• Home
  • Bollywood
  • ଫୋବିଆ ୨ ରେ ରାଧିକା ଆପ୍ତେ ନୁହନ୍ତି, ଜଣେ ନାୟକ ରହିବେ ମୁଖ୍ୟ ଭୂମିକାରେ
Bollywood

ଫୋବିଆ ୨ ରେ ରାଧିକା ଆପ୍ତେ ନୁହନ୍ତି, ଜଣେ ନାୟକ ରହିବେ ମୁଖ୍ୟ ଭୂମିକାରେ

ରାଧିକା ଆପ୍ତେଙ୍କୁ ମୁଖ୍ୟ ଭୂମିକାରେ ନେଇ ଗତବର୍ଷ ରିଲିଜ୍ ହୋଇଥିଲା ଫିଲ୍ମ “ଫୋବିଆ” । ଫିଲ୍ମଟି ବିଶେଷ ସଫଳତା ପାଇନଥିଲେ ମଧ୍ୟ ଏହାର କାହାଣୀ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା ।

ଫୋବିଆ କାହାଣୀ ର ମୁଖ୍ୟ ଚରିତ୍ର ମେହେକ (ରାଧିକା), ଜିଏକି ଆଗୋରାଫୋବିଆ (ଅତ୍ୟଧିକ ଡରୁଆ) ନାମକ ରୋଗରେ ପୀଡିତା ଥିଲେ। ଏହି ସିନେମା ର ବିଷୟ ବସ୍ତୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ ଥିଲା। ଲୋକ ମାନଙ୍କ ମଧ୍ୟରେ ଚେତନା ସୃଷ୍ଟି କରିବା ପାଇଁ ମଧ୍ୟ ଉପୋଯୋଗୀ ଥିଲା।  

ତେଣୁ ପ୍ରଯୋଜକ ବିକି ରଜାନୀ ଫିଲ୍ମର ସିକ୍ୱେଲ ତଥା “ଫୋବିଆ ୨” ନିର୍ମାଣ କରିବା ପାଇଁ ଯୋଜନା କରୁଛନ୍ତି । କିନ୍ତୁ ଏହି ସିକ୍ୱେଲର ମୁଖ୍ୟ ଭୂମିକାରେ ରହିବେ ନାହିଁ ରାଧିକା । ନିଜେ ବିକି ରଜନୀ ହିଁ ଏହା ପ୍ରକାଶ କରିଛନ୍ତି ।

ବିକି କହିଛନ୍ତି , ଫୋବିଆ ରେ ରାଧିକା ବହୁତ ଭଲ ଅଭିନୟ କରିଥିଲେ ଓ ସେଇଟା ଗୋଟେ ନାୟିକା ମୁଖ୍ୟ ଛବି ଥିଲା।  ଏବେ ମୁଁ ‘ଫୋବିଆ ୨’ ପାଇଁ ଯୋଜନା କରୁଛି । ଆଉ ଏଥିରେ ଜଣେ ନାୟକ ରହିବେ ମୁଖ୍ୟ ଭୂମିକାରେ । ସେ ଜଣେ ଜଣାଶୁଣା ନାୟକ ହୋଇଥିବେ କାରଣ ସିକ୍ୱେଲଟିକୁ ଆମେ ବଡ଼ ବଜେଟରେ ନିର୍ମାଣ କରିବା ପାଇଁ ଯାଉଛୁ । ତେବେ ଏହି ସାଇକୋଲୋଜିକାଲ୍ ଥ୍ରୀଲର ଲାଗି ନାୟକଙ୍କର ସନ୍ଧାନ ଜାରି ରହିଛି । ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ । ଅପେକ୍ଷା ଏହାର ମୁଖ୍ୟ ଭୂମିକା ଲାଗି ନିର୍ମାତା କାହାକୁ ଚୟନ କରୁଛନ୍ତି ।

ଫୋବିଆ ୨ ରେ ରାଧିକା ଆପ୍ତେ ନୁହନ୍ତି ଜଣେ ନାୟକ ରହିବେ ମୁଖ୍ୟ ଭୂମିକାରେ  ଫୋବିଆ ୨ ରେ ରାଧିକା ଆପ୍ତେ ନୁହନ୍ତି, ଜଣେ ନାୟକ ରହିବେ ମୁଖ୍ୟ ଭୂମିକାରେ

ଅଧିକ ଜାଣନ୍ତୁ ଖୁବ ଶୀଘ୍ର ସର୍ବଭାରତୀୟ ସ୍ତରରେ ପରଦାକୁ ଆସିବ ସଞ୍ଜୟ ଦତଙ୍କ ବାୟୋପିକ୍ ।

Related posts

ଆଗାମୀ ସିନେମା “ଠଗ୍ସ ଅଫ୍ ହିନ୍ଦୋସ୍ତାନ୍” ନୂଆ ଅବତାର ପାଇଁ ଅମିର ଖାନ ଚର୍ଚ୍ଚାରେ

Krishna Kumar Manoj

Actor Prakash Raj Threatened To Return His National Awards

Krishna Kumar Manoj

Today Is Shahrukh Khan’s Birthday, The Celebrations Had Begun Since Yesterday

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More