞ୍ଜାମ ଜିଲ୍ଲାରେ ଭୁଶୁଡ଼ିକି ଧୂଳିସାତ ହେଲା ପୁରୁଣା ରାଧାକୃଷ୍ଣ ମନ୍ଦିର

By Krishna Kumar Manoj

November 09, 2017

ଗଞ୍ଜାମ ଜିଲ୍ଲାରେ ବୁଧବାର ଏକ ପୁରୁଣା ମନ୍ଦିର ଭୁଶୁଡ଼ିଛି । ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଭଂଗା ମନ୍ଦିର ଭିତରେ ଆହୁରି କିଛି ଲୋକ ଫଶିରହିଥିବା ଆଶଙ୍କା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସାହସପୁର ପଞ୍ଚାୟତ ତିତିଖଣ୍ଡି ଗ୍ରାମରେ ଥିବା ଶହେରୁ ଅଧିକ ବର୍ଷର ପୁରୁଣା ରାଧାକୃଷ୍ଣ ଏକ ୪୦ ଫୁଟର ମନ୍ଦିରଟି ସନ୍ଧ୍ୟା ୭ଟା ୪୫ରେ ହଠାତ ଭୁଶୁଡ଼ି ପଡ଼ିଛି । ସନ୍ଧ୍ୟା ଆଳତି ସାରି ପୂଜକ ଚୈତନ୍ୟ ପାଣିଗ୍ରାହୀ ଓ ଅନାମ ମହାପାତ୍ର ଠାକୁରଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ଏହି ମର୍ମନ୍ତୁଦ ଘଟଣା ଘଟିଛି । ଗାଁ ମଝିରେ ଥିବା ୪୦ ଫୁଟର ବିଶାଳ ମନ୍ଦିର ଭୁଶୁଡ଼ିବା ବେଳେ ବଡ଼ ଶବ୍ଦ ହୋଇଥିଲା । ଲୋକମାନେ ଚମକି ପଡ଼ି ଘର ଭିତରୁ ବାହାରି ପଡ଼ିଥିଲେ । ସେତେବେଳକୁ ଗାଁର ପରଂପରା ସହିତ ଜଡ଼ିତ ଥିବା ମନ୍ଦିର ତଳେ ପଡ଼ି ଚୂରମାର ହୋଇ ସାରିଥିଲା ।

ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ଉଦ୍ଧାର ଜାରି ରହିଛି । ଘଟଣାସ୍ଥଳରେ ବ୍ଲକ ପ୍ରଶାସନ ଓ ପାଟପୁର ପୋଲିସ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଗୁରୁତ୍ତରଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ବହୁ ଦିନରୁ ଅବହେଳିତ ଅବସ୍ଥାରେ ଥିବା ଏହି ମନ୍ଦିରଟି ବିପଦସଂକୁଳ ଅବସ୍ଥାରେ ଥିଲା । ମନ୍ଦିରରୁ ବୁଧବାର ଚୂନମାଟି ମାଟି ଧସି ପଡ଼ିଥିଲା । ୨ଜଣ ଟ୍ରଷ୍ଟି ମନ୍ଦିରର ପରିଚାଳନା କରୁଥିଲେ ।

ପଢନ୍ତୁ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଟକ୍କର, ବିଜେପିର ପ୍ରେମ ଧୂମଲ ନା କଂଗ୍ରେସର ବୀରଭଦ୍ର ସିଂ ଅକ୍ରିରୁ