News

ଭାରତ ଭଳି ପାକିସ୍ତାନରେ ବି ଉଭା ହେଲେ ରାଧେ ମା’

Untitled 1

 ମୁହଁରେ ମେଞ୍ଚାଏ ଦାଢି ରଖି ବଧୂ ଭଳି ସଜେଇ ହୋଇ ପାକିସ୍ତାନୀଙ୍କୁ ଜ୍ଞାନ ବାଣ୍ଟୁଛନ୍ତି ରାଧେ ମା’

ଭାରତ ଭଣ୍ଡ ବାବାଙ୍କ କବଳରେ କବଳିତ। ଏହା ଆତ୍ମଘୋଷିତ ବାବାମାନଙ୍କର କେଳେଙ୍କାରୀ ଧରାପଡିଲା ପରେ ଜେଲରେ ବହୁ ବାବା। ତେବେ ଭାରତରେ ଏଭଳି ଚିତ୍ର ଦେଖିବା ତ ସାଧାରଣ କଥା । କିନ୍ତୁ ଏହି ରୋଗ ଯେ ପାକିସ୍ତାନରେ ମଧ୍ୟ ରହିଛି ତାହା ଶୁଣି ତାଜୁବ ଲାଗୁଛି । ଭାରତ ଭଳି ପାକିସ୍ତାନରେ ମଧ୍ୟ ରହିଛନ୍ତି ରାଧେ’ମା। ହଁ ଆଜ୍ଞା ପାକିସ୍ତାନର ସିନ୍ଧ ପ୍ରାନ୍ତରେ ବଧୂ ବେଶରେ ରାଧେ ମା’ ନାମରେ ଜଣେ ଇସଲାମିକ୍ ଧର୍ମଗୁରୁ ଲୋକଙ୍କୁ ଧର୍ମର ଶିକ୍ଷା ଦେଉଛନ୍ତି । ନାରଙ୍ଗୀ ରଙ୍ଗର ଦାଢି ସହ ବଧୂ ବେଶରେ ଜଣେ ପ୍ରବଚନ ଦେଉଥିବାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହାକୁ ଦେଖି ଲୋକମାନେ ମଧ୍ୟ ତାଜୁବ୍ ହୋଇଛନ୍ତି ।

ପାକିସ୍ତାନର ହେଦାବାଦ୍ ସହରରେ ଧର୍ମଗୁରୁ ଲୋକଙ୍କୁ ଇସଲାମ୍ ର ଶିକ୍ଷା ଦେଉଛନ୍ତି । ଯେଉଁ ସମୟରେ ଧର୍ମଗୁରୁ ଇସଲାମ୍ ଶିକ୍ଷା ଦେଉଛନ୍ତି ସେହି ସମୟରେ ସେ ବଧୂ ବେଶଭୂଷା ଧାରଣ କରି ଶିକ୍ଷା ଦେବାକୁ ପସନ୍ଦ କରିଥାନ୍ତି । ସେ ଯେତେବେଳେ ଶିକ୍ଷା ଦେବାକୁ ପହଁଚନ୍ତି ଉକ୍ତ ସ୍ଥାନକୁ ବିବାହ ମଣ୍ଡପ  ଭଳି ସଜା ଯାଇଥାଏ ।

403 768x512

ଧର୍ମଗୁରୁଙ୍କ ପାଖକୁ ଆସୁଥିବା ଲୋକ ତାଙ୍କୁ ସୁନା,ଗହଣା ଏବଂ ଟଙ୍କା ଭେଟି ସ୍ୱରୁପ ପ୍ରଦାନ କରିଥାନ୍ତିି । ଏତିକି ନୁହଁ ଏହି ରାଧେ ମା’ଙ୍କ ପାଖକୁ ଯେଉଁ ଭକ୍ତ ଆସନ୍ତି ସେମାନଙ୍କ ସହ ରାଧେ ମା’ କୁଆଡେ ଖୁବ୍ ନାଚନ୍ତି । ଲୋକଙ୍କ କହିବାନୁସାରେ ଧର୍ମ ନାଁରେ ଏହି ଭଣ୍ଡବାବା ଓରଫ୍ ରାଧେ ମାତା ଲୋକଙ୍କୁ ଠକୁଛନ୍ତି । ତେବେ କେବଳ ଫଟୋ ନୁହଁ ଏହି ରାଧେ ମା’ଙ୍କ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।

402 1 768x512

ପଢନ୍ତୁ: ସାବଧାନ! ଏବେ ଲିଫ୍ଟ ଦେଲେ ଦେବାକୁ ପଡିପାରେ ଜରିମାନା ଓ ଯାଇପାରନ୍ତି ଜେଲ

Related posts

ବଡଦାଣ୍ଡରେ ଗଡିଲା ରଥ

Ratnamani Moharana

ଟ୍ରକ ଧର୍ମଘଟ ପ୍ରତ୍ୟାହୃତ

ENO Beuro

ପରଲୋକରେ ବିନୋଦ ଖନ୍ନାଙ୍କ ପ୍ରଥମ ପତ୍ନୀ ଗୀତାଞ୍ଜଳି

ENO Beuro

Leave a Comment